ପ୍ରମୂଖ ଖବର
  • ‘ଭାରତ ଡେଡ୍ ଇକୋନୋମି ନୁହେଁ, ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା’
  • ||
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ସିକ୍କିମ ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହେଲେ ପ୍ରଖ୍ୟାତ ଶିକ୍ଷାବିଦ୍ ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁ..

Published By : Ladu Kishor | August 8, 2025 6:11 PM

ଭୁବନେଶ୍ବର ୦୮/୦୮: ପ୍ରଖ୍ୟାତ ଶିକ୍ଷାବିଦ ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ କରାଯାଇଛି। 

ଓଡିଶା ରାଜ୍ୟର ପୁରୀ ଜିଲ୍ଲାର ରୁଷିପଡ଼ା ଗାଁର ନିବାସୀ ପ୍ରଫେସର ସ୍ୱାଇଁ ଶିକ୍ଷା ଖେତ୍ରରେ ୪୩ ବର୍ଷର ଅନୁଭବ ଥିବା ଏକ ପ୍ରତିଷ୍ଠିତ ବିଦ୍ୱାନ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU),ବାରାଣସୀର ଶିକ୍ଷା ସଂକାୟରେ ପ୍ରମୁଖ ଓ ଡିନ୍‌ ଭାବରେ କାର୍ଯ୍ୟରତ ଥିଲେ। BHU କୁ ଭାରତ ସରକାର ଦ୍ୱାରା "ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଏମିନେନ୍ସ" ର ମର୍ଯ୍ୟାଦା ମିଳିଛି ଓ ଏହା ୧୯୧୬ ମସିହାରେ ଭାରତ ରତ୍ନ ପଣ୍ଡିତ ମଦନ ମୋହନ ମାଳବୀୟଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

ପ୍ରଫେସର ସ୍ୱାଇଁ MA (ସ୍ବର୍ଣ୍ଣ ପଦକ ସହିତ), M.Phil., Ph.D., ଓ D.Litt. (ଶିକ୍ଷାରେ) ଏବଂ ଇଂଲ୍ୟାଣ୍ଡର ଲିଡ୍ସ ବିଶ୍ୱବିଦ୍ୟାଳୟରୁ EPPM ଡିଗ୍ରୀ ଅର୍ଜନ କରିଛନ୍ତି । ସେ UNESCO, IIEP, OECD, ବିଶ୍ୱ ବ୍ୟାଙ୍କ (ପ୍ୟାରିସ୍), ଓ IBE (ଜିନେଭା) ଭଳି ଆନ୍ତର୍ଜାତୀୟ ସଂସ୍ଥାଗୁଡିକ ସହିତ କାମ କରିବାର ଅନୁଭବ ରଖନ୍ତି । ସେ ଲିଡ୍ସ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ଛାତ୍ର (Scholar) ଭାବରେ ମଧ୍ୟ ରହିଛନ୍ତି।

BHU ରେ ତାଙ୍କ କାର୍ଯ୍ୟକାଳ ଦ୍ୱାରା ସେ ଶିକ୍ଷା ସଂକାୟରେ ନବୋନ୍ମେଷ, ପ୍ରତିଷ୍ଠାନତ୍ମକ ବିକାଶ ଓ ଛାତ୍ର କଳ୍ୟାଣକୁ ଅଗ୍ରଧାରା ଦେଇଥିଲେ, ଯାହା ଦ୍ୱାରା ବିଶ୍ୱବିଦ୍ୟାଳୟରେ ଧନାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ତାଙ୍କ ନେତୃତ୍ୱରେ ୬୭ ରୁ ଅଧିକ ଗବେଷକ ପିଏଚ୍‌ଡି ଉପାଧି ଅର୍ଜନ କରିଛନ୍ତି । ପ୍ରଫେସର ସ୍ୱାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଶିକ୍ଷା ପରିଷଦ (Academic Council) ର ସଦସ୍ୟ ଭାବେ କାର୍ଯ୍ୟରତ ଥିଲେ। ପ୍ରଫେସର ସ୍ୱାଇଁ ତାଙ୍କ ଶିକ୍ଷାତ୍ମକ ଅବଦାନ,ନେତୃତ୍ୱ କ୍ଷମତା ଓ ଦୂରଦର୍ଶୀ ଚିନ୍ତାଧାରା ପାଇଁ ସମଗ୍ର ଦେଶରେ ସମ୍ମାନିତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.