​​​​​​​ନୀଳଗିରି,୧୬/୯: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସିଙ୍ଗିରୀ ଅଞ୍ଚଳରେ ସୋନନଦୀରେ ବାଲି ମାଫିଆମାନେ  ବାଲି ଚୋରିରେ ବ୍ୟବହାର କରୁଥିବା ଭାଳା ଜବତ  କରାଯାଇଛି। ମାଇନିଂ ଅଧିକାରୀ ନଦୀରେ ପହଁରି ଭାଳା ଜବତ କରିଛନ୍ତି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସିଙ୍ଗିରୀ ଅଞ୍ଚଳରେ ସୋନନଦୀରେ ବାଲି ମାଫିଆ ଅଭିନବ ଭାବେ ବାଲି ଚୋରି କରି ଆସୁଥିଲେ।ଡ୍ରମକୁ ଯୋଡି କାତମାରି ପାଣି ଭିତରକୁ ଯାଇ ଅଭିନବ ଭାବେ ବାଲିକୁ ପାଣି ଭିତରୁ ଛାଣି ଚୋରି କରୁଥିଲେ।ପରେ ନଦୀ ପଠାକୁ ଆଣି ଗଛିତ ରଖିବା ପରେ  ବହାରକୁ ଚାଲାଣ କରୁଥିଲେ।

ଜୁନିଅର ମାଇନିଂ ଅଧିକାରୀ ଜିତେନ୍ଦ୍ର ଦାସ  ଅଭିନବ ଭାବେ ଚଢ଼ାଉ କରିଛନ୍ତି।ଗାମୁଛା ପିନ୍ଧି ନଦୀରେ ପହଁରି ପହଁରି ୫ଟି ଭେଳା ଜବତ କରିଥିବା ବେଳେ ଗୋଟିଏ ଭେଳା ବାଲି ମାଫିଆ ମାନେ ଟେକି ନେଇଯାଇଥିଲେ।କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି।ସଶସ୍ତ୍ର ପୋଲିସ ନେଇ ଏହି ଚଢ଼ାଉ କରାଯାଇଥିବା ଜଣାପଡିଛି।