ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୧୯ ବର୍ଷ ହେଲା କୋମାରେ ସାଉଦିର ‘ସ୍ଲିପିଂ ପ୍ରିନ୍ସ’, କାର୍‌ ଦୁର୍ଘଟଣାରେ ମସ୍ତିଷ୍କରେ ଲାଗିଥିଲା ଆଘାତ

Published By : Krishna Priya | April 23, 2025 1:52 PM

ନୂଆଦିଲ୍ଲୀ ୨୩/୦୪: ଦୀର୍ଘ ଦୁଇ ଦଶନ୍ଧି ଧରି କୋମାରେ ରହିଥିବା ସାଉଦି ଆରବର ରାଜକୁମାର ଅଲ-ୱାଲିଦ ବିନ୍‌ ଖାଲେଦ ବିନ୍‌ ତଲାଲ ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯ ବର୍ଷରୁ ଅଧିକ ସମୟ ଧରି ଶୋଇ ରହିଥିବାରୁ ‘ସ୍ଲିପିଂ ପ୍ରିନ୍ସ’ ନାମରେ ସେ ଜଣାଶୁଣା । ଏ ଅବସରରେ ଅନେକ ସୋସିଆଲ ମିଡିଆ ୟୁଜର୍‌ ଈଶ୍ୱରଙ୍କ ପାଖରେ ତାଙ୍କର ଆରୋଗ୍ୟ କାମନା କରି ବାର୍ତ୍ତା ଦେଇଛନ୍ତି ।

ଲଣ୍ଡନଠାରେ ଏକ କାର୍‌ ଦୁର୍ଘଟଣାରେ ମସ୍ତିଷ୍କରେ ଆଘାତ ଲାଗିବାରୁ ରାଜକୁମାର ଅଲ୍‌ୱାଲିଦ ୨୦୦୫ ମସିହାରୁ କୋମାରେ ଅଛନ୍ତି । ସେବେଠାରୁ ଭେଣ୍ଟିଲେଟର୍‌ ଓ ଫିଡିଂ ଟ୍ୟୁବ୍‌ ଜରିଆରେ ତାଙ୍କୁ ଜୀବିତ ରଖାଯାଇଛି । ୨୦୧୯ରେ ତାଙ୍କଠାରେ ସାମାନ୍ୟତମ ପ୍ରତିକ୍ରିୟାର ଲକ୍ଷଣ ଦେଖାଯାଇଥିଲା । ତାଙ୍କ ଆଙ୍ଗୁଳିରେ ହଲ୍‌ଚଲ ହୋଇଥିଲା ଏବଂ ମୁଣ୍ଡ ହାଲ୍‌କା ସ୍ଥାନରୁ ଘୁଞ୍ଚିଥିଲା । କିନ୍ତୁ ତା’ପରଠୁ ଆଉ କୌଣସି ପ୍ରଗତି ଲକ୍ଷ୍ୟ କରାଯାଇ ନାହିଁ । ରିୟାଧ ସ୍ଥିତ କିଙ୍ଗ୍‌ ଅବ୍‌ଦୁଲାଜିଜ୍‌ ମେଡିକାଲ ସିଟିରେ ରାଜକୁମାରଙ୍କ ଚିକିତ୍ସା ଚାଲିଛି । ଏକ ଡାକ୍ତର ଟିମ୍‌ ତାଙ୍କର ୨୪ ଘଣ୍ଟିଆ ଚିକିତ୍ସା ଚଳାଇଛନ୍ତି । ଅଭିଭାବକ ପ୍ରିନ୍ସ ଖାଲେଦ ବିନ୍‌ ତଲାଲ ଓ ପ୍ରିନ୍ସେସ୍‌ ରିମା ବିନ୍‌ତ ତଲାଲ ଏବେ ବି ତାଙ୍କର ଆରୋଗ୍ୟ ନେଇ ବିଶ୍ୱାସ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.