ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସ୍କୁଲ ପିଲା ପାଳିବେ ସୁରକ୍ଷା ସପ୍ତାହ, ବିଦ୍ୟାଳୟରେ ଲାଗିବ ଜରୁରିକାଳୀନ ଘଣ୍ଟି

Published By : Prameya | June 20, 2025 12:05 PM

ଭୁବନେଶ୍ୱର,୨୦/୦୬: ରାଜ୍ୟର  ସମସ୍ତ ବିଦ୍ୟାଳୟରେ ପାଳନ ହେବ ସ୍କୁଲ  ସୁରକ୍ଷା ସପ୍ତାହ । ଆଜିଠୁ ଆରମ୍ଭ ହେବ। ଜୁଲାଇ ୧୫ ଯାଏ ଚାଲିବ। ଏଥିରେ ସଫେଇ  କାର୍ଯ୍ୟକ୍ରମଠୁ ଆରମ୍ଭ କରି ସଚେତନତା  କରାଯବି । ସ୍କୁଲରେ ସ୍କୁଲ ସୁରକ୍ଷା ନେଇ  ଶପଥ ପାଠ ହେବ । ଶୌଚାଳୟ, କ୍ଲାସ  ରୁମ୍‌ କବାଟ ଆଦି ମରାମତି ହେବ ।  ସ୍କୁଲ ବିପର୍ଯ୍ୟୟ ପରିଚାଳନା ଯୋଜନା  ପ୍ରସ୍ତୁତ କରାଯିବ । ସମସ୍ତ ସ୍କୁଲରେ ଲାଗିବ ଜରୁରିକାଳୀନ ବେଲ୍‌ (ଘଣ୍ଟି) ।  ସାଧାରଣ ଲୋକଙ୍କ ପାଇଁ ସୂଚନା ଯନ୍ତ୍ର ତଥା ମାଇକ୍‌ ଲଗାଯିବ । ଯେପରି ଏହା ଜରୁରି  ସମୟରେ ସହାୟକ ହେବ । ସ୍କୁଲରେ ଥିବା  ଅଗ୍ନିନିର୍ବାପକ ଯନ୍ତ୍ର ଓ ବାଲି ଥିବା ବାଲ୍‌ଟିକୁ  ବାରମ୍ବାର ଯାଞ୍ଚ କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟ  ଚିକିତ୍ସା ବାକ୍ସକୁ ଯାଞ୍ଚ କରି ଏଥିରେ ନଥିବା ଔଷଧକୁ ରଖାଯିବ । ଫ୍ୟାନ୍‌, ବଲ୍‌ବଠୁ  ଆରମ୍ଭ କରି ବିଦ୍ୟୁତ ସାମଗ୍ରୀର ସୁରକ୍ଷା  ଯାଞ୍ଚ ହେବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା  ଅଧିକାରୀଙ୍କୁ ଚିଠି କରିଛି ଓଡ଼ିଶା ବିଦ୍ୟାଳୟ  ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) । 

ସ୍କୁଲ ସୁରକ୍ଷା ପଲିସି ୨୦୧୬  ଲାଗୁ କରାଯିବ । ଏହା ଅନୁଯାୟୀ,  ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀ,  ପ୍ରଧାନଶିକ୍ଷକ, ଶିକ୍ଷକଙ୍କୁ ନେଇ ଏହି ସପ୍ତାହ  ପାଳନ ହେବ । ପାନୀୟ ଜଳ ବ୍ୟବସ୍ଥା,  ଶୌଚାଳୟ, ଶ୍ରେଣୀ ଗୃହର ସୁରକ୍ଷାକୁ  ସୁନିଶ୍ଚିତ କରାଯିବ । ୫ ଦିନିଆ କାର୍ଯ୍ୟକ୍ରମ  ଆୟୋଜିତ ହେବ । ସ୍କୁଲରେ ଥିବା  ଅସୁରକ୍ଷିତ ଛାତର ମରାମତି ଏବଂ ପାଖରେ  ଥିବା ପୋଖରୀକୁ ପିଲା ଯେପରି ନଯିବେ  ବ୍ୟବସ୍ଥା କରାଯିବ । ସ୍କୁଲ ସାଇନ ବୋର୍ଡକୁ  ଠିକ୍‌ ସ୍ଥାନରେ ରଖାଯିବ । ସ୍କୁଲ ଫାଟକ,  ପାହାଚକୁ ସଫା କରାଯିବ । ଛାତ୍ରଛାତ୍ରୀଙ୍କର  ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାନିଟାଇଜର,  ଥର୍ମୋମିଟର ରଖିବାକୁ ସୁନିଶ୍ଚିତ କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.