ଭୁବନେଶ୍ୱର,୨୮/୦୭: ସମ୍ୱଲପୁର  ଷ୍ଟେସନରେ ଉନ୍ନତୀକରଣ କାର୍ଯ୍ୟ ପାଇଁ ଭିନ୍ନ  ଭିନ୍ନ ତାରିଖରେ ୨୮ଟି ଟ୍ରେନ୍‌କୁ ବାତିଲ କରାଯିବ । ସେହିପରି କିଛି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯିବ  ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।  ଆସନ୍ତା ଅଗଷ୍ଟ ୬ରୁ ୧୪ ତାରିଖ ମଧ୍ୟରେ  ବିଳାସପୁର-ଟିଟଲାଗଡ଼ ପାସେଞ୍ଜର, ଟିଟଲାଗଡ଼ରାୟପୁର ପାସେଞ୍ଜର, ସମ୍ୱଲପୁର-ଜୁନାଗଡ଼ ରୋଡ୍‌  ପାସେଞ୍ଜର ବାତିଲ ରହିବ । 

ସେହିପରି ଅଗଷ୍ଟ  ୭ରୁ ୧୫ ତାରିଖ ମଧ୍ୟରେ ରାୟପୁର-ଟିଟଲାଗଡ଼  ପାସେଞ୍ଜର, ଟିଟଲାଗଡ଼-ବିଳାସପୁର ପାସେଞ୍ଜର,  ବଲାଙ୍ଗିର-ପୁରୁଣାକଟକ ପାସେଞ୍ଜର, ପୁରୁଣାକଟକବଲାଙ୍ଗିର ପାସେଞ୍ଜର, ବଲାଙ୍ଗିର-ସୋନପୁର  ପାସେଞ୍ଜର, ସୋନପୁର- ବଲାଙ୍ଗିର ପାସେଞ୍ଜର ବାତିଲ ରହିବ ।

ଅଗଷ୍ଟ ୭ରୁ ୧୬ ତାରିଖ ମଧ୍ୟରେ  ସମ୍ୱଲପୁର-ରାୟଗଡ଼ା ଏକ୍ସପ୍ରେସ, ଜୁନାଗଡ଼ ରୋଡ୍‌ସମ୍ୱଲପୁର ପାସେଞ୍ଜର, ସମ୍ୱଲପୁର-ପୁରୀ ଏକ୍ସପ୍ରେସ  ଉଭୟ ଦିଗରୁ ବାତିଲ ରହିବ । ସମ୍ୱଲପୁର- ନାନ୍ଦେଦ୍‌  ଏକ୍ସପ୍ରେସ୍‌ ଅଗଷ୍ଟ ୮, ୧୦, ୧୧ ଏବଂ ୧୫ରେ ବାତିଲ  ରହିବ ବୋଲି ସୂଚନା ମିଳିଛି । ଅପରପକ୍ଷେ ଏହି  ଉନ୍ନୟନ କାର୍ଯ୍ୟ ପାଇଁ ୧୦ଟି ଟ୍ରେନର ଦିଗ ପରିବର୍ତ୍ତନ  ଓ ୮ଟି ଟ୍ରେନ ଆଂଶିକ ବାତିଲ କରାଯାଉଛି ।