ପ୍ରମୂଖ ଖବର
  • ୪ ଡିସମିଲ ଜାଗାରୁ କମ ଥିଲେ ଭୂମିହୀନ ଭାବେ ଗଣନା କରାଯିବ: ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ୱର : ଅତ୍ୟଧିକ ଗରମରୁ ATM ମେସିନ୍‌ରେ ଲାଗିଲା ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବରଗଡ଼ : ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ; ବେଆଇନ୍‌ ଚାଲାଣ ସନ୍ଦେହରେ ଥାନାରେ ଅଟକ
  • ||
  • ଅନୁଗୁଳ : ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଏନଟିପିସି ଓ କଣିହାଁ ବନ୍ଦ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଆନ୍ଦୋଳନ
  • ||
  • ତୁଟିବ ପୋଲାଭରମ୍ ବିବାଦ, ମେ ୨୮ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଭଉଁରି ଯାତ୍ରା ପାଇଁ କଡା ସୁରକ୍ଷା ବଳୟରେ ନରେନ୍ଦ୍ର ପୁଷ୍କରିଣୀ: ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ, ଯାନବାହନ ଚଳାଚଳ ଉପରେ କଟକଣା
  • ||
  • ବରଗଡ଼ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସୈତାନ ବାପାକୁ ଆଜୀବନ ସଜା
  • ||
  • ଗଞ୍ଜାମ : ଗଉଞ୍ଜୁ ଗାଁରେ କାର୍ ପୋଡ଼ିଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଆନ୍ଧ୍ରପ୍ରଦେଶ: କାର୍ ଭିତରେ ଖେଳୁଥିଲେ ୪ ଶିଶୁ, ଶ୍ଵାସରୁଦ୍ଧ ହୋଇ ଚାଲିଗଲା ଜୀବନ
  • ||
  • IPL 2025: ଏକାନ୍ନାରେ ମୁହାଁମୁହିଁ ହେବେ ସୁପରଜାଏଣ୍ଟ୍‌ସ - ସନ୍‌ରାଇଜର୍ସ, କର ବା ମର’ ସ୍ଥିତିରେ ପନ୍ତ ବାହିନୀ
  • ||
  • କଳାହାଣ୍ଡି : ନିମ୍ନମାନର ରାସ୍ତା ପାଇଁ ବାତେଲିମା ପଞ୍ଚାୟତବାସୀଙ୍କ ରାସ୍ତା ଅବରୋଧ, ୭ ଘଣ୍ଟା ପରେ ସ୍ୱାଭାବିକ ହେଲା ଯାତାୟାତ
  • ||
  • ବଢ଼ିପାରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ, ଉଚ୍ଚଶିକ୍ଷା ବିଭାଗକୁ ୧ ବର୍ଷ ଅବଧି ବୃଦ୍ଧି ପାଇଁ ସୁପାରିସ
  • ||
  • ଭଦ୍ରକ : ସ୍ତ୍ରୀକୁ ପିଟି ପିଟି ମାରିଦେଲା ସୈତାନ ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର, ହାରିସ୍‌ କହିଲେ ସେ ଫାଇଟର ହାରିବେନି
  • ||
  • କେନ୍ଦୁଝର : ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • କଟକ : କାଠଯୋଡିରେ ୨ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା, ଉଦ୍ଧାର ହେଲା ଆଉ ଜଣଙ୍କ ମୃତଦେହ
  • ||
  • ଅଶୋକନଗର ନୂଆ କାର୍ଯ୍ୟାଳୟରେ ବସିଲା ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
  • ||
  • ସମ୍ୱଲପୁର : ମଜୁରିଆପଡ଼ାରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ତଦନ୍ତ କରୁଛି ବନବିଭାଗ
  • ||
  • ରାଜ୍ୟରେ କମିବ ତାତି, ନାକେଦମ୍ କରିବ ଭୀଷଣ ଗୁଳୁଗୁଳି: ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା
  • ||

SCB ଲଙ୍ଗ୍‌ସ୍‌ ମଡ୍ୟୁଲାର୍‌ ଓଟି ଏବଂ ରିହାବ୍‌ ସେଣ୍ଟର୍‌ରେ ତାଲା, ଉଦ୍‌ଘାଟନ ହୋଇନଥିବାରୁ ଅଟକିଛି ଚିକିତ୍ସା

Published By : Prameya | May 1, 2025 12:59 PM

କଟକ, ୦୧/୦୫ : ଫୁସ୍‌ଫୁସ୍‌ (ଲଙ୍ଗ୍‌ସ୍‌) ସମସ୍ୟା ଜନିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । କୋଭିଡ୍‌ ପରଠାରୁ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁଦାନରେ ଏସ୍‌ସିବି ଛାତି ରୋଗ ତଥା ପଲ୍‌ମ୍ୟୁନାରୀ ମେଡିସିନ୍‌ ବିଭାଗରେ ସ୍ୱତନ୍ତ୍ର ଭିତ୍ତିଭୂମି ନିର୍ମାଣ ହୋଇଛି । ଫୁସ୍‌ଫୁସ୍‌ (ଲଙ୍ଗ୍‌ସ୍‌) ସର୍ଜରୀ ପାଇଁ ମଡ୍ୟୁଲାର୍‌ ଅପରେସନ ଥିଏଟର (ଓଟି) ନିର୍ମାଣ ହୋଇଛି । ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଓଟିରେ ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ, ଅନ୍ୟାନ୍ୟ ଭିତ୍ତିଭୂମି ରହିଛି । ସେହିପରି ପଲ୍‌ମ୍ୟୁନାରୀ ରିହାବ ସେଣ୍ଟର୍‌ ବି ତିଆରି ହୋଇଛି । ଏପରି ୪ କୋଟିରୁ ଅଧିକ ବ୍ୟୟରେ ପ୍ରକଳ୍ପ ପ୍ରସ୍ତୁତ ହୋଇ ରହିଥିଲେ ହେଁ ତାହା ରୋଗୀ ସେବାରେ ବ୍ୟବହାର ହୋଇ ପାରୁନାହିଁ । ପ୍ରକଳ୍ପ ଉଦ୍‌ଘାଟନ ହୋଇନଥିବାରୁ ଏଠାରେ ଚିକିତ୍ସା ଆରମ୍ଭ ହୋଇପାରୁନଥିବା ଏସ୍‌ସିବି ସୂତ୍ରରୁ ସୂଚନା ମିଳିଛି । ଏମିତିକି ଉଦ୍‌ଘାଟନ ତାରିଖ ଧାର୍ଯ୍ୟ ହେବା ପାଇଁ ଦୁଇ ମାସରୁ ଅଧିକ ସମୟ ନିଆଯାଇଥିଲେ ସୁଦ୍ଧା ବାସ୍ତବରେ କେବେ ପ୍ରକଳ୍ପ ଉଦ୍‌ଘାଟନ ହେବ ତାହା ଚୂଡ଼ାନ୍ତ ହୋଇପାରୁ ନାହିଁ। 

ଲଙ୍ଗ୍‌ସ୍‌ରେ ସଂକ୍ରମଣ ସମସ୍ୟା ବଢ଼ି ଜଟିଳ ହୋଇପଡ଼ିଲେ ଅନେକ ସମୟରେ ତାହା ମେଡିସିନ୍‌ ଦ୍ୱାରା ଚିକିତ୍ସା ସମ୍ଭବ ହୋଇନଥାଏ । ତେଣୁ ରୋଗୀଙ୍କର ସର୍ଜରୀର ଆବଶ୍ୟକତା ପଡ଼ିଥାଏ ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । ନୂଆ ମଡ୍ୟୁଲାର ଓଟିରେ ଛାତି ରୋଗ ଜନିତ ରୋଗୀଙ୍କ ପାଇଁ ଅପରେସନ୍‌ ସୁବିଧା ରହିଛି । ରାଜ୍ୟରେ ଏସ୍‌ସିବି ଏକ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ହୋଇଥିବାରୁ ରାଜ୍ୟର ବିଭିନ୍ନ ଆଡ଼ୁ ପଲମ୍ୟୁନାରୀ ବିଭାଗକୁ ରୋଗୀ ଆସୁଛନ୍ତି । ଅପରେସନ୍‌ ଦରକାର ପଡ଼ୁଥିଲେ ମଧ୍ୟ ଓଟି ଉଦ୍‌ଘାଟନ ହୋଇନଥିବାରୁ ଡାକ୍ତର ହାତ ଟେକି ଦେଉଛନ୍ତି। 

ଶ୍ୱାସକ୍ରିୟାରେ ସମସ୍ୟା ଉପୁଜୁଥିଲେ କିମ୍ବା ଅଧିକ ଧଇଁସଇଁ ଅନୁଭୂତ ହେଉଥିଲେ ଲଙ୍ଗ୍‌ସ୍‌ରେ ବ୍ୟାୟାମ ଜରୁରି ବୋଲି ଛାତି ରୋଗ ବିଭାଗ ଡାକ୍ତର କହୁଛନ୍ତି । ତେଣୁ ଫୁସଫୁସ୍‌ ବ୍ୟାୟାମ (ଲଙ୍ଗ୍‌ସ୍‌ ଏକ୍ସସରସାଇଜ୍‌) ପାଇଁ ଏସ୍‌ସିବିରେ ପଲମ୍ୟୁନାରୀ ରିହାବ ସେଣ୍ଟର୍‌ ତିଆରି ହୋଇଛି । ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଲାଗି ଏହି ଅତ୍ୟାଧୁନିକ ରିହାବ ସେଣ୍ଟର୍‌ରେ ବହୁ ସରଞ୍ଜାମ ଓ ଉପକରଣ ରହିଛି । ମାତ୍ର ତାହା ରୋଗୀଙ୍କ ସେବାରେ ଲାଗୁନାହିଁ । କାରଣ ସେଣ୍ଟର୍‌ ଉଦ୍‌ଘାଟନ ହୋଇପାରୁନାହିଁ । ସରକାରୀ ସ୍ତରରେ ଉଦ୍‌ଘାଟନ ସମୟ ସ୍ଥିର ହେଉନଥିବାରୁ ରୋଗୀମାନେ ପ୍ରଭାବିତ ହେଉଛନ୍ତି । ଉଦ୍‌ଘାଟନ କେବେ ହେବ, କ’ଣ ସମସ୍ୟା ରହିଛି, ସେ ସଂପର୍କରେ ଏସ୍‌ସିବି କର୍ତ୍ତୃପକ୍ଷ କିନ୍ତୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଏହି ଖବରଟକୁ ପଢନ୍ତୁ- ବିଏମ୍‌ସିରୁ ଏକାଥରକେ ଅବସର ନେଲେ ୧୬ କର୍ମଚାରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.