ମାଲକାନଗିରି, ୨/୨(ଆପ୍ର ) ମହିଳା ବିଏସଏଫ ଯବାନମାନେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ. ଆର ଏସ୍ ସି ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ସ୍କୁଲ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନିଜର ଅନୁଭୂତି ବାଣ୍ଟିବା ସହିତ କିପରି ଭଲ ପାଠ ପଢି ଆଗାମୀ ଭବିଷ୍ୟତରେ କିପରି ସମସ୍ତେ ଜଣେ ଜଣେ ସୁନାଗରିକ ସହିତ ନିଜ ଅଞ୍ଚଳ, ନିଜ ମାତୃଭୂମିର ଉନ୍ନତି ପାଇଁ କିଛି କାମ କରିବା ର ମନୋବୃତ୍ତି ରଖିବେ, ସେ ପରାମର୍ଶ ଛାତ୍ରଛାତ୍ରୀ ମାନଙ୍କୁ ଦେଇଥିଲେ।
ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ନାରୀ ଶିକ୍ଷାର ଗୁରୁତ୍ୱ ବିଷୟ ବୁଝାଇଥିଲେ। ବିଦ୍ୟାଳୟ ର ପିଲାମାନଙ୍କ ମନରେ ଦେଶାତ୍ମବୋଧକ ଚିନ୍ତାଧାରା ଉଦ୍ରେକ କରେଇବାର ଏହି ପ୍ରୟାସ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ଗୋଲରୀ ଧନ୍ୟବାଦ ଜଣାଇଥିଲେ । ପିଲାଙ୍କ ସହିତ କିଛି ସମୟ ବିତାଇ ଉଜ୍ଜ୍ବଳ ଭବିଷ୍ୟତ କାମନା କରି ବିଦାୟ ନେଇଥିଲେ ଏହି ସୁରକ୍ଷା ବାହିନୀ ।