ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାର୍କିଂ ବିବାଦ ନେଲା ବୈଜ୍ଞାନିକଙ୍କ ଜୀବନ, ବାଇକ୍ ରଖିବାରୁ ପଡୋଶୀ ମାରିଥିଲେ ମୁଥ

Published By : Prameya | March 14, 2025 9:56 AM

ଚଣ୍ଡିଗଡ,୧୪/୦୩: ପଞ୍ଜାବର ମୋହାଲି ଅଞ୍ଚଳରେ ପାର୍କିଂ ବିବାଦକୁ ନେଇ ଜଣେ ବୈଜ୍ଞାନିକଙ୍କ ଜୀବନ ଯାଇଛି ।  ଏହି ବୈଜ୍ଞାନିକ ଜଣକ ହେଲେ ଅଭିଷେକ ସ୍ୱର୍ଣ୍ଣକାର (୩୯)  ଓ ସେ ମେହାଲିସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଜର)ରେ କାର୍ଯ୍ୟରତ  ଥିଲେ । ତାଙ୍କ ନିଜ ଘର ଝାଡଖଣ୍ଡର ଧାନବାଦ ଜିଲ୍ଲା  ରାଜାଗଡରେ ହୋଇଥିଲା ବେଳେ ସେ ପିତାମାତାଙ୍କ ସହ  ମୋହାଲିର ସେକ୍ଟର ୬୭ରେ ଭଡା ନେଇ ରହୁଥିଲେ ।  ପଡୋଶୀ ଘର ସହ ତାଙ୍କର ବାଇକ ରଖିବାକୁ ନେଇ ବିବାଦ  ହୋଇଥିଲା । ଏହି ବିବାଦ ଉଗ୍ରରୂପ ହେବା ପରେ ପଡୋଶୀ ଜଣକ ତାଙ୍କୁ ଧକ୍କା ଓ ମୁଥ ମାରିଥିଲେ । ନିକଟରେ ତାଙ୍କର  କିଡ୍‌ନୀ ପ୍ରତିରୋପଣ ହୋଇଥିଲା ଏବଂ ତାଙ୍କର ଡାଇଲିସିସ୍‌  ଚାଲୁଥିଲା । ପଡୋଶୀ ଜଣକ ମୁଥ ମାରିବାରୁ ସେ ଗୁରୁତର  ହୋଇପଡିଥିଲେ । ହସ୍ପିଟାଲକୁ ନିଆଯାଇଥିଲା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଅଭିଯୁକ୍ତ  ପଡୋଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.