କଟକ, ୧୯/୩ :  ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ନିର୍ବାଚନ । ସମୀର ମହାନ୍ତି ହେବେ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନର ସଭାପତି । ପୂର୍ବତନ ରାଜ୍ୟ ବିଜେପି ସଭାପତି ଥିଲେ ସମୀର ମହାନ୍ତି । ଅଭିଜିତ ପାଲ ହେବେ ସମ୍ପାଦକ । ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ, ଆଜି ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉଭୟ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଛନ୍ତି। ଆସନ୍ତା ୩୦ତାରିଖରେ ବସିବ ସାଧାରଣ ପରିଷଦ ବୈଠକ। ବୈଠକରେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା ।