ନୂଆଦିଲ୍ଲୀ,୨୨/୦୩ : ଏକ ବହିକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ବହିରେ ଇସ୍ତଫା କାହାଣୀକୁ ନେଇ ରାଜନୀତି ସରଗରମ ହୋଇଛି । ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି ଯେ,ଜେଲରେ ଥିବା ତାଙ୍କ ଅଭିଜ୍ଞତା ଉପରେ ଆଧାରିତ ତାଙ୍କ ପୁସ୍ତକର ଇଂରାଜୀ ସଂସ୍କରଣ ଖୁବଶୀଘ୍ର ଉନ୍ମୋଚିତ ହେବ । ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ଉପରେ ଏକ ଅଧ୍ୟାୟ ରହିଛି।  ସଞ୍ଜୟ ରାଉତଙ୍କ ଏହି ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ନେତା ଜଗଦୀପ ଧନଖର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୦୨୫ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଏହି ପଦକ୍ଷେପ ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ କରିଥିଲା । ସେତେବେଳେ ମଧ୍ୟ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଧନଖର ନିଜେ ସମ୍ପ୍ରତି କହିଥିଲେ ଯେ, ସେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇ ନାହାଁନ୍ତି । ସଞ୍ଜୟ ରାୱତଙ୍କ ବୟାନକୁ ନେଇ ଏବେ ରାଜନୀତ ସରଗରମ ହୋଇଛି ।

ସଞ୍ଜୟ ରାୱତଙ୍କୁ ଇଡି ଗିରଫ କରିଥିଲା- ସଞ୍ଜୟ ରାୱତଙ୍କୁ ୨୦୨୨ ମସିହାରେ ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଗିରଫ କରିଥିଲା । ଜାମିନରେ  ପାଇବା ପରେ, ଶିବସେନା (UBT) ନେତା ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ତାଙ୍କ ଅଭିଜ୍ଞତା ବିଷୟରେ "ନରକତଳା ସ୍ୱର୍ଗ" ନାମକ ଏକ ମରାଠୀ ପୁସ୍ତକ ଲେଖିଥିଲେ, ଯାହା ଗତ ବର୍ଷ ପ୍ରକାଶିତ ହୋଇଥିଲା । ସଂଶୋଧିତ (ଇଂରାଜୀ) ସଂସ୍କରଣରେ ଧନଖରଙ୍କ ଉପରେ ଏକ ଅଧ୍ୟାୟ ଅଛି । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଦ୍ୱାରା ଗିରଫ ହୋଇଥିବା ଲୋକଙ୍କର ଆହୁରି ପାଞ୍ଚ କିମ୍ବା ଛଅଟି ଉଦାହରଣ ଥିବା କହିଛନ୍ତି ।

ଏହା ବି ପଢନ୍ତୁ...ଖୋଲୁଛି ନାସିକର 'କ୍ୟାପ୍ଟେନ୍ ଫାଇଲ୍ସ'...୫୦୦ କୋଟିର ସାମ୍ରାଜ୍ୟ, ୫୮ ଅଶ୍ଲୀଳ ଭିଡିଓ, ବଡ଼ ଅଫିସରଙ୍କ ସହ ସିକ୍ରେଟ୍ ମିଟିଂ  

ପୁସ୍ତକଟି ମାର୍ଚ୍ଚ ୨୩ ତାରିଖରେ ପ୍ରକାଶିତ ହେବ- ଶିବସେନା (UBT) ନେତାଙ୍କ ପୁସ୍ତକ "ଅନଲାଇକିଲି ପାରାଡାଇଜ୍"ର ଇଂରାଜୀ ସଂସ୍କରଣ ମାର୍ଚ୍ଚ ୨୩ରେ ନୂଆଦିଲ୍ଲୀରେ ଉନ୍ମୋଚିତ ହେବ । ରାଜ୍ୟସଭା ସଦସ୍ୟ କପିଲ ସିବଲ, ସଞ୍ଜୟ ସିଂହ, ଡେରେକ୍ ଓ'ବ୍ରାଏନ୍ ଏବଂ ଜୟା ବଚ୍ଚନ ଉପସ୍ଥିତ ରହିବେ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ପୁସ୍ତକ ଉନ୍ମୋଚନରେ ଯୋଗ ଦେବେ । ସଞ୍ଜୟ ରାୱତଙ୍କ ଦାବି ଉପରେ ବିଜେପି କିମ୍ବା ଏହାର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।