ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପାଗଳ ହୋଇ ପାରନ୍ତି ଏଲନ ମସ୍କ, ଆମେରିକା ପାଇଁ ବିପଦ : ବାୟୋଗ୍ରାଫର କଲେ ବଡ଼ ଦାବି

Published By : Prameya | January 10, 2025 10:54 PM

ନୂଆଦିଲ୍ଲୀ : ଏଲନ ମସ୍କଙ୍କୁ ନେଇ ବଡ଼ ସୂଚନା ଦେଲେ ଜଣେ ବାୟୋଗ୍ରାଫର। ଯାହାଙ୍କ ନାଁ ହେଉଛି ସେଥ୍‌ ଅବ୍ରାମସନ। ବିଶ୍ୱର ଟପ୍‌ ଧନୀଙ୍କ ମଧ୍ୟରେ ପ୍ରସିଦ୍ଧ ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କଙ୍କ ଜଣେ ବାୟୋଗ୍ରାଫର ତାଙ୍କର ସ୍ୱାସ୍ଥ୍ୟକୁ ନେଇ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି , ମସ୍କ ଖୁବ୍‌ ଶୀଘ୍ର ପାଗଳ ହୋଇ ପାରନ୍ତି। ଏଥିରେ ସରକାରଙ୍କୁ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି। ଅବ୍ରାମସନ ଦାବି କରିଛନ୍ତି କି, ସେ ଦୁଇ ମାସ ଯାଏ ଏଲନ ମସ୍କଙ୍କ ଉପରେ ଖୁବ୍‌ ନିକଟରୁ ନଜର ରଖିଛନ୍ତି।

ଅବ୍ରାମସନ ସୋସିଆଲ ମିଡ଼ିଆରେ ଲେଖିଛନ୍ତି , ମୁଁ ମସ୍କଙ୍କ ବାୟୋଗ୍ରାଫର , ଯିଏ ଗତ ଦୁଇ ବର୍ଷରୁ ତାଙ୍କର ଅନଲାଇନ୍‌ ବ୍ୟବହାର ଉପରେ ଖୁବ୍‌ ନିକଟରୁ ନଜର ରଖିଛନ୍ତି। ସେ ମାନସିକ ଭାବେ ଗୁରୁତର ରୋଗର ଶିକାର ଏବଂ ଖୁବ୍‌ ହେଭି ଡୋଜ୍‌ ନେଉଛନ୍ତି , ଯାହାକି ମାନସିକ ଅବସାଦକୁ ହ୍ରାସ କରାଯାଇ ପାରିବ। ତାଙ୍କର ସ୍ଥିତି ବହୁତ ଖରାପ । ସେ କହିଛନ୍ତି , ଆମେରିକାକୁ ଏଲନ ମସ୍କଙ୍କ ଠାରୁ ରକ୍ଷା କର।

ବାୟୋଗ୍ରାଫର କହିଛନ୍ତି କି ମସ୍କ ଅନେକ ପ୍ରମୁଖ କ୍ଷେତ୍ରରେ ବଡ଼ ବଡ଼ ଭୂମିକା ତୁଲାଉଛନ୍ତି। ଏଥିରେ ଏୟାରୋସ୍ପେସ୍‌ , ଇଲେକ୍ଟ୍ରନିକ୍‌ ଭାଇକଲ , ସୋସିଆଲ ମିଡ଼ିଆ , ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାମିଲ ଅଛି। ଏହା ବ୍ୟତୀତ ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ର ହେଡ୍‌ କରିବାକୁ ଯାଉଛନ୍ତି। ସେ ଦେଶର କ୍ଷମତାକୁ ବିପଦରେ ପକାଇ ପାରନ୍ତି।

ସେ କହିଛନ୍ତି , ଯଦି ଏଲନ ମସ୍କ କେବେ ଆମେରିକାର ରାଷ୍ଟ୍ରପତି ହୋଇ ଯାନ୍ତି ତ, ଏହା ବହୁତ ବିପଜ୍ଜନକ ହେବ। ସେ ହିଂସାକୁ ପସନ୍ଦ କରନ୍ତି। ଅବ୍ରାମସନ କହିଛନ୍ତି କି, ସରକାରଙ୍କୁ ଏଲନ ମସ୍କଙ୍କ ସହ ସବୁ ଅନୁବନ୍ଧ ଶେଷ କରି ଦେବା ଉଚିତ୍‌ ଏବଂ ତାଙ୍କୁ ସରକାରରେ ସ୍ଥାନ ଦେବା ଉଚିତ ନୁହେଁ। ଏବେ ୧୪ ଦିନ ବାକି ରହିଛି। ଏଲନ ମସ୍କଙ୍କ ଠାରୁ ଆମେରିକାକୁ ରକ୍ଷା କରାଯାଇ ପାରେ। 

କହି ରଖୁଛୁ କି ମସ୍କଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ପୂର୍ବରୁ ମଧ୍ୟ ଆଲୋଚନା ହେଉଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.