ମୁମ୍ବାଇ,୨୨/୦୪: ରାଜସ୍ଥାନ ରୟାଲ୍ସ ଫ୍ୟାନମାନଙ୍କ ପାଇଁ ଦୁଃଖ ଖବର । ଅଧିନାୟକ ସଞ୍ଜୁ ସାମସନ୍‌ ଆଗାମୀ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଖେଳିବେ ନାହିଁ । ସେ ସମ୍ପ୍ରତି  ଆହତ ଅଛନ୍ତି । 

ଗୁରୁବାର ଦିନ ଚିନ୍ନାସ୍ୱାମୀ  ଷ୍ଟାଡ଼ିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।  ତାଙ୍କ ଅନୁପସ୍ଥିତିରେ ରିୟାନ ପରାଗ ଦଳର  ନେତୃତ୍ୱ ନେବେ । ଗତ ୧୬ ତାରିଖରେ  ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ  ମ୍ୟାଚ୍‌ରେ ବ୍ୟାଟିଂ କରୁଥିବା ସମୟରେ  ସାମସନ ଆହତ ହୋଇଥିଲେ । ତାଙ୍କ  ବାମ ପାଶ୍ୱର୍ ପଞ୍ଜରାରେ ଆଘାତ ଲାଗିଥିଲା ।  ଫଳରେ ସେ ୧୯ତାରିଖରେ ଅନୁଷ୍ଠିତ  ଲକ୍ଷେ୍ନø ସୁପରଜାଏଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ  ମଧ୍ୟ ଖେଳିପାରି ନଥିଲେ । ଉଭୟ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସ ପରାଜିତ ହୋଇଥିଲେ ।  ମାତ୍ର ସମାସନଙ୍କ ଅନୁପସ୍ଥିତିରେ ରାଜସ୍ଥାନ  ରୟାଲ୍ସକୁ ଜଣେ ଦକ୍ଷ ବ୍ୟାଟରଙ୍କ ଆବିର୍ଭାବ  ଘଟିଛି । ସେ ହେଉଛନ୍ତି ୧୪ବର୍ଷିୟ ବୈଭବ  ସୂର୍ଯ୍ୟବଂଶୀ । ଗତ ସୁପରଜାଏଣ୍ଟ୍‌ସ ବିପକ୍ଷ  ମ୍ୟାଚ୍‌ରେ ସେ ପଦାର୍ପଣ କରିଥିଲେ ।  ସର୍ଦୁଲ ଠାକୁର, ଅଭେଶ ଖାନଙ୍କ ଭଳି  ଅଭିଜ୍ଞ ପେସ୍‌ ବୋଲରଙ୍କୁ ସେ ନିର୍ମମ  ପ୍ରହାର କରିଥିଲେ ।