ମୁମ୍ବାଇ,୯/୫ : ଆଇପିଏଲ୍ ୨୦୨୬ ମଧ୍ୟରେ କେତେକ ଖେଳାଳୀଙ୍କ ଲଭ୍ ଷ୍ଟୋରୀ ଚର୍ଚ୍ଚାରେ ରହିଛି । କିନ୍ତୁ ସିଜନରେ ଏକ ଏଭଳି ପ୍ରେମ କାହାଣୀ ବି ସାମ୍ନାକୁ ଆସିଛି ଯେଉଁଥିରେ ପ୍ରେମରୁ ଅଧିକ ବିବାଦ ଥିବା ନଜର ଆସୁଛି । ବିବାଦ ଧର୍ମ ପରିବର୍ତ୍ତନକୁ ନେଇ ଅଟେ । ଏଭଳି ସ୍ଥଳେ ଏହି ବିବାଦକୁ ନେଇ ଅଫିସିଆଲ୍ ଭାବେ କୌଣସି କ୍ରିକେଟରଙ୍କ ନାଁ ସାମ୍ନାକୁ ଆସିନାହିଁ। କିନ୍ତୁ ସୋସିଆଲ ମିଡ଼ିଆରେ ଲୋକ ଏହାକୁ ସମୀର ରିଜଓ୍ବିଙ୍କ ସହ ଯୋଡ଼ୁଛନ୍ତି ।
ସମୀର ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଲାଗି ଖେଳୁଛନ୍ତି । ସିଜନରେ ସେ ଟିମ୍ ଲାଗି କିଛି ଭଲ ପାଳି ଖେଳି ସାରିଛନ୍ତି । ଏହା ମଧ୍ୟରେ ତାଙ୍କ ଉପରେ ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପ୍ରକାଶ ଯେ, ଏହି ବିବାଦ ଏକ ବରିଷ୍ଠ ଖେଳ ସାମ୍ବାଦିକଙ୍କ ପୋଷ୍ଟ ପରେ ଚର୍ଚ୍ଚା ଜୋର ଧରିଥିଲା । ଯେଉଁଥିରେ ଲେଖାଯାଇଥିଲା କି ୟୁପିର ଜଣେ କ୍ରିକେଟର ପ୍ରସିଦ୍ଧ ସ୍ପୋର୍ଟ୍ସ ପ୍ରେଜେଣ୍ଟରଙ୍କୁ ଡେଟ୍ କରୁଛନ୍ତି ଏବଂ ଧର୍ମ ପରିବର୍ତ୍ତନ ଲାଗି ବାଧ୍ୟ କରୁଛନ୍ତି । ଏହିଭଳି ଭାବେ ପୋଷ୍ଟରେ ଆହୁରି ବି ଦାବି କରାଯାଇଥିଲା । ଏଥିରେ ଆଙ୍କର ୟଶା ସାଗରଙ୍କ ନାଁ ସାମ୍ନାକୁ ଆସିଥିଲା ।
ପ୍ରଶ୍ନ ଉଠୁଛି କି ଯେତେବେଳେ କୌଣସି କ୍ରିକେଟରଙ୍କ ନାଁ ନିଆଯାଇନାହିଁ ତେବେ ପୁଣି ସମୀର ରିଜଓ୍ବି ଏବଂ ୟଶ ସାଗରଙ୍କ ନାଁ କେମିତି ଯୋଡ଼ି ହେଲା ? ପ୍ରକାଶ ଯେ ସମୀର ଏବଂ ୟଶ ସବୁବେଳେ ଜଣେ ଅନ୍ୟ ଜଣଙ୍କ ପୋଷ୍ଟରେ ରିଆକ୍ଟ କରୁଥିବା ନଜର ଆସୁଥିଲେ । ଏହାକୁ ଦେଖି ଉଭୟଙ୍କ ନାଁ ଆସୁଛି । ମାତ୍ର ଏବେ ଯାଏଁ ସମୀର ଏବଂ ୟଶଙ୍କ ତରଫରୁ ଏ ନେଇ କୌଣସି ଅଫିସିଆଲ୍ ବୟାନ ଜାରି କରାଯାଇନାହିଁ । କିନ୍ତୁ ୟଶ କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଲଗାଇଥିଲେ ଯେଉଁଥିରେ ଲେଖିଥିଲେ କି , ଆପଣ କୌଣସି ଜିନିଷ ଉପରେ ଭରଷା କରନ୍ତୁ ନାହିଁ, ଯାହା ଆପଣ ଇଣ୍ଟରନେଟରେ ଦେଖୁଛନ୍ତି କି ପଢୁଛନ୍ତି ।