ବ୍ରହ୍ମପୁର,୦୭/୧୦: ନବରାତ୍ର ପୂଜା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣା ମା’ ଦୁର୍ଗାଙ୍କ ମୂର୍ତ୍ତି ସାଣ୍ଡ୍‌ ଆନିମେସନରେ କରିଛନ୍ତି । ସେ ପ୍ରଥମ ଥର କଲର  ବ୍ୟବହାର କରି ସାଣ୍ଡ୍‌ ଆନିମେସନରେ ଦୁର୍ଗାଙ୍କ ପ୍ରତିକୃତି କରିଛନ୍ତି । ଏହା ବେଶ  ମନଲୋଭା ହୋଇଛି । ଚଳିତ ଥର ସେ ମା’ଙ୍କ ମୁଖ ମଣ୍ଡଳ, ନାରୀକୁ ସମ୍ମାନ ଦେବା,  ଶିଶୁଙ୍କୁ ଭଲ ପାଇବା, ନାରୀଙ୍କୁ ମାତୃ ରୂପରେ ଦେଖିବା ଆଦି ବାର୍ତ୍ତା ଦେଇ କଲର ସାଣ୍ଡ  ଆନିମେଶନ କରିଥିବା କହିଛନ୍ତି । ଏହା ତିଆରି କରିବାକୁ ସତ୍ୟଙ୍କୁ ୪ ଘଣ୍ଟା ଲାଗିଥିଲା ।