ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ବିଦେଶୀ ନାଗରିକ ପାଇଁ ରିଅଲ ଇଷ୍ଟେଟ ମାର୍କେଟ ଖୋଲିବ ସାଉଦି ଆରବ, ୨୦୨୬ରୁ ଲାଗୁ ହେବ ନୂଆ ଆଇନ୍

Published By : Manoj | July 31, 2025 2:04 PM

ରିୟାଧ,୩୧/୦୭: ସାଉଦି ଆରବ ସରକାର ବିଦେଶୀ ନାଗରିକ ଏବଂ କମ୍ପାନୀଗୁଡ଼ିକ ପାଇଁ ନିଜ ରିଅଲ ଇଷ୍ଟେଟ ମାର୍କେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ନୂଆ ଆଇନ ୨୦୨୬ରୁ ଲାଗୁ ହେବ । ଏହା ଅନୁସାରେ, ବିଦେଶର ନିବେଶକ ରିୟାଧ, ଜେଦାହ ଏବଂ ଅନ୍ୟ  ସ୍ଥାନରେ ସମ୍ପତ୍ତି କିଣିପାରିବେ । ଏହା ସାଉଦି ସରକାରଙ୍କ ୨୦୨୦ ଭିଜନର ଅଂଶ । ଏହାର ଉଦ୍ଦେଶ୍ୟ ତେଲ ଉପରୁ ନିର୍ଭରଶୀଳତା ହ୍ରାସ  କରିବା ଏବଂ ଅର୍ଥବ୍ୟବସ୍ଥାରେ ବିବିଧତା ଆଣିବା । ଏବେର ନିୟମ ଅନୁସାରେ ଏସବୁ ଉପରେ ସାଉଦି ଆରବରେ କଟକଣା ରହିଛି । 

ସାଉଦି ଆରବ କ୍ୟାବିନେଟ ନିକଟରେ ଏହି ଆଇନକୁ  ମଞ୍ଜୁରି ଦେଇଛି । ରିଅଲ ଇଷ୍ଟେଟରେ ସୁଧାର ଦିଗରେ ଏହା  ଏକ ବଡ଼ ପଦକ୍ଷେପ ବୋଲି ସାଉଦି ହାଉସିଂ ମନ୍ତ୍ରୀ ମଜିଦ୍‌ ବିନ୍‌  ଅବଦୁଲ୍ଲା କହିଛନ୍ତି । ଏହି ଆଇନ ରିଅଲ ଇଷ୍ଟେଟରେ ନିବେଶ  ବଢ଼ାଇବ ଏବଂ ସାଉଦି ସହରଗୁଡ଼ିକୁ ବୈଶ୍ୱିକ ନିବେଶକ କେନ୍ଦ୍ର  ବନାଇବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ମକ୍କା, ମଦିନା  ଭଳି ପବିତ୍ର ସହରରେ ପ୍ରପର୍ଟି କିଣିବା ଉପରେ କଟକଣା ରହିବ ।  କାରଣ ଏହାର ଧାର୍ମିକ ଏବଂ ସାଂସ୍କୃତିକ ମହତ୍ତ୍ୱ ରହିଛି । ଏହି  ସହରଗୁଡ଼ିକରେ କେବଳ ମୁସଲମାନମାନେ ହିଁ କେତେକ ନିର୍ଦ୍ଦିଷ୍ଟ  ସର୍ତ୍ତରେ ସମ୍ପତ୍ତି କ୍ରୟ କରିପାରିବେ । ସେହିପରି ବିଦେଶୀ ନିବେଶକ  ସାଉଦି ଷ୍ଟକ୍‌ ଏକ୍ସଚେଞ୍ଜ ତଦାବୁଲରେ ତାଲିକାଭୁକ୍ତ ରିଅଲ ଇଷ୍ଟେଟ  କମ୍ପାନୀଗୁଡ଼ିକରେ ୪୯% ପର୍ଯ୍ୟନ୍ତ ସେୟାର କିଣିପାରିବେ, ଯାହା ମକ୍କା  ଓ ମଦିନାରେ ପ୍ରକଳ୍ପ ବିକଶିତ କରିଥାଏ । ରିଅଲ ଇଷ୍ଟେଟ ଜେନେରାଲ  ଅଥରିଟି ୧୮୦ ଦିନ ଭିତରେ ସେହି ଜାଗା ଏବଂ ନିୟମର ତାଲିକା  ଜାରି କରିବ, ଯେଉଁଠି ବିଦେଶୀ ନାଗରିକ ସମ୍ପତ୍ତି କିଣିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.