ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ମଟନ କହି ପ୍ଲେଟରେ ପରଷି ଦେଉଛନ୍ତି ଗୋମାଂସ, ଭିଡିଓ ଭାଇରାଲ୍ ପରେ ହୋଟେଲ୍ ସିଲ୍

Published By : Prameya | March 7, 2025 2:40 PM

ଭୁବନେଶ୍ୱର, ୦୭/ ୦୩ : ହୋଟେଲ୍‌ରେ ମଟନ ଖାଉଛନ୍ତି କି ? ତାହେଲେ ସାବଧାନ୍ ! କାରଣ ମଟନ କହି ପ୍ଲେଟରେ ପରଷି ଦେଉଛନ୍ତି ଗୋମାଂସ। ଏଭଳି ଏକ ଚାଞ୍ଚଲ୍ୟକର ଭିଡିଓ ଏବେ ଭାଇରାଲ୍ ହୋଇଛି। ଏହି ଭିଡିଓ ଭାଇରାଲ୍ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ସାକ୍ଷୀଗୋପାଳ କଲେଜ ଛକ ନିକଟରେ ଥିବା ଜୟା ହୋଟେଲ୍‌କୁ ସିଲ୍ କରାଯାଇଛି। ଗୁରୁବାର ରାତି ପ୍ରାୟ ୧ଟା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ହୋଟେଲକୁ ସିଲ୍‌ କରିଦିଆଯାଇଛି। 

ସୂଚନାନୁଯାୟୀ, ଜାୟା ହୋଟେଲ ମାଲିକ ଗୋମାଂସ କିଣୁଥିବାର ଜଣେ ବେପାରୀଙ୍କ କଥା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣା ପୁରା ରାଜ୍ୟରେ ପ୍ରଘଟ ହେବା ପରେ ଆକ୍ସନକୁ ଆସି ଜୟା ହୋଟେଲକୁ ସିଲ୍ କରିଛି ପ୍ରଶାସନ। ଉକ୍ତ ହୋଟେଲଟି ସତ୍ୟବାଦୀ ଅଞ୍ଚଳରେ ମଟନର ସୁସ୍ୱାଦ ପାଇଁ ବେଶ୍ ପ୍ରସିଦ୍ଧ ଥିବା ଚର୍ଚ୍ଚା ହେଉଛି। ହୋଟେଲକୁ ସିଲ କରିବା ପରେ ଏହାର ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ସେପଟେ ଭାଇରାଲ୍‌ ଭିଡିଓରେ ଯୁବକ ଜଣକ ସତ୍ୟବାଦୀ ଥାନାରେ କାର୍ଯ୍ୟରତ ଜନୈକ ପୁଲିସ ଅଧିକାରୀଙ୍କ ନାମ ବି ପ୍ରକାଶ କରିଥିଲେ । ତାଙ୍କୁ ଗତକାଲି ସାର୍ଟିଫିକେଟ୍‌ ଦିଆଯାଇ ବଦଳି କରାଯାଇଛି ବୋଲି ଥାନା  ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି । 

ଏନେଇ ଜୟା ହୋଟେଲ୍‌  ସତ୍ତ୍ୱାଧିକାରୀ ସଞ୍ଜୟ ବାରିକ କହିଛନ୍ତି ଯେ, ଆମ ହୋଟେଲ୍‌ରେ ମଟନରେ ଅପମିଶ୍ରଣ ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା । ଭାଇରାଲ୍‌ ହେଉଥିବା ଭିଡିଓ ଓ କହୁଥିବା ଯୁବକଙ୍କ ସହିତ ଆମର କୌଣସି ସମ୍ପର୍କ ନାହିଁ । ଆମ ବ୍ୟବସାୟରେ ଇର୍ଷାନ୍ୱିତ ହୋଇ କେହି ଖଳ ପ୍ରକୃତିର ଲୋକ ଏପରି କରି ଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି । ଖାଦ୍ୟ ନମୁନା ଯାଞ୍ଚ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି। ତେବେ ଗୋମାଂସ କେବଳ ପୁରୀ ନୁହେଁ, ଆହୁରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ଏହି ଭିଡିଓରୁ ସୂଚନା ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ପୁରୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବିଶ୍ୱାସରେ ଖାସି ମାଂସ ନେଇ ଖାଉଥିବା ବ୍ୟକ୍ତି ବିଶେଷ ଏହି ମାଂସ ବ୍ୟବସାୟୀଙ୍କ ଉପରେ ଆସ୍ଥା ହରାଇଛନ୍ତି। ତୁରନ୍ତ ଏହି ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। 

ଗୋମାଂସ ଚାଲାଣ ନେଇ ଏସପି ବିନୀତ ଅଗ୍ରୱାଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ପୋଲିସ ପକ୍ଷରୁ ତ୍ୱରିତ ଆକ୍ସନ ନିଆଯାଇଛି। ସତ୍ୟବାଦୀରେ ଥିବା ସମ୍ପୂର୍ଣ୍ଣ ଢ଼ାବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଛି। ଖାଦ୍ୟ ସାମ୍ପଲ ଯାଞ୍ଚ ପାଇଁ ମଧ୍ୟ ପଠାଯାଇଛି। ପୁରୀ ସହରରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ଆସିବା ପରେ ସେଠାରେ ଚଢ଼ାଉ କରାଯାଇଛି। ସତ୍ୟବାଦୀ ଥାନା ଅଧିକାରୀଙ୍କ ନାଁରେ ଏନେଇ ଅଭିଯୋଗ ଆସିବା ପରେ ପୋଲିସ ହେଡ୍ କ୍ବାଟରକୁ ତାଙ୍କୁ ପଠାଯାଇଛି। ଗୋଚାଲାଣ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.