ନୂଆଦିଲ୍ଲୀ, ୨୪/୦୭ ପୁରୁଷଙ୍କ ପାଇଁ ଗର୍ଭନିରୋଧକ । ବନ୍ଦ କରିବ ଶୁକ୍ରାଣୁ ଗଠନ ପ୍ରକ୍ରିୟା । ପ୍ରଥମ ସେଫ୍ଟି ଟେଷ୍ଟ ସଫଳ । କେବଳ ମହିଳାଙ୍କ ପାଇଁ ନୁହେଁ ଏବେ ପୁରୁଷଙ୍କ ପାଇଁ ମଧ୍ୟ ଗର୍ଭନିରୋଧକ ପ୍ରସ୍ତୁତ ହେଉଛି । ଅନ୍ ଓ୍ବାଣ୍ଟେଡ୍ ପ୍ରେଗ୍ନାନ୍ସିକୁ ରୋକିବା ପାଇଁ ପରୀକ୍ଷଣ ଆରମ୍ଭ କରିଦେଇଛନ୍ତି ବୈଜ୍ଞାନିକ । ଏନେଇ ଟାବ୍ଲେଟ୍ ବା ଗର୍ଭ ନିରୋଧକ ବଟିକା YCT-୫୨୯ ପ୍ରସ୍ତୁତ ହେଉଛି । ଏହି ବଟିକା ପୁରୁଷଙ୍କ ଶରୀରରେ ହରମୋନ ବିନା ଶୁକ୍ରାଣୁ ଗଠନ ପ୍ରକ୍ରିୟାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦେବ । ଏହାର ସେବନ ବନ୍ଦ କରିବା ୪ରୁ ୬ ସପ୍ତାହ ମଧ୍ୟରେ ପୁଣି ଥରେ ପୁରୁଷମାନେ ପ୍ରଜନନ କ୍ଷମତାକୁ ଫେରି ପାଇବେ । YCT-୫୨୯ ଟାବଲେଟର ପ୍ରଥମ ସେଫ୍ଟି ପରୀକ୍ଷା ପାସ୍ ହୋଇଥିବା ବେଳେ ଏଥିରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।
କଲମ୍ବିଆ ଏବଂ ମିନେସୋଟା ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଷୁରୁଷ ଗର୍ଭ ନିରୋଧକ ଟାବଲେଟକୁ ବିକଶିତ କରାଯାଇଛି । କମ୍ୟୁନିକେସନ୍ସ ମେଡିସିନ୍ ଜର୍ଣ୍ଣାଲର ତଥ୍ୟ ଅନୁଯାୟୀ, ଜୁଲାଇ ୨୨ ତାରିଖରେ YCT-୫୨୯ ବଟିକାର ପ୍ରଥମ ଟେଷ୍ଟ ୩୨ରୁ ୫୯ ବର୍ଷ ବୟସ୍କ ୨୨ଜଣ ପୁରୁଷଙ୍କ ଉପରେ ହୋଇଥିଲା । ଭିନ୍ନ ଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ଡୋଜ୍ ଦିଆଯାଇଥିଲା । କିଛି ପୁରୁଷଙ୍କୁ କମ୍ ଏବଂ କିଛି ଲୋକଙ୍କୁ ଅଧିକ ଡୋଜ ଦିଆଯାଇଥିଲା । ହେଲେ ଶରୀରରେ ସବୁଠୁ ଅଧିକ ପ୍ରଭାବିତ କରିଥିଲା ୧୮୦ ମିଲିଗ୍ରାମ ଟାବଲେଟର ଡୋଜ୍ । ଏହା ଶୁକ୍ରାଣୁ ଗଠନ ପ୍ରକ୍ରିୟାକୁ ବନ୍ଦ କରି ଦେଇଥିଲା । ଏହାଛଡ଼ା ମୂଷା ଏବଂ ମାଙ୍କଡ଼ଙ୍କ ଉପରେ ମଧ୍ୟ YCT-୫୨୯ ବଟିକାକୁ ପରୀକ୍ଷଣ କରାଯାଇଥିଲା । ମୂଷାଙ୍କ ଉପରେ ଏହା ୯୯ ପ୍ରତିଶତ କାର୍ଯ୍ୟ କରିଥିବା ଜଣାପଡ଼ିଛି । ଅନ୍ୟପଟେ ମାଙ୍କଡ଼ଙ୍କ ପ୍ରଜନନ କ୍ଷମତାକୁ ହ୍ରାସ କରିପାରିଛି ।
ପୂର୍ବରୁ ପୁରୁଷମାନେ ନ୍ୟାସେକ୍ଟୋମି ବା ବନ୍ଧ୍ୟାକରଣ କରୁଥିଲେ। କାରଣ ବଟିକାରେ ଦୀର୍ଘକାଳୀନ ପ୍ରଭାବ ଭୟ ରହୁଥିଲା । ଏହା ପ୍ରଜନନ କ୍ଷମତା ପ୍ରତି ସବୁ ଦିନିଆ ବିପଦ ରହୁଥିଲା । ମାତ୍ର ବୈଜ୍ଞାନିକଙ୍କ ମତରେ YCT-୫୨୯ ଟାବଲେଟରେ ସେଭଳି କିଛି ଭୟ ନାହିଁ । ୨୦୩୦ ସୁଦ୍ଧା YCT-୫୨୯ ପୁରୁଷ ଗର୍ଭନିରୋଧକ ମେଡିସିନ୍ ବଜାରରେ ଉପଲବ୍ଧ ହେବ । ଏହା ପରିବାର ନିୟୋଜନ ପ୍ରକ୍ରିୟାରେ ପୁରୁଷଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଚୀନ ଏବଂ ଭାରତ ଭଳି ଦେଶରେ ପୁରୁଷ ଗର୍ଭ ନିରୋଧକ ଟାବଲେଟ୍ ଗେମ୍