ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯଦି ସରକାର ଦେଶଦ୍ରୋହୀଙ୍କ ବିରୋଧରେ ସ୍ପାଏୱେର୍ ବ୍ୟବହାର କରନ୍ତି ତେବେ ଭୁଲ୍ ନୁହେଁ, ପେଗାସସ୍ ଉପରେ ଆସିଲା ସୁପ୍ରିମ ରାୟ

Published By : Harapriya Biswal | April 29, 2025 3:05 PM

ନୂଆଦିଲ୍ଲୀ,୨୯।୪: ସୁପ୍ରିମକୋର୍ଟ ମଙ୍ଗଳବାର ପେଗାସନ୍‌ ସ୍ବାଇଓ୍ବେର ମାମଲା ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଉଦେଶ୍ୟରେ କୌଣସି ଦେଶ ପାଖରେ ସ୍ପାଇଓ୍ବେର ରହିବା କୌଣସି ଖରାପ କଥା ନୁହେଁ। ପ୍ରକୃତ ଚିନ୍ତା ଏହା ଯେ, ତା’ର ବ୍ୟବହାର କିଭଳି ଓ କାହା ବିରୋଧରେ କରାଯାଏ। ତେବେ କୋର୍ଟ କହିଛନ୍ତି, ସାଧାରଣ ଲୋକଙ୍କ ବିରୋଧରେ ସ୍ପାଇଓ୍ବେରର ବ୍ୟବହାର ଅଭିଯୋଗର ଯାଞ୍ଚ କରାଯିବ। 

ଇସ୍ରାଏଲୀ ସ୍ପାଇଓ୍ବେର ପେଗାସସ୍‌ ଉପଯୋଗ କରି ସାମ୍ବାଦିକ, କାର୍ଯ୍ୟକର୍ତ୍ତା ଓ ରାଜନେତାଙ୍କ ଉପରେ ସ୍ବତନ୍ତ୍ର ଯାଞ୍ଚ କରିବାର ଦାବି କରି ୨୦୨୧ ରେ ରିଟ୍ ପିଟିସନ୍ ଦାଖଲ କରାଯାଇଥିଲା। ଏହି ଆବେଦନ ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ୍‌. କୋଟେଶ୍ବର ସିଂହଙ୍କ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ଦେଶ ନିଜର ନ୍ୟାସନାଲ ସିକ୍ୟୁରିଟି ସହ କୌଣସି ବୁଝାମଣା କରିପାରିବନି। ଯଦି ସରକାର ଦେଶଦ୍ରୋହୀଙ୍କ ବିରୋଧରେ ସ୍ପାଇଓ୍ବେର ବ୍ୟବହାର କରନ୍ତି ତେବେ ଭୁଲ୍ ନୁହେଁ।’

‘ଲାଇଭ ଲ’ର ରିପୋର୍ଟ ଅନୁସାରେ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସିନିୟର ଆଡଭୋକେଟ୍ ଦିନେଶ  ଦିନେଶ ଦ୍ୱିବେଦୀଙ୍କୁ ଉତ୍ତର ଦେଇ କହିଛନ୍ତି, "ଯଦି ଦେଶ ସ୍ପାଏୱାୟାର ବ୍ୟବହାର କରୁଛି, ତେବେ ଏଥିରେ କ’ଣ ଭୁଲ ଅଛି? ସ୍ପାଇଓ୍ବେର ରଖିବାରେ କିଛି ଭୁଲ ନାହିଁ। ପ୍ରଶ୍ନ ହେଉଛି ଏହା କାହା ବିରୁଦ୍ଧରେ ବ୍ୟବହାର ହେଉଛି। ଆମେ ଦେଶର ସୁରକ୍ଷା ସହିତ ସାଲିସ୍ କରିପାରିବୁ ନାହିଁ।" ଦିନେଶ ଦ୍ୱିବେଦୀ ଯୁକ୍ତି ଦେଇଥିଲେ ଯେ ବଡ଼ ପ୍ରଶ୍ନ ହେଉଛି ସରକାରଙ୍କ ପାଖରେ ପେଗାସସ୍ ସ୍ପାଇଓ୍ବେର ଥିଲା କି ନାହିଁ ଏବଂ ସେ ଏହାକୁ ବ୍ୟବହାର କରୁଥିଲେ କି ନାହିଁ। ଯେତେବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, "ଆତଙ୍କବାଦୀମାନେ ଗୋପନୀୟତାର ଅଧିକାର ଦାବି କରିପାରିବେ ନାହିଁ।" ସେହି ସମୟରେ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, "ଯେଉଁ ନାଗରିକଙ୍କର ଗୋପନୀୟତାର ଅଧିକାର ଅଛି, ସେ ସମ୍ବିଧାନ ଅନୁଯାୟୀ ତାଙ୍କୁ ସୁରକ୍ଷା ଦିଆଯିବ।

ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ କପିଲ ସିବଲ ଆମେରିକାର ଜିଲ୍ଲା କୋର୍ଟଙ୍କ ଏକ ରାୟକୁ ଉପସ୍ଥାପିତ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଇସ୍ରାଏଲ ସ୍ଥିତ ସ୍ପାଏୱେୟାର ଫାର୍ମ NSO ଗ୍ରୁପ୍ ହ୍ୱାଟସଆପ୍ ହ୍ୟାକ୍ କରିବା ପାଇଁ ପେଗାସସ୍ ମାଲୱେର୍ ବ୍ୟବହାର କରିଥିଲା ଏବଂ ରାୟରେ ଭାରତକୁ ପ୍ରଭାବିତ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ କରାଯାଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ରାୟ ଦେଇଛନ୍ତି ଏବଂ ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଜଷ୍ଟିସ ରବିନ୍ଦ୍ରନଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି। ସ୍ପାଏୱେୟାରର ଅପବ୍ୟବହାର ସମ୍ପର୍କରେ ଏକ୍ସପର୍ଟ କମିଟିର ରିପୋର୍ଟକୁ ସାର୍ବଜନୀନ କରାଯାଇପାରିବ ନାହିଁ । କାରଣ ଏହା କରିବା ଦ୍ୱାରା ଏହି ମାମଲା  ବିତର୍କର ବିଷୟ ହେବ।  ତେବେ ହଁ, ବ୍ୟକ୍ତିଗତ ଆଶଙ୍କା ବିଷୟରେ କଥା ହେବା ଉଚିତ, କିନ୍ତୁ ଏହାକୁ ରାସ୍ତାରେ ଆଲୋଚନା କରିବା ପାଇଁ ଏକ ଦସ୍ତାବିଜ କରାଯାଇପାରିବ ନାହିଁ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.