ମାହାଙ୍ଗା ୨୭/୧୦: ସରକାରୀ ଅର୍ଥ ହେରଫେର କରି ନିଲମ୍ବିତ ହେଲେ ସରପଞ୍ଚ। କଟକ ମାହାଙ୍ଗା ବ୍ଲକ ବରାହିପୁର ସରପଞ୍ଚ ରଶ୍ମିତା ସ୍ବାଇଁ। ସେ ୨ ଲକ୍ଷ ୭ ହଜାର ୨୪୮ ଟଙ୍କାର ଅର୍ଥ ହେରଫେର କରିଥିବାର ଅଭିଯୋଗ ହୋଇଛି। ଏ ନେଇ କଟକ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।