ସାହାଜପାଲ, ୧୧/୦୯: ବୌଦ୍ଧ ସଦର ବ୍ଳକ୍ ତାଳଶରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ବଜାର ଛକରେ ଥିବା ଅଳିଆ ଆବର୍ଜନା କୁଣ୍ଡରେ କୁଢ଼ କୁଢ଼ ଅଳିଆ ପୂର୍ଣ୍ଣ ହୋଇ ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା। ସେହିଭଳି ସାହାଜପାଲ ଯାତ୍ରୀ ବିଶ୍ରାମାଗାର ଚାରିପାଖରେ ଏଣେତେଣେ ଅଳିଆ ପଡିଥିବା ଯୋଗୁଁ  ଦୁର୍ଗନ୍ଧ ସୃଷ୍ଟି ହେଉଥିଲା। ଫଳରେ ଯାତ୍ରୀମାନେ ବିଶ୍ରାମ ଗୃହରେ ବିଶ୍ରାମ ନେବା ପାଇଁ ବହୁତ କଷ୍ଟକର ହୋଇ ପଡୁଥିଲା। ଏବାବଦରେ ପ୍ରମେୟ ଖବର କାଗଜରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଚେତିଲେ ସ୍ଥାନୀୟ ସରକାର । ଗୁୁରୁବାର ପଞ୍ଚାୟତ ତରଫରୁ ଆବର୍ଜନା କୁଣ୍ଡରୁ ଓ ଯାତ୍ରୀ ବିଶ୍ରାମାଗାରରୁ ଅଳିଆ ହଟାଯାଇଥିବା ଦେଖିବାକୁ ମିଳିଛି।