ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପାଣିର ଚତୁର୍ଥ ରହସ୍ୟମୟ ରୂପ ଠାବ କଲେ ବୈଜ୍ଞାନିକ; ତରଳ, କଠିନ, ଗ୍ୟାସୀୟଠାରୁ ଭିନ୍ନ...

Published By : Prameya | March 10, 2025 8:54 AM

ନୂଆଦିଲ୍ଲୀ ୧୦/୦୩: ବିଜ୍ଞାନ ବିଷୟରେ ଆମେ ବର୍ଷ ବର୍ଷ ଧରି  ପଢ଼ିଆସିଛୁ ଯେ ପାଣିର ୩ଟି ଅବସ୍ଥା ରହିଛି । ତାହା ହେଲା ତରଳ, କଠିନ ଏବଂ ଗ୍ୟାସୀୟ । କିନ୍ତୁ ବୈଜ୍ଞାନିକମାନେ ପାଣିର ଆଉ ଏକ ଅବସ୍ଥା ବିଷୟରେ ଜାଣିବାକୁ ପାଇଛନ୍ତି । ଏହାକୁ ପ୍ଲାଷ୍ଟିକ  ଆଇସ୍‌-୭ କୁହାଯାଉଛି । ପୂର୍ବରୁ ବୈଜ୍ଞାନିକମାନେ ଅନେକ ସିଦ୍ଧାନ୍ତର  ମଡେଲରେ ପ୍ଲାଷ୍ଟିକ୍‌ ଆଇସ୍‌-୭  ବାବଦରେ ଭବିଷ୍ୟବାଣୀ କରିଥିଲେ ।  କିନ୍ତୁ ଏବେ ପ୍ରଥମ କରି ପାଣିର ଏହି  ଅବସ୍ଥାର ଅସ୍ତିତ୍ୱ ବାବଦରେ ପ୍ରମାଣ  ମିଳିଛି । ଏ ନେଇ ନେଚର ପତ୍ରିକାରେ  ରିପୋର୍ଟ ପ୍ରକାଶ ପାଇଛି । 

ଅଧ୍ୟୟନ ରିପୋର୍ଟ ଅନୁସାରେ, ଫ୍ରାନ୍ସର ଇନ୍‌ଷ୍ଟିଚ୍ୟୁଟ ଲ-ଲେଙ୍ଗୱିନ୍‌ର ଅଧ୍ୟୟନକାରୀଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ ୬ ଗିଗାପାସ୍କଲ ଚାପ ପର୍ଯ୍ୟନ୍ତ ପାଣିକୁ ଚାପି ରଖିଥିଲେ । ଉଚ୍ଚ କ୍ଷମତା ବିଶିଷ୍ଟ ଉପକରଣ ବ୍ୟବହାର ଦ୍ୱାରା ଏହାକୁ ୩୨୭ ଡିଗ୍ରୀ ସେଲ୍‌ସିୟସ  ପର୍ଯ୍ୟନ୍ତ ଗରମ କରି ପ୍ଲାଷ୍ଟିକ୍‌ ଆଇସ୍‌-୭ରେ ପରିଣତ କରିଥିଲେ । ରିସର୍ଚ୍ଚ ଟିମ୍‌ କ୍ୱାସି-ଇଲାଷ୍ଟିକ୍‌ ନ୍ୟୁଟ୍ରନ  ସ୍କାଟରିଂ (କ୍ୟୁଇଏନ୍‌ଏସ୍‌) ବ୍ୟବହାର କରିଥିଲେ । ଏହା ହେଉଛି ଏକ  ପ୍ରକ୍ରିୟା ଯେଉଁଥିରେ ହାଇଡ୍ରୋଜେନ  ପରମାଣୁ ଭଳି ଛୋଟ କଣିକାକୁ ଟ୍ରାକ୍‌  କରାଯାଇଥାଏ । ଏହି ପ୍ରକ୍ରିୟାରେ  ଅଧ୍ୟୟନକାରୀ ୧୭ ବର୍ଷ ପୁରୁଣା  ଭବିଷ୍ୟବାଣୀକୁ ଦୋହରାଇବା ସହ  ଉଚ୍ଚ ତାପମାତ୍ରା ଏବଂ ଚାପ ଯୋଗୁ  ବରଫ ଭିତରେ ଥିବା ହାଇଡ୍ରୋଜେନ  ବା ଉଦ୍‌ଜାନ ସୂକ୍ଷ୍ମ ଭାବେ ଘୂରିଥାଏ  ବୋଲି ଜାଣିବାକୁ ପାଇଥିଲେ ।  

ପ୍ଲାଷ୍ଟିକ୍‌ ଆଇସ୍‌-୭ରେ ତରଳ  ପାଣି ଏବଂ ବରଫ ଉଭୟର ଗୁଣ  ରହିଥାଏ । ଏଥିରେ ହାଇଡ୍ରାଜେନ୍‌ କିଛି  ସ୍ଥିତି ପର୍ଯ୍ୟନ୍ତ ଅବ୍ୟବସ୍ଥିତ ଢଙ୍ଗରେ  ରହିଥାଏ । ଏଥିଯୋଗୁ ଏହା ଭିତରେ  ଏକ ଅଦ୍ଭୁତ ସରଞ୍ଚନା ହୋଇଥାଏ ।  ଅଧ୍ୟୟନକାରୀଙ୍କ ଅନୁସାରେ, ଆମ  ସୌରମଣ୍ଡଳର ବରଫାବୃତ୍ତ ଗ୍ରହ  ଯେପରି ନେପଚ୍ୟୁନ୍‌, ୟୁରେନ୍ସ ବା  ବୃହସ୍ପତିର ଉପଗ୍ରହରେ ପ୍ଲାଷ୍ଟିକ୍‌ ଆଇସ୍‌-୭ ଥାଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.