ନୂଆଦିଲ୍ଲୀ,୧୭/୧୨: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏହାର ଗ୍ରାହକଙ୍କୁ ଏକ ଚେତାବନୀ ଦେଇଛି। ଏସ୍ବିଆଇ କହିଛି ଯେ, କିଛି ମିଛ ଡିପ୍ଫେକ୍ ଭିିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବ୍ୟାଙ୍କର ଜଣେ ଉଚ୍ଚ ଅଧିକାରୀ ଥିବା ଦେଖିବାକୁ ମିଳିଛି। ଏହି ଭିଡିଓଗୁଡିକ କିଛି ନିବେଶ ଯୋଜନାକୁ ପ୍ରୋତ୍ସାହନ କିମ୍ବା ସମର୍ଥନ କରିବାକୁ ମିଥ୍ୟା ଦାବି କରୁଛନ୍ତି। ବ୍ୟାଙ୍କ କିମ୍ବା ଏହାର କୌଣସି ଅଧିକାରୀ ଏଭଳି ଯୋଜନା ସହ ଜଡ଼ିତ ନୁହଁନ୍ତି ବୋଲି ଏସବିଆଇ ସ୍ପଷ୍ଟ କରିଛି। ଏଭଳି ଠକେଇରୁ ଦୂରେଇ ରହିବାକୁ ଏବଂ ଏହି ଭିଡିଓଗୁଡିକୁ ଆଦୌ ବିଶ୍ୱାସ ନକରିବାକୁ ଏସବିଆଇ ଲୋକଙ୍କୁ ନିବେଦନ କରିଛି।
ଏସିବିଆଇ ଏହାର ପୋଷ୍ଟରେ କ'ଣ ଲେଖିଛି ?
ସୋସିଆଲ ମିଡିଆ ମାଧ୍ୟମରେ ଏସବିଆଇ ଏହି ସୂଚନା ଦେଇଛି। ବ୍ୟାଙ୍କ ଏହାର ପୋଷ୍ଟରେ ଲେଖିଛି ଯେ “ସାବଧାନ - ଜନସାଧାରଣ ଚେତାବନୀ, ଡିପ୍ଫେକ୍ ଭିଡିଓରୁ ସାବଧାନ ରୁହନ୍ତୁ। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସମସ୍ତ ଗ୍ରାହକ ଏବଂ ସାଧାରଣ ଜନତାଙ୍କୁ ସତର୍କ କରାଇ ଦେଉଛି ଯେ ଏହାର ଶୀର୍ଷ ପରିଚାଳକଙ୍କ ଡିପ୍ଫେକ୍ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ଏବଂ କିଛି ନିବେଶ ଯୋଜନା ଆରମ୍ଭ କିମ୍ବା ଏହାକୁ ସମର୍ଥନ କରିବାକୁ ଦାବି କରାଯାଇଛି।'
ସୂଚନାଥାଉକି, ଡିପ୍ଫେକ୍ ମାଧ୍ୟମରେ ଆପଣଙ୍କର ଅବିକଳ ଭିଡିଓ ବନେଇ ହୁଏ, ଏବଂ ଏହାକୁ ଏଆଇ ଏବଂ ଡିପ୍ ଲର୍ଣ୍ଣିଂ ଟେକ୍ନିକ୍ରେ ପରିବର୍ତ୍ତିତ ହୁଏ। ଏଗୁଡ଼ିକରେ, କାହାର ଚେହେରା କିମ୍ବା ସ୍ୱରକୁ ପରିବର୍ତ୍ତନ କରି ଭିଡିଓ କରିହୁଏ, ଯାହାକି ସତ ନୁହେଁ କିନ୍ତୁ ଅବିକଳ ଦେଖାଯାଏ। ଏହାଦ୍ବାରା ଭୁଲ ସୂଚନା ଦେବା, ଠକିବା କିମ୍ବା କାହାକୁ ଧୋକା ଦେବା ପାଇଁ କିଛି ଅସାମାଜିକ ଲୋକ ଏହାର ବ୍ୟବହାର କରୁଛନ୍ତି।