ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Maha Kumbh: ଜୀବାଣୁ ରିପୋର୍ଟକୁ ପ୍ରତ୍ୟାଖାନ କଲେ ୟୁପି ମୁଖ୍ୟମନ୍ତ୍ରୀ, କହିଲେ- ବୁଡ଼ ପାଇଁ ସଙ୍ଗମ ଜଳ ଫିଟ୍‌

Published By : Tapas Panda | February 19, 2025 5:15 PM

ଲକ୍ଷ୍ନୌ: ମହାକୁମ୍ଭ ସମୟରେ ଗଙ୍ଗା ନଦୀର ଜଳକୁ ନେଇ ଆସିଥିବା ରିପୋର୍ଟରେ ସତ୍ୟତା ନଥିବା କହିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଉଥିବା ସଙ୍ଗମ ଜଳରେ ମାରାତ୍ମକ ଜୀବାଣୁ ଥିବା ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଦେବା ପରେ ବିବାଦ ମୁଣ୍ଡ ଟେକିଛି । ସେପଟେ ଏହି ରିପୋର୍ଟ ଭୁଲ୍‌ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ । 

ରାଜ୍ୟ ବିଧାନସଭାରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜଳର ଗୁଣବତ୍ତା ନିରନ୍ତର ଭାବରେ ତଦାରଖ କରୁଛି। ତ୍ରିବେଣୀ ଜଳର ଗୁଣବତ୍ତା ବିଷୟରେ ପ୍ରଶ୍ନ ଉଠାଯାଉଛି । ସଙ୍ଗମ ଏବଂ ଏହାର ଆଖପାଖରେ ଥିବା ସମସ୍ତ ପାଇପ୍ ଏବଂ ଡ୍ରେନ୍ ଟ୍ୟାପ୍ କରାଯାଇଛି । ବିଶୋଧନ ପରେ ହିଁ ପାଣି ଛଡାଯାଉଛି।  ୟୁପି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜଳର ଗୁଣବତ୍ତା ବଜାୟ ରଖିବା ପାଇଁ ନିରନ୍ତର ତଦାରଖ କରୁଛି ।’  ପ୍ରୟାଗରାଜର ଗଙ୍ଗା ନଦୀରେ 'ମଳ କୋଲିଫର୍ମ' ଜୀବାଣୁର ଚିନ୍ତାଜନକ ସ୍ତର ଚିହ୍ନଟ କରିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଏକ ରିପୋର୍ଟକୁ ନେଇ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏହି ମନ୍ତବ୍ୟ ଦେଇଛନ୍ତି ।

ଉତ୍ତର ପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଜିର ରିପୋର୍ଟକୁ ଆଧାର କରି କହିଛନ୍ତି ଯେ, ‘ବାୟୁକେମିକାଲ ଅକ୍ସିଜେନ୍‌ର ଚାହିଦା ୩ ରୁ କମ୍ ଥିବା ବେଳେ ଦ୍ରବୀଭୂତ ଅମ୍ଳଜାନ ପ୍ରାୟ ୮-୯ ରହିଛି । ଏହାର ଅର୍ଥ ହେଉଛି ସଙ୍ଗମ ଜଳ କେବଳ ସ୍ନାନ ପାଇଁ ନୁହେଁ ବରଂ 'ଆଚମନ' ପାଇଁ ମଧ୍ୟ ଉପଯୁକ୍ତ ।’ ସେହିଭଳି ନଦୀ ଜଳରେ କୋଲିଫର୍ମ ଜୀବାଣୁ ବୃଦ୍ଧି ପାଇବାର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ, ଏହାର ଅନେକ କାରଣ ହୋଇପାରେ ଯେପରିକି ସ୍ୱେରେଜ୍ ଲିକେଜ୍ ଏବଂ ପଶୁପକ୍ଷୀଙ୍କ ମଳ। ପ୍ରୟାଗରାଜରେ କୋଲିଫର୍ମର ପରିମାଣ ପ୍ରତି  ୧୦୦ ମିଲି ଜଳରେ ୨୫୦୦ MPNରୁ କମ୍ ରହିଛି ।  ଏହାର ଅର୍ଥ ହେଉଛି ଏହି ମିଥ୍ୟା ଅଭିଯାନ କେବଳ ମହାକୁମ୍ଭକୁ ବଦନାମ କରିବା ପାଇଁ ହେଉଛି । ଏନଜିଟି ଅନୁସାରେ, କୋଲିଫର୍ମ ୧୦୦ମିଲି ଜଳରେ ୨୦୦ ଏମପିଏନରୁ କମ୍ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.