ଭୁବନେଶ୍ୱର,୦୨/୦୧: ଅମିତ କଲେଜ ସାମ୍ବାଦିକତା ବିଭାଗ ଅଧ୍ୟାପକ  ଓ ଛାତ୍ରଛାତ୍ରୀମାନେ ପର୍ବତ ସୁରକ୍ଷା  ଦିବସ ପାଳନ କରିଛନ୍ତି । ରାଜ୍ୟରେ  ଦିନକୁଦିନ ଜଙ୍ଗଲ ପରିସୀମା  ସଙ୍କୁଚିତ ହେଉଥିବାବେଳେ ଲଘୁ ବନଜାତ ପଦାର୍ଥ ସଂଗ୍ରହ ପାଇଁ  ଜାନୁଆରୀ ମାସରେ ଜଙ୍ଗଲରେ ନିଆଁ  ଲଗାଇ ଦିଆଯାଉଥିବା ଦେଖାଯାଉଛି ।  ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ଜଙ୍ଗଲ  ଜଳୁଥିବା ଦେଖିବାକୁ ମିଳୁଛି । ଏସବୁ  ମନୁଷ୍ୟକୃତ କାର୍ଯ୍ୟ । ଏ ସମ୍ପର୍କରେ  ବ୍ୟାପକ ଜନସଚେତନତା ସୃଷ୍ଟି  କରି ଜଙ୍ଗଲ ନିଆଁକୁ ରୋକାଯାଇ  ପାରିବ । ଅଧ୍ୟାପକ ସୁଧାଂଶୁ ଶେଖର  ଧଡା, ସୁବ୍ରତ ପତି, ଟିକାୟତ  ନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର  ଶିଖରଚଣ୍ଡୀ ପାହାଡ଼ରେ ଆୟୋଜିତ ଆଲୋଚନାଚକ୍ରରେ ଏହି ମତ  ପ୍ରକାଶ ପାଇଛି । ଏହି ଅବସରରେ  ପରିବେଶ ଅନୁକୂଳ ବଣଭୋଜି  କରାଯାଇଥିଲା । ଲୋକମାନେ ଭୋଜି ପରେ ପର୍ଯ୍ୟଟନସ୍ଥଳରେ ବିପୁଳ ପରିମାଣର ପ୍ଲାଷ୍ଟିକ ବୋତଲ,  ପଲିଥିନ, ସିନ୍ଥେଟିକ ପଦାର୍ଥ, ଜରି  ଖଲି ଆଦି ଏଣେତେଣେ ଫୋପାଡି  ଦେଉଛନ୍ତି । ତେଣୁ ଏଭଳି ପଦାର୍ଥ ବ୍ୟବହାର ନ କରି ଭୋଜିରେ  କଦଳୀପତ୍ର, ଶାଳପତ୍ର ଖଲି ବ୍ୟବହାର  କରିବାକୁ କୁହାଯାଇଥିଲା । ମନୋଜ  ଦଳେଇ, ନିହାରିକା ବଳିଆରସିଂ,  ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଶ୍ରୀମନ୍ତ  କୁମାର ରାଉତରାୟ, ଜୀତେନ୍ଦ୍ର କୁମାର  ଜେନା, ସଚ୍ଚିଦାନନ୍ଦ ମହାପାତ୍ର, ଇପ୍ସିତ  ପ୍ରସାଦ ଜାଲି, ସମୀର ରାଉତ,  ରାଜେଶ୍ୱରୀ ନାୟକ, ଅନୀଷା ମହାନ୍ତି,  ପ୍ରୀତିପ୍ରିୟଦର୍ଶିନୀ ବେହେରା ପ୍ରମୁଖ  ଯୋଗ ଦେଇଥିଲେ ।