ଚଣ୍ଡିଗଡ,୧୪/୦୩: ପଞ୍ଜାବର ମୋହାଲି ଅଞ୍ଚଳରେ ପାର୍କିଂ ବିବାଦକୁ ନେଇ ଜଣେ ବୈଜ୍ଞାନିକଙ୍କ ଜୀବନ ଯାଇଛି ।  ଏହି ବୈଜ୍ଞାନିକ ଜଣକ ହେଲେ ଅଭିଷେକ ସ୍ୱର୍ଣ୍ଣକାର (୩୯)  ଓ ସେ ମେହାଲିସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଜର)ରେ କାର୍ଯ୍ୟରତ  ଥିଲେ । ତାଙ୍କ ନିଜ ଘର ଝାଡଖଣ୍ଡର ଧାନବାଦ ଜିଲ୍ଲା  ରାଜାଗଡରେ ହୋଇଥିଲା ବେଳେ ସେ ପିତାମାତାଙ୍କ ସହ  ମୋହାଲିର ସେକ୍ଟର ୬୭ରେ ଭଡା ନେଇ ରହୁଥିଲେ ।  ପଡୋଶୀ ଘର ସହ ତାଙ୍କର ବାଇକ ରଖିବାକୁ ନେଇ ବିବାଦ  ହୋଇଥିଲା । ଏହି ବିବାଦ ଉଗ୍ରରୂପ ହେବା ପରେ ପଡୋଶୀ ଜଣକ ତାଙ୍କୁ ଧକ୍କା ଓ ମୁଥ ମାରିଥିଲେ । ନିକଟରେ ତାଙ୍କର  କିଡ୍‌ନୀ ପ୍ରତିରୋପଣ ହୋଇଥିଲା ଏବଂ ତାଙ୍କର ଡାଇଲିସିସ୍‌  ଚାଲୁଥିଲା । ପଡୋଶୀ ଜଣକ ମୁଥ ମାରିବାରୁ ସେ ଗୁରୁତର  ହୋଇପଡିଥିଲେ । ହସ୍ପିଟାଲକୁ ନିଆଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଅଭିଯୁକ୍ତ  ପଡୋଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।