ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସମିତି ସଭ୍ୟ ଆତ୍ମହତ୍ୟା ମାମଲା ; ମୃତ୍ୟୁ ପରେ ମିଳିଲା ନ୍ୟାୟ, ଅଭିଯୁକ୍ତ ଯୁବକ କୋର୍ଟ ଚାଲାଣ

Published By : Gurupada Nath | July 3, 2025 5:27 PM

କୋକସରା,୩/୭ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତର ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଗତ ୨୪ତାରିଖରେ ନିଜ ଗାଁ ପିପଳପଡା ଘରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ କୋକସରା ଥାନାରେ ଗତ ମାସ ୧୬ତାରିଖରେ ଲିଖିତ ଅଭିଯୋଗ କରି ସ୍ଥାନୀୟ ବନ୍ଧପଡା ଗ୍ରାମର ଜଣେ ଯୁବକ ଚିତ୍ତ ଗହୀର(୪୦) ମାନସିକ ନିର୍ଯ୍ୟାତନା ଓ ଜୀବନରେ ମାରି ଦେବାକୁ ବାରମ୍ବାର ଧମକଚମକ ଦେଉଥିବା ନେଇ ସୁରକ୍ଷା ଦେବାକୁ ପୋଲିସର ଦ୍ୱାରସ୍ଥ ହୋଇଥିଲେ। 

ତେବେ କୋକସରା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା କାରଣରୁ ମାନସିକ ଚାପରେ ଆସି ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଝୁଲି ପଡ଼ିଥିଲେ। ଏହି ଘଟଣା ପରେ ବ୍ଲକ ଓ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଘଟଣାକୁ ତୀବ୍ର ବିରୋଧ କରିବା ସହ କୋକସରା ଥାନା ଆଇଆଇସିଙ୍କୁ ବହିଷ୍କାର କରିବା ଓ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅଭିଯୁକ୍ତ ଯୁବକକୁ ଗିରଫ କରିବା ପାଇଁ ଜିଲ୍ଲା ପୋଲିସ ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ। ଘଟଣାରେ ଏସପି ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟରେ ଅବହେଳା ଯୋଗୁଁ କୋକସରା ଥାନା ଆଇଆଇସି ସ୍ନିଗ୍ଧାରାଣି ସୁନାଙ୍କୁ ବଦଳି ଓ ଦୁଇ ଏସଆଇ ଅନିଲ ପାଢ଼ୀ ଓ ସନ୍ତୋଷ ନାୟକଙ୍କୁ ନିଲମ୍ବନ ଆଦେଶ ଓ ଅଭିଯୁକ୍ତକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୋଲିସ ପକ୍ଷରୁ ଅଭିଯୁକ୍ତ ଚିତ୍ତ ଗହୀରକୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ ପରେ ଫେରାର ଅଭିଯୁକ୍ତକୁ ଓଡିଶା ଛତିଶଗଡ଼ ସୀମା ଅଞ୍ଚଳରୁ ବୁଧବାର ଗିରଫ କରାଯାଇଛି । ଗୁରୁବାର ଅଭିଯୁକ୍ତ ଚିତ୍ତ ଗହିର କୁ ମାମଲା ରେ ଦୋଷୀ ସାବ୍ୟସ୍ତ ପରେ ଥାନା କେଶ ନମ୍ବର ୧୯୨/୨୫ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଯଦି ପୋଲିସ ସମିତି ସଭ୍ୟ ଏତଲା ଦେବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ହୁଏତ ଦେବେନ୍ଦ୍ର ଧରୁଆ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇନଥାନ୍ତେ, ମୃତ୍ୟୁ ପରେ  ଆଦିବାସୀ ସଂଘ ର ହସ୍ତକ୍ଷେପ ପରେ ମୃତକଙ୍କୁ ନ୍ୟାୟ ମିଳିଛି । ଯାହାକୁ ନେଇ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.