ଲକ୍ଷ୍ନୌ ୦୨/୦୭: ୫୦ ବର୍ଷ ପୁରୁଣା ଚନ୍ଦନ ବୃକ୍ଷ  ଚୋରି । ଲକ୍ଷ୍ନୌର କିଙ୍ଗ୍‌ ଜର୍ଜସ୍‌ ମେଡିକାଲ ୟୁନିଭର୍ସିଟି  (କେଜିଏମ୍‌ୟୁ)ର କୁଳାଧିପତିଙ୍କ ଔପଚାରିକ ବାସଭବନରୁ  ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ଚନ୍ଦନ ବୃକ୍ଷ ଚୋରି ହୋଇଛି ।  

ବିଲ୍ଡିଂରେ ସୁରକ୍ଷା ବ୍ୟବସ୍ଥା ଥାଇ ସୁଦ୍ଧା ଏଭଳି କାଣ୍ଡ ଘଟିଛି,  ଯାହା ସମସ୍ତଙ୍କୁ ଚକିତ କରିଛି । କେଜିଏମ୍‌ୟୁ ପ୍ରବକ୍ତା  କେକେ ସିଂହ କହିଛନ୍ତି, ଚୋର ୫୦ ବର୍ଷ ପୁରୁଣା ଏହି  ଗଛକୁ କାଟି କାଠ ନେଇଯାଇଛନ୍ତି । କ୍ୟାମ୍ପସ୍‌ ଭିତରେ ଥିବା  ବାସଭବନ ଖାଲି ପଡ଼ିଛି । କୁଳାଧିପତି ଏବେ ନିରାଲା ନଗର  ସ୍ଥିତ ନିଜ ଘରେ ରହୁଛନ୍ତି । ଚନ୍ଦନ ଗଛ ଚୋରି ନେଇ ଏକ  ମାମଲା ରୁଜୁ ହୋଇଛି । ସିସିଟିଭି ଫୁଟେଜ୍‌ ମଧ୍ୟ ପୁଲିସକୁ ହସ୍ତାନ୍ତର କରାଯାଇଛି । ଚନ୍ଦନ ବୃକ୍ଷ ଜଙ୍ଗଲ ଅଧିନିୟମ  ଅଧୀନସ୍ଥ ଥିବାରୁ ଜଙ୍ଗଲ ବିଭାଗ ମଧ୍ୟ ମାମଲାର ଯାଞ୍ଚ୍‌  କରୁଛି । ଚନ୍ଦନ ଗଛର କାଠକୁ ବିକ୍ରି କରାଯାଇ ପାରିବ  ନାହିଁ । ସରକାର ଏହାର ମୂଲ୍ୟାଙ୍କନ କରନ୍ତି।