ଭୁବନେଶ୍ୱର,୨୮/୦୭: ସମ୍ୱଲପୁର ଷ୍ଟେସନରେ ଉନ୍ନତୀକରଣ କାର୍ଯ୍ୟ ପାଇଁ ଭିନ୍ନ ଭିନ୍ନ ତାରିଖରେ ୨୮ଟି ଟ୍ରେନ୍କୁ ବାତିଲ କରାଯିବ । ସେହିପରି କିଛି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଅଗଷ୍ଟ ୬ରୁ ୧୪ ତାରିଖ ମଧ୍ୟରେ ବିଳାସପୁର-ଟିଟଲାଗଡ଼ ପାସେଞ୍ଜର, ଟିଟଲାଗଡ଼ରାୟପୁର ପାସେଞ୍ଜର, ସମ୍ୱଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ବାତିଲ ରହିବ ।
ସେହିପରି ଅଗଷ୍ଟ ୭ରୁ ୧୫ ତାରିଖ ମଧ୍ୟରେ ରାୟପୁର-ଟିଟଲାଗଡ଼ ପାସେଞ୍ଜର, ଟିଟଲାଗଡ଼-ବିଳାସପୁର ପାସେଞ୍ଜର, ବଲାଙ୍ଗିର-ପୁରୁଣାକଟକ ପାସେଞ୍ଜର, ପୁରୁଣାକଟକବଲାଙ୍ଗିର ପାସେଞ୍ଜର, ବଲାଙ୍ଗିର-ସୋନପୁର ପାସେଞ୍ଜର, ସୋନପୁର- ବଲାଙ୍ଗିର ପାସେଞ୍ଜର ବାତିଲ ରହିବ ।
ଅଗଷ୍ଟ ୭ରୁ ୧୬ ତାରିଖ ମଧ୍ୟରେ ସମ୍ୱଲପୁର-ରାୟଗଡ଼ା ଏକ୍ସପ୍ରେସ, ଜୁନାଗଡ଼ ରୋଡ୍ସମ୍ୱଲପୁର ପାସେଞ୍ଜର, ସମ୍ୱଲପୁର-ପୁରୀ ଏକ୍ସପ୍ରେସ ଉଭୟ ଦିଗରୁ ବାତିଲ ରହିବ । ସମ୍ୱଲପୁର- ନାନ୍ଦେଦ୍ ଏକ୍ସପ୍ରେସ୍ ଅଗଷ୍ଟ ୮, ୧୦, ୧୧ ଏବଂ ୧୫ରେ ବାତିଲ ରହିବ ବୋଲି ସୂଚନା ମିଳିଛି । ଅପରପକ୍ଷେ ଏହି ଉନ୍ନୟନ କାର୍ଯ୍ୟ ପାଇଁ ୧୦ଟି ଟ୍ରେନର ଦିଗ ପରିବର୍ତ୍ତନ ଓ ୮ଟି ଟ୍ରେନ ଆଂଶିକ ବାତିଲ କରାଯାଉଛି ।