ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ୟୁନିଭର୍ସିଟି କ୍ୟାମ୍ପସ୍‌ରୁ ୫୦ ବର୍ଷ ପୁରୁଣା ଚନ୍ଦନ ଗଛ ଚୋରି, ପୁଲିସକୁ ହସ୍ତାନ୍ତର ହେଲା ସିସିଟିଭି ଫୁଟେଜ୍

Published By : Prameya | July 2, 2025 12:10 PM

ଲକ୍ଷ୍ନୌ ୦୨/୦୭: ୫୦ ବର୍ଷ ପୁରୁଣା ଚନ୍ଦନ ବୃକ୍ଷ  ଚୋରି । ଲକ୍ଷ୍ନୌର କିଙ୍ଗ୍‌ ଜର୍ଜସ୍‌ ମେଡିକାଲ ୟୁନିଭର୍ସିଟି  (କେଜିଏମ୍‌ୟୁ)ର କୁଳାଧିପତିଙ୍କ ଔପଚାରିକ ବାସଭବନରୁ  ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ଚନ୍ଦନ ବୃକ୍ଷ ଚୋରି ହୋଇଛି ।  

ବିଲ୍ଡିଂରେ ସୁରକ୍ଷା ବ୍ୟବସ୍ଥା ଥାଇ ସୁଦ୍ଧା ଏଭଳି କାଣ୍ଡ ଘଟିଛି,  ଯାହା ସମସ୍ତଙ୍କୁ ଚକିତ କରିଛି । କେଜିଏମ୍‌ୟୁ ପ୍ରବକ୍ତା  କେକେ ସିଂହ କହିଛନ୍ତି, ଚୋର ୫୦ ବର୍ଷ ପୁରୁଣା ଏହି  ଗଛକୁ କାଟି କାଠ ନେଇଯାଇଛନ୍ତି । କ୍ୟାମ୍ପସ୍‌ ଭିତରେ ଥିବା  ବାସଭବନ ଖାଲି ପଡ଼ିଛି । କୁଳାଧିପତି ଏବେ ନିରାଲା ନଗର  ସ୍ଥିତ ନିଜ ଘରେ ରହୁଛନ୍ତି । ଚନ୍ଦନ ଗଛ ଚୋରି ନେଇ ଏକ  ମାମଲା ରୁଜୁ ହୋଇଛି । ସିସିଟିଭି ଫୁଟେଜ୍‌ ମଧ୍ୟ ପୁଲିସକୁ ହସ୍ତାନ୍ତର କରାଯାଇଛି । ଚନ୍ଦନ ବୃକ୍ଷ ଜଙ୍ଗଲ ଅଧିନିୟମ  ଅଧୀନସ୍ଥ ଥିବାରୁ ଜଙ୍ଗଲ ବିଭାଗ ମଧ୍ୟ ମାମଲାର ଯାଞ୍ଚ୍‌  କରୁଛି । ଚନ୍ଦନ ଗଛର କାଠକୁ ବିକ୍ରି କରାଯାଇ ପାରିବ  ନାହିଁ । ସରକାର ଏହାର ମୂଲ୍ୟାଙ୍କନ କରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.