ମାଲକାନଗିରି, ୨୨/୧୨ (ଆପ୍ର ) ; ମାରଂଗୁରୁ ଆଦିବାସୀ ସଂ।ସ୍କୃତିକ ସଂଘ ପକ୍ଷରୁ ସାନ୍ତାଳୀ ଭାଷା ଦିବସ ଏବଂ ଅଲଚିକି ଶତବାର୍ଷିକୀ ଉତ୍ସବ ମାଲକାନଗିରି ଏମଭି ୨ ଗ୍ରାମ ଠାରେ ପାଳିତ ହୋଇଯାଇଛି।ସଂଘର ସଭାପତି ରୂପଲାଲ ହାଁସଦାଙ୍କ ଅଧ୍ୟକ୍ଷତାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଵନବାସୀ ଗବେଷକ ସମାଜସେବୀ ରତ୍ନାକର ଦାଶ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଉତ୍ସବ ଟି କୁ ଉଦଘାଟନ କରିଥିଲେ।
ଭାଷା ଓ ସଂସ୍କୃତି ହେଉଛି ମନ୍ୟୁଷ୍ୟର ଆତ୍ମିକ ଚେତନାର ନମାନ୍ତର । ଯେଉଁ ଜାତିର ମାତୃଭାଷା ଯେତେ ସୁଦୃଢ ସେ ଜାତିର ବିକାଶ ସେତେ ହୁଏ ଅଗ୍ର ଗତି। ଏହା ଜାଣିଥିଲେ ପଣ୍ଡିତ ରଘୁନାଥ ମୁର୍ମୁ ତେଣୁ ସାନ୍ତାଳୀ ସମ୍ପ୍ର ଦାୟ ଙ୍କ ମାତୃଭାଷା ଅଲଚିକ କୁ ଗୁରୁତ୍ୱ ଦେଇ ପ୍ରଚାର ପ୍ରସାର କରିଥିଲେ। ଏବେ ସେ ଭାଷା ମାନ୍ୟତା ପାଇପାରିଛି, ସାନ୍ତାଳୀ ସମ୍ପ୍ର ଦାୟ ଙ୍କ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ହେଉଛନ୍ତି ଭଗବାନ ବୋଲି ମୁଖ୍ୟଅତିଥି ଶ୍ରୀ ଦାଶ କହିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବାବୁଲାଲ ହାଁସଦା,ନାରାନ୍ ହାଁସଦା, ମାନିକ ହାଁସଦା,ଗ୍ରାମ ମୁଖିଆ ରୁପଲାଲ୍ ସୋରେନ୍ ଉପସ୍ଥିତ ରହି ଅଲଚିକ ଭାଷା ର ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ବହୁମୁଖୀ ପ୍ରତିଭା ଓ ଅଲଚିକ ଭାଷା ସମ୍ପର୍କରେ ଉଦବୋଧନ ଦେଇଥିଲେ।
ମାରାଂବୁରୁ ଆଦିବାସୀ ସାଂସ୍କୃତିକ ସଂଘର ରଞ୍ଜନ ହାଁସଦା, ପ୍ରିୟଙ୍କା ହାଁସଦା, ଭାରତୀ ମୁର୍ମୁ, ଶିବାନୀ ହେମ୍ବ୍ରମ, ପାରାନିକ୍ କଲ୍ପନା ମୁର୍ମୁ, ଭୁପେସ ହାଁସଦା, ମହେଶ୍ୱର ମୁର୍ମୁ, ମୁନସି ହେମ୍ବ୍ରମ ପ୍ରମୁଖ ଉପସ୍ଥିତି ରହି କାର୍ଯ୍ୟକ୍ରମ ଟି କୁ ସୁଚାରୁ ଭାବେ ପରିଚାଳନା କରିଥିଲେ । ଆଖ ପାଖ ୫ଟି ସାନ୍ତାଳୀ ଗ୍ରାମ ମୁଖିଆ ସହିତ ଅନେକ ଶତାଧିକ ସାନ୍ତାଳୀ ପୁରୁଷ ଓ ମହିଳା ସହିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସାନ୍ତାଳୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ପାରମ୍ପରିକ ସାନ୍ତାଳୀ ଗୀତ ଗାଇ ନୃତ୍ୟ ପରିବେଶଣ କରିଥିଲେ।
ସୂଚନାଯୋଗ୍ୟ ଯେ ଗତ ୨୦୦୯ ମସିହାରେ ତତ୍କାଳୀନ ମାଲକାନଗିରି ପୈ।ରାଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀ ଠାକୁରଦାସ ହାଁସଦା ସଂଘର ଉଦ୍ଦ୍ୟକ୍ତା ଭାବେ ପଣ୍ଡିତ ରଘୁନାଥ ମୁର୍ମୁ୍ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ସେହିଦିନଠାରୁ ମାଧପୁର ଠାରେ ପ୍ରତିବର୍ଷ ପାଳନ ହେଉଅଛି ଉତ୍ସବ । ଏହି ବର୍ଷ ସାନ୍ତାଳୀ ଭାଷା ଉଦ୍ଭାବନର ୧୦୦ ବର୍ଷ ହୋଇଥିବାରୁ ସାନ୍ତାଳୀ ଭାଷା ଦିବସ ସହିତ ଅଲଚିକି ଶତବାର୍ଷିକୀ ମଧ୍ୟ ପାଳନ କରାଯାଇଛି ।
ସାନ୍ତାଳୀ ଭାଷା ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ୧୯୨୫ ମସିହା ରେ ମୟୁରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଉଦ୍ଭାବନ କରିଥିଲେ । ଡିସେମ୍ବର ମାସ ୨୨ ତାରିଖ ୨୦୦୩ ମସିହାରେ ଏହି ସାନ୍ତାଳୀ ଭାଷା ଭାରତ ସମ୍ବିଧାନର ଅନୁମୋଦନ ପାଇ ୮ମ ଅନୁଛେଦରେ ଅନ୍ତର୍ଭୁକ୍ତ ହୋଇଅଛି ।