ନୂଆଦିଲ୍ଲୀ, ୧୪।୮: ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ପଠାଇବା ମାମଲା । ସୁପ୍ରିମକୋର୍ଟରେ ୩ ଜଣିଆ ଖଣ୍ଡପୀଠରେ ଶୁଣାଣିରେ ରାୟ ସଂରକ୍ଷିତ ରଖିଛନ୍ତି । ଦିଲ୍ଲୀ-ଏନସିଆରରୁ ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ପଠାଇବା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହା ବିରୋଧରେ ଦାୟର ହୋଇଥିବା ପିଟିସନର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ।
ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କେହି କୁକୁରଙ୍କୁ ମାରିବାକୁ କହୁ ନାହାନ୍ତି । ଆମେ କେବଳ ସେମାନଙ୍କୁ ମଣିଷଙ୍କଠାରୁ ପୃଥକ୍ କରି ରଖିବାକୁ କହୁଛୁ । ଲୋକମାନେ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ଡରୁଛନ୍ତି । ନିୟମ ତିଆରି କରିଦେଲେ କୌଣସି ସମାଧାନ ହେବ ନାହିଁ । ଅଦାଲତଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିବ । କିଛି ଲୋକ ଚିକେନ୍, ଅଣ୍ଡା ଆଦି ଖାଉଛନ୍ତି, କିନ୍ତୁ ପଶୁପ୍ରେମୀ ହେବାର ଦେଖାଣିଆା କରୁଛନ୍ତି । ଏହା ଏଭଳି ଏକ ପ୍ରସଙ୍ଗ, ଯାହାର ସମାଧାନ ହେବା ଦରକାର । ପିଲାଙ୍କ ଜୀବନ ଯାଉଛି । ଡବ୍ଲୁଏଚଓ ଡାଟା କହୁଛି ଯେ, ୩୦୫ ଜଣ ଲୋକଙ୍କ ପ୍ରତିବର୍ଷ ମୃତ୍ୟୁ ହେଉଛି, ଯାହାଙ୍କ ଭିତରେ ଅଧିକାଂଶ ୧୫ ବର୍ଷରୁ କମ୍ ବୟସର ରହିଛନ୍ତି । ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ଦ୍ୟୁଷନ୍ତ ଦୁବେ କହିଛନ୍ତି, କିଛି ଲୋକ ଚିକେନ୍, ଅଣ୍ଡା ଆଦି ଖାଉଛନ୍ତି, କିନ୍ତୁ ପଶୁ ପ୍ରେମୀ ହେବାର ଦେଖାଣିଆା କରୁଛନ୍ତି । ଏହା ଏଭଳି ଏକ ପ୍ରସଙ୍ଗ, ଯାହାର ସମାଧାନ ହେବା ଦରକାର । ହୁ ଡାଟା କହୁଛି ଯେ, ୩୦୫ ଜଣ ଲୋକଙ୍କ ପ୍ରତିବର୍ଷ ମୃତ୍ୟୁ ହେଉଛି, ଯାହାଙ୍କ ଭିତରେ ଅଧିକାଂଶ ୧୫ ବର୍ଷରୁ କମ୍ ବୟସର ରହିଛନ୍ତି ।
ସେପଟେ ବୁଲା କୁକୁରଙ୍କ ଅଧିକାର ସ୍ୱର ଉଠାଇଛନ୍ତି ବରିଷ୍ଠ ଆଇନଜୀବି କପିଲ ସିବଲ । ସେ କହିଛନ୍ତି, ପ୍ରଥମ ଥର ମୁଁ ଏସ୍ଜିଙ୍କୁ ଏହା କହୁଥିବାର ଶୁଣୁଛି, ଯେ ଆଇନ ଅଛି । କିନ୍ତୁ ଏହାକୁ ପାଳନ କରିବାର ଦରକାର ନାହିଁ । ସେ ପଚାରିଥିଲେ କ’ଣ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି ? ଏଥିପାଇଁ କେତେ ଟଙ୍କା ଦିଆଗଲାଣି ? ଏବେ ବି କୌଣସି ସେଲ୍ଟର ହୋମ୍ ନାହିଁ । କୌଣସି ନୋଟିସ୍ ଦିଆନଯାଇ ବି ୭୦୦ କୁକୁରଙ୍କୁ ଉଠାଇ ନିଆଗଲାଣି । ଭଗବାନ ଜାଣନ୍ତି ତାଙ୍କର କ’ଣ ହେବ । ତାଙ୍କୁ ଉଠାଇ ନିଆଗଲା ନା ମାରି ଦିଆଗଲା ? ତେବେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ।