ପୁରୀ, ୨୯/୮ : ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାରର ସ୍ଥାନୀୟ ବା ଆଞ୍ଚଳିକ ପର୍ବପର୍ବାଣି ପାଳନ କରାଯାଇଥାଏ । ଏମିତି ଏକ ପର୍ବ ହେଉଛି ଷଷ୍ଠୀ ଓଷା ବା ଷଠିଓଷା । ଅବିଭକ୍ତ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ବ l
"ଶ୍ବେତପଙ୍କଜବର୍ଣ୍ଣଭାଂ ଶ୍ବେତାଭରଣଭୂଷିତାମ୍ । ଶ୍ବେତବସ୍ତ୍ରପରିଧାନାଂ ଶ୍ବେତଚନ୍ଦନଚର୍ଚ୍ଚିତାମ୍ ।।
ଶ୍ବେତପଦ୍ମମୁଖୀଂ ଦେବୀଂ ଶ୍ବେତପୁଷ୍ପୈରଳଂକୃତାମ୍ ।
ଦଧତୀଂ ଦକ୍ଷିଣେହସ୍ତେ ପୁତ୍ରଂ ସର୍ବଗୁଣାନ୍ବିତମ୍ ।।
ବାମକକ୍ଷେ ସୁତଂ ତଦବଦ୍ ଧାରୟନ୍ତୀଂ ମନୋହକାମ୍ । କୃପାପାଙ୍ଗେନ ବୀକ୍ଷନ୍ତୀଂ ଦେବସେନାଂ ଭଜାମ୍ୟହମ୍ ।।"
ଭାଦ୍ରବ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଷଷ୍ଠୀ ଦେବୀଙ୍କର ଆରଧନା କରାଯାଏ। ଦୁର୍ଗା ବା ପ୍ରକୃତି ଙ୍କ କଳା ଷଷ୍ଠୀ ଓ ସ୍କନ୍ଦ ଭାର୍ଯ୍ୟା। ଏଷୋଡଶମାତୃକା ମଧ୍ୟରେ ପ୍ରଧାନ ଦେବୀ ।ଏହାଙ୍କର ଅନ୍ୟ ନାମ ଦେବସେନା।ଏହାଙ୍କର ପ୍ରସାଦ ରେ ପୁତ୍ରପୌତ୍ରାଦି ଲାଭ ହୁଏ ଓ ଜଗତର ଶିଶୁମାନଙ୍କର ପାଳିକା ଓ ରକ୍ଷାକାରିଣୀ।ପିଲା ଜନ୍ମ ହେବାର ଷଷ୍ଠ "ଷଠୀ ବା ଏକୋଇଶିଆ ଦିନ ଏହାଙ୍କ ପୂଜା କରାଯାଏ ।ଅପୁତ୍ରିକ ବ୍ଯକ୍ତି ଏକବର୍ଷ ପର୍ଯ୍ୟନ୍ତ ସ୍ତବ ଶ୍ରବଣ କଲେ ପୁତ୍ର ସନ୍ତାନ ଲାଭ ହୁଏ ଓ ରୁଗ୍ଣ ସନ୍ତାନ ନୀରୋଗ ହୁଏ ।ସନ୍ତାନବତୀ ରମଣୀ ମାନେ ନିଜ ନିଜ ର ସନ୍ତାନମାନଙ୍କ ମଙ୍ଗଳାର୍ଥେ ପ୍ରତି ମାସର ଶୁକ୍ଳ ଷଷ୍ଠୀ ପାଳନ କରିବା ବିଧେୟ। ଶାସ୍ତ୍ର ମତରେ, ଏ ଭର୍ତ୍ତାଙ୍କ ଚକ୍ଷୁରେ ସୁନ୍ଦରୀ ଓ ଯୁବତୀରୂପ ଧାରଣ କରନ୍ତି ଏବଂ ଶିଶୁ ମାନଙ୍କର ରକ୍ଷିକାରୂପେ ମାତୃରୂପି,ଦୟାରୂପି,ବୃଦ୍ଧରୂପା ଓ ଯୋଗିନୀ ରୂପା ହୁଅନ୍ତି। ସୂତିକାଗାରରେ ଶିଶୁଜନ୍ମର ଷଷ୍ଠ ଦିନ ରେ କାନ୍ଥ ରେ ଏହାଙ୍କର ରୂପ ଗଢାଯାଇ ବା ପିତୁଳା ସ୍ଥାପିତ ହୋଇ ପୂଜାକରାଯାଏ ।ଏ ସୁପୁତ୍ରଦା ଓ ସୁଖଦା ଅଟନ୍ତି ।କଥିତ ଅଛି ଯେ, ଏ ଦେବୀ ସର୍ବଦା ଶିଶୁ ମାନଙ୍କୁ ଜଗିଥାନ୍ତି।ଶିଶୁ ଶୋଇପଡିଲେ ତାକୁ ଉଠାଇ ଦେଇଥାନ୍ତି ଓ ଶିଶୁ ଶୋଇଥିବା ସମୟରେ ତାଙ୍କୁ ସ୍ବପ୍ନ ଦେଖାଇ ହସାଇଥାନ୍ତି ଓ କନ୍ଦାଇଥାନ୍ତି।ପ୍ରତି ଶୁକ୍ଳ ଷଷ୍ଠୀ ରେ ଓ ବିଶେଷତଃ ଭାଦ୍ରବ ଶୁକ୍ଳ ଷଷ୍ଠୀ ରେ (ଷଠୀ ଓଷା ରେ) ଏହାଙ୍କର ବିଶେଷ ପୂଜା କରାଯାଏ ।ଏହାଙ୍କୁ ଶାଳଗ୍ରାମ ଶିଳା ରେ ଘଟରେ ଓ ବଟମୂଳରେ ତଥା କାନ୍ଥ ରେ ମାଟିରେ ପିତୁଳାସ୍ଥାପନ କରି ପୂଜା କରାଯାଇଥାଏ ।ଏହାଙ୍କ ଧ୍ୟାନ ରେ ଏହାଙ୍କୁ ରତ୍ନଭୂଷଣ ଭୂଷିତା ଓ ପବିତ୍ର ରୂପା ବୋଲି ବର୍ଣ୍ଣିତ ହୋଇଅଛନ୍ତି ।
ଏହାଙ୍କର ଅଷ୍ଟାକ୍ଷର ମନ୍ତ୍ର "ନୌ ହ୍ରୀଂ ଷଷ୍ଠୀଦେବ୍ୟୈ ସ୍ଵାହା"।।ବ୍ରହ୍ମବୈବର୍ତ୍ତ ପୂରାଣ ପ୍ରକୃତି ଖଣ୍ଡ ୧ମ ଓ ୪ର୍ଥ ଅଧ୍ୟାୟରେ ଏହାଙ୍କର ପୂଜାବିଧି ବର୍ଣ୍ଣିତ ହୋଇଛି ।
ଓଁ ଷଷ୍ଠୀ ଦେବୀ ନାମସ୍ତୁଭ୍ୟଂ ସୂତିକଗୃହ ଶାୟିନି,
ପୂଜିତା ପରାୟା ଭକ୍ତ୍ୟା ଦୀଘାମାୟଃ ପ୍ରଯଚ୍ଛମେ ।
ଗହ୍ମାବେଦୀମାଟି ଓ ହଳଦୀରେ ଚାରେଟି ଷଠୀ ମୂର୍ତ୍ତି ତିଆରି କରାଯାଇ ହଳଦିଆ କନାରେ ପିନ୍ଧାଇ ଦିଆଯାଏ । ଏହାପରେ ଫୁଲ, ଚନ୍ଦନ, ଧୂପ, ଦୀପ ଓ ଅଗୁର ଇତ୍ୟାଦି ଦେଇ ଗୋଟିଏ ପିଢ଼ାପରେ ରଖାଯାଏ । ଛ’ପ୍ରକାର ତରକାରୀ ବଢ଼ାଯାଏ । ଆଇଁଷ ଭୋଗ ବି ଦିଆଯାଏ । ଧାନଗଛ, ଓଲୁଅ, ସାରୁ, ଅଁଳା, ବଜ୍ରମୂଳି, ବାଉଁଶ, ବରକୋଳି ଓ ଆମ୍ବଡାଳ ଇତ୍ୟାଦି ଏକାଠିକରି ଦେବୀଙ୍କ ପାଖରେ ସ୍ଥାପନ କରାଯାଏ । ଏସବୁ କାର୍ଯ୍ୟ ପରିବାରର ଜଣେ ବୟସ୍କ ବା ମାତୃସ୍ଥାନୀୟ ମହିଳା ସଂପାଦନ କରନ୍ତି । ଏଥୁଅନ୍ତେ ଠାକୁରାଣୀଙ୍କ ସାମ୍ନାରେ ଝୋଟି ଓ ଚିତା ପକା ଯାଏ । ଏହାପରେ ଦେବୀଙ୍କୁ ଧୂପ, ଦୀପ, ନୈବେଦ୍ୟ ଇତ୍ୟାଦି ସମର୍ପଣ ପୂର୍ବକ ବନ୍ଦାପନା କରାଯାଏ । ଭୋଗବଢ଼ାଯାଏ । ଠାକୁରାଣୀଙ୍କ ଭୋଗକୁ ପିଲାଙ୍କୁ ଖାଇବାକୁ ଦେଲାପରେ, ଦେବୀ ସାମ୍ନାରେ ସେମାନଙ୍କୁ ବନ୍ଦାପନା କରାଯାଏ । ଏହାପରେ ସମର୍ପିତ ଡାଳ,ମୂଳ ବିଡ଼ା ବା ଷଠୀ ବିଡ଼ାରେ ସାତଥର ବାଡ଼େଇ ଝାଡ଼ି ଦିଆଯାଏ ଏବଂ ସେମାନେ ଦୀର୍ଘାୟୁ ହେବା ଏବଂ ଶରୀର ବଜ୍ରତୁଲ୍ୟ ହୋଇଯାଉ ବୋଲି, କାମନା କରାଯାଏ । ଏହାପରେ ସୂତାରେ ତିଆରି ଷଠୀ ବୁଢ଼ି ଠାକୁରଙ୍କୁ ଛୁଆଇଁ ପିଲାମାନଙ୍କ ହାତରେ ବନ୍ଧାଯାଏ । ଷଠୀ ଓଷା ପୁରାଣରେ ଶାଶୂ ଓ ବୋହୂଙ୍କୁ ଷଠୀ ଦେବୀ ଏହିପରି କହିଛନ୍ତି :
ଷଠୀଦିନ ପାଳିବୁ । ଛ’ ତିଅଣ କରିବୁ । ଛ’ ଖଣ୍ଡ କନା , ଛ’ଗୋଟି ପିଠା କରିବୁ । ଓଷା ପୂଜିବୁ ।…. ।
“ସେହିମତେ ନଣନ୍ଦ ଭାଉଜ ଲିପାପୋଛା କଲେ । ଚିତ୍ତା ଚଇତା ଦେଲେ । ଓଷା ସାମଗ୍ରୀ କଲେ । ବୁଡ଼ ପାରି ଆଇଲେ, ଛ’ ତିଅଣ କଲେ, ଛ’ ପିଠା କଲେ, ଶିଳପୁଆ ଧୋଇ ଦେଲେ । ଚିତ୍ତା ଚଇତା ଦେଲେ । ହଳଦି କନ୍ଦା ପିନ୍ଧାଇଦେଲେ । ଷଠୀ ଦଉଲା କଲେ । ଛ’ ଗଣ୍ଠି ପଡ଼ିଲେ । ଛ’ ଖିଅ ସୂତା କଲେ, ଛ’ କେର୍ତ୍ତି ଦୁବ କଲେ, ଷଠୀ ଚାଉଳ ବାନ୍ଧିଲେ, ଜୁଇ ଡାଳ ଆଣିଲେ, ଛେନାପାଣି କଲେ, ଛ’ ତିଅଣ, ଛ’ ଚକୁଳି ବାଢ଼ିଲେ । ଶାଶୂ ବୋହୂ ଓଷା ପୂଜିଲେ । ଖାଇସାରିଲେ, ପୂଜା ଫୁଲ ଦୂବ ଘେନିଲେ ।” ଏହାହିଁ ପ୍ରଚଳିତ ବିଧି ।
ପୂଜାର ସାତଦିନ ପରେ ଷଠୀ ଦେବୀଙ୍କୁ ସେ ଝୋଟି ଚିତା ସହ ସବୁକିଛି ନେଇ ପାଣିରେ ବିସର୍ଜନ କରାଯାଏ । ଧନ ଭିତରେ ଏକ ଦମ୍ପତ୍ତି ପାଇଁ ସନ୍ତାନମାନେ ହିଁ ଶ୍ରେଷ୍ଠ ଧନ । ସେମାନେ ବଂଶାନୁକ୍ରମିକର ପରବର୍ତ୍ତୀ ପୀଢ଼ି । ସମସ୍ତ ଧାତବ ଅଳଙ୍କାର, ମୋତି ମାଣିକ ଇତ୍ୟାଦି ନିରାପତ୍ତା ଓ ସଂରକ୍ଷଣ ପାଇଁ ସିନ୍ଦୁକ, ସଂପଦଗନ୍ଥା ଇତ୍ୟାଦି ଥାଇପାରେ । ଏମାନେ ଅପ୍ରାଣୀବାଚକ । ହେଲେ, ଶ୍ରେଷ୍ଠ ଧନ ମାନେ ହିଁ ସନ୍ତାନ ।ସେମାନଙ୍କର ସୁରକ୍ଷା, ଭଲମନ୍ଦ ଏବଂ ଆୟୂକାଳ ସେହି ଅଦୃଶ୍ୟ ହାତରେ । ହିନ୍ଦୁ ଧର୍ମରେ ବିଶେଷକରି ଓଡ଼ିଆ ଘରେ ସେହି ଅଦୃଶ୍ୟ ହାତର ନା’ ଷଠୀ ଦେବୀ; ସେ ରକ୍ଷା କର୍ତ୍ତାର ପ୍ରତୀକ । ମା’ ଜନ୍ମଦାତ୍ରୀ; ଷଠୀ ରକ୍ଷା କବଚ । ଏଣୁ ସେ ପୂଜ୍ୟ ଧାର୍ମିକ କାରଣ, ଯାହାହେଉନା କାହିଁକି ଏଥିରେ ପ୍ରୟୋଗ ସମସ୍ତ ପଦାର୍ଥ ଆନ୍ତର୍ବେଦୀୟ ଉପଚାର ଯାହାକି ବିଜ୍ଞାନ ସମ୍ମତ । ଡାକ୍ତରୀ ବିଦ୍ୟାରେ ଶିଶୁମାନଙ୍କୁ ପୋଲିଓ ମୁକ୍ତ ପାଇଁ ଏବ ଯେପରି ବ୍ୟବସ୍ଥା ହୋଇଛି, ଅଥବା ନିରୋଗ ପାଇଁ ଯେଉଁସବୁ ଟୀକା ବ୍ୟବସ୍ଥା ହୋଇଛି ଏହା ସେହିପରି ଶିଶୁଙ୍କ ନିରୋଗତା ପାଇଁ ଏକ ବ୍ୟବସ୍ଥା, ଧର୍ମାନ୍ଧତା ବା କୁସଂସ୍କାର ନୁହେଁ ।
ଷଠି ବାଡ଼ିଆ :-
ରାତିରେ ଅପାମାରଙ୍ଗ , ବାଉଁଶ , ଧାନ , ବଜ୍ରମୂଳୀ , ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷା ବିଧାନାର୍ଥ ତାଙ୍କ ପିଠିରେ ମା ' ଏବଂ ଅନ୍ୟ ବୟସ୍କ ସ୍ତ୍ରୀ ଲୋକମାନେ ଧୀରେ ଧୀରେବାଡ଼ାନ୍ତି । ଏହାକୁ " ଷଠି ବାଡ଼ିଆ " କୁହାଯାଏ । ଏହା ଦ୍ଵାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ବାସ ରହିଛି । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି :
ଓଲୁଅ ପରି ବଢ଼ିଯା , ବଣସାରୁ ପରି ମାଡ଼ିଯା , ଜୀଁ ଜୀଁ ବଜ୍ର ହୋ !
ll ଶ୍ରୀଷଷ୍ଠୀଦେବି ସ୍ତୋତ୍ରମ୍ ll
ଆଜି ପବିତ୍ର ଷଷ୍ଠୀ ଓଷାରେ ସମସ୍ତ ମାଆମାନେ ନିଜ ନିଜର ସନ୍ତାନ ମାନଙ୍କ ଦୀର୍ଘାୟୁଷ୍ଯ ନିମନ୍ତେ ପବିତ୍ର ଷଷ୍ଠୀ ଦେବୀଙ୍କ ସ୍ତୋତ୍ର ପାଠ କରନ୍ତୁ ।
ଶ୍ରୀ ଗଣେଶାୟ ନମଃ ॥
।।ଧ୍ୟାନମ୍ ।।
ଶ୍ରୀମନ୍ମାତରମମ୍ବିକାଂ ବିଧି ମନୋଜାତାଂ ସଦାଭୀଷ୍ଟଦାଂ
ସ୍କନ୍ଦେଷ୍ଟାଂ ଚ ଜଗତ୍ପ୍ରସୂଂ ବିଜୟଦାଂ ସତ୍ପୁତ୍ର ସୌଭାଗ୍ୟଦାମ୍ ।
ସଦ୍ରତ୍ନାଭରଣାନ୍ୱିତାଂ ସକରୁଣାଂ ଶୁଭ୍ରାଂ ଶୁଭାଂ ସୁପ୍ରଭାଂ
ଷଷ୍ଠାଂଶାଂ ପ୍ରକୃତେଃ ପରାଂ ଭଗବତୀଂ ଶ୍ରୀଦେବସେନାଂ ଭଜେ ॥
ଷଷ୍ଠାଂଶାଂ ପ୍ରକୃତେଃ ଶୁଦ୍ଧାଂ ସୁପ୍ରତିଷ୍ଠାଂ ଚ ସୁବ୍ରତାମ୍ ।
ସୁପୁତ୍ରଦାଂ ଚ ଶୁଭଦାଂ ଦୟାରୂପାଂ ଜଗତ୍ପ୍ରସୂମ୍ ॥
ଶ୍ୱେତଚମ୍ପକ ବର୍ଣାଭାଂ ରକ୍ତଭୂଷଣ ଭୂଷିତାମ୍ ।
ପବିତ୍ରରୂପାଂ ପରମାଂ ଦେବସେନାଂ ପରାମ୍ଭଜେ ॥
ଅଥ ଶ୍ରୀଷଷ୍ଠୀଦେବି ସ୍ତୋତ୍ରମ୍ ।
ସ୍ତୋତ୍ରଂ ଶୃଣୁ ମୁନିଶ୍ରେଷ୍ଠ ସର୍ୱକାମଶୁଭାବହମ୍ ।
ବାଞ୍ଛାପ୍ରଦଂ ଚ ସର୍ୱେଷାଂ ଗୂଢଂ ବେଦେ ଚ ନାରଦ ॥
ପ୍ରିୟବ୍ରତ ଉବାଚ ।
ନମୋ ଦେବ୍ୟୈ ମହାଦେବ୍ୟୈ ସିଦ୍ଧ୍ୟୈ ଶାନ୍ତ୍ୟୈ ନମୋ ନମଃ ।
ଶୁଭାୟୈ ଦେବସେନାୟୈ ଷଷ୍ଠୀଦେବ୍ୟୈ ନମୋ ନମଃ ॥ ୧॥
ବରଦାୟୈ ପୁତ୍ରଦାୟୈ ଧନଦାୟୈ ନମୋ ନମଃ ।
ସୁଖଦାୟୈ ମୋକ୍ଷଦାୟୈ ଚ ଷଷ୍ଠୀଦେବ୍ୟୈ ନମୋ ନମଃ ॥ ୨॥
ସୃଷ୍ଟ୍ୟୈ ଷଷ୍ଠାଂଶରୂପାୟୈ ସିଦ୍ଧାୟୈ ଚ ନମୋ ନମଃ ।
ମାୟାୟୈ ସିଦ୍ଧୟୋଗିନ୍ୟୈ ଷଷ୍ଠୀଦେବ୍ୟୈ ନମୋ ନମଃ ॥ ୩॥
ପରାୟୈ ପାରଦାୟୈ ଚ ଷଷ୍ଠୀଦେବ୍ୟୈ ନମୋ ନମଃ ।
ସାରାୟୈ ସାରଦାୟୈ ଚ ପରାୟୈ ସର୍ୱକର୍ମଣାମ୍ ॥ ୪॥
ବାଲାଧିଷ୍ଠାତୃଦେବ୍ୟୈ ଚ ଷଷ୍ଠୀଦେବ୍ୟୈ ନମୋ ନମଃ ।
କଲ୍ୟାଣଦାୟୈ କଲ୍ୟାଣ୍ୟୈ ଫଲଦାୟୈ ଚ କର୍ମଣାମ୍ ॥ ୫॥
ପ୍ରତ୍ୟକ୍ଷାୟୈ ଚ ଭକ୍ତାନାଂ ଷଷ୍ଠୀଦେବ୍ୟୈ ନମୋ ନମଃ ।
ପୂଜ୍ୟାୟୈ ସ୍କନ୍ଦକାନ୍ତାୟୈ ସର୍ୱେଷାଂ ସର୍ୱକର୍ମସୁ ॥ ୬॥
ଦେବରକ୍ଷଣକାରିଣ୍ୟୈ ଷଷ୍ଠୀଦେବ୍ୟୈ ନମୋ ନମଃ ।
ଶୁଦ୍ଧସତ୍ତ୍ୱସ୍ୱରୂପାୟୈ ବନ୍ଦିତାୟୈ ନୃଣାଂ ସଦା ॥ ୭॥
ହିଂସାକ୍ରୋଧବର୍ଜିତାୟୈ ଷଷ୍ଠୀଦେବ୍ୟୈ ନମୋ ନମଃ ।
ଧନଂ ଦେହି ପ୍ରିୟାଂ ଦେହି ପୁତ୍ରଂ ଦେହି ସୁରେଶ୍ୱରି ॥ ୮॥
ଧର୍ମଂ ଦେହି ଯଶୋ ଦେହି ଷଷ୍ଠୀଦେବ୍ୟୈ ନମୋ ନମଃ ।
ଭୂମିଂ ଦେହି ପ୍ରଜାଂ ଦେହି ଦେହି ବିଦ୍ୟାଂ ସୁପୂଜିତେ ॥ ୯॥
କଲ୍ୟାଣଂ ଚ ଜୟଂ ଦେହି ଷଷ୍ଠୀଦେବ୍ୟୈ ନମୋ ନମଃ ।
॥ ଫଲଶୃତି ॥
ଇତି ଦେବୀଂ ଚ ସଂସ୍ତୂୟ ଲେଭେ ପୁତ୍ରଂ ପ୍ରିୟବ୍ରତଃ ॥ ୧୦॥
ଯଶସ୍ୱିନଂ ଚ ରାଜେନ୍ଦ୍ରଂ ଷଷ୍ଠୀଦେବୀପ୍ରସାଦତଃ ।
ଷଷ୍ଠୀସ୍ତୋତ୍ରମିଦଂ ବ୍ରହ୍ମନ୍ୟଃ ଶୃଣୋତି ଚ ବତ୍ସରମ୍॥ ୧୧।
ଅପୁତ୍ରୋ ଲଭତେ ପୁତ୍ରଂ ବରଂ ସୁଚିରଜୀବିନମ୍ ।
ବର୍ଷମେକଂ ଚ ଯା ଭକ୍ତ୍ୟା ସଂୟତ୍ତେଦଂ ଶୃଣୋତି ଚ ॥ ୧୨॥
ସର୍ୱପାପାଦ୍ୱିନିର୍ମୁକ୍ତା ମହାବନ୍ଧ୍ୟା ପ୍ରସୂୟତେ ।
ବୀରପୁତ୍ରଂ ଚ ଗୁଣିନଂ ବିଦ୍ୟାବନ୍ତଂ ଯଶସ୍ୱିନମ୍ ॥ ୧୩॥
ସୁଚିରାୟୁଷ୍ମନ୍ତମେବ ଷଷ୍ଠୀମାତୃପ୍ରସାଦତଃ ।
କାକବନ୍ଧ୍ୟା ଚ ଯା ନାରୀ ମୃତାପତ୍ୟା ଚ ଯା ଭବେତ୍ ॥ ୧୪॥
ବର୍ଷଂ ଶୃତ୍ୱା ଲଭେତ୍ପୁତ୍ରଂ ଷଷ୍ଠୀଦେବୀପ୍ରସାଦତଃ ।
ରୋଗୟୁକ୍ତେ ଚ ବାଲେ ଚ ପିତା ମାତା ଶୃଣୋତି ଚେତ୍ ॥ ୧୫॥
ମାସଂ ଚ ମୁଚ୍ୟତେ ବାଲଃ ଷଷ୍ଠୀଦେବୀ ପ୍ରସାଦତଃ ।
ଇତି ଶ୍ରୀବ୍ରହ୍ମବୈବର୍ତେ ମହାପୁରାଣେ ଇତିଖଣ୍ଡେ ନାରଦନାରାୟଣସମ୍ବାଦେ ଷଷ୍ଠ୍ୟୁପାଖ୍ୟାନେ ଶ୍ରୀଷଷ୍ଠୀଦେବିସ୍ତୋତ୍ରଂ ସମ୍ପୂର୍ଣମ୍ ॥