ଛତ୍ରପୁର,୨୨/୭ : ଛତ୍ରପୁର ଥାନା ତାମ୍ପରା ବାଇପାସ ନିକଟ ଜାତୀୟ ରାଜପଥ ଉପରେ ଗୋଟିଏ ସ୍କୁଟି ଏକ ଟ୍ରକକୁ ଧକ୍କା ଦେଲା । ଫଳରେ ୨ଛାତ୍ରୀ ଗୁରୁତର ହୋଇପଡ଼ିଛନ୍ତି l ଗୁରୁତର ଦୁଇ ଜଣ ସୁଚସ୍ମିତା ସାହୁ (୨୧)ଏବଂ ମୋନାଲିସା ସିଂ(୨୦)ଙ୍କୁ ଛତ୍ରପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l
ସୂଚନା ଅନୁସାରେ, ଟ୍ରକଟି ଭୁବନେଶ୍ୱର ପଟୁ ବ୍ରହ୍ମପୁରକୁ ଠିକ୍ ରୁଟରେ ଆସୁଥିବାବେଳେ ଏହି ୨ଟି ଝିଅ ତାମ୍ପରାକୁ ଯିବା ନେଇ ଭୁଲ ରାସ୍ତାରେ ଯାଇ ଟ୍ରକକୁ ପିଟି ଦେଇଥିଲେ l ଫଳରେ ଗୁରୁତର ହୋଇ ପଡ଼ିଥିଲେ l ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ଯୋଗେ ମେଡ଼ିକାଲକୁ ପଠାଇଥିଲେ । ଉଭୟ ଛାତ୍ରୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଏଡ ଛାତ୍ରୀ ବୋଲି ଜଣାପଡ଼ିଛି l ସେମାନଙ୍କ ଘର କେଉଁଝର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ତାମ୍ପରା ବୁଲିବାକୁ ଆସିଥିବାବେଳେ ଏହି ଦୁର୍ଘଟଣା ଘଟିଛି l