ଭୁବନେଶ୍ୱର ୧୧/୦୮: ଭୁବନେଶ୍ୱର ଗଙ୍ଗପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକରେ ଯାଉଥିବା ପରିବାର ଉପରେ ଚଢ଼ିଗଲା ଟ୍ରକ୍। ସ୍ୱାମୀ-ସ୍ତ୍ରୀ ପୁଅଙ୍କ ଉପର ଟ୍ରକ୍ ଚଢ଼ିଯିବାରୁ ଦୁର୍ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ ଓ ଦୁଇ ବର୍ଷର ପୁଅ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବାଇକ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।
ସୂଚନା ମୁତାବକ, ଆଜି ଗୋଟିଏ ପରିବାରି ବାଇକ୍ ଯୋଗେ କୌଣସି କାମରେ ଖୋର୍ଦ୍ଧା ଯାଉଥିବା ବେଳେ ଗଙ୍ଗପଡ଼ା ଛକରେ ବାଇକ୍କୁ ଟ୍ରକ୍ ଧକ୍କା ଦେଇଥିଲା। ବାଇକ୍ ଚାଳକଙ୍କ ଉପରେ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲିଯାଇଥିଲା। ଦୁର୍ଘଟଣା ମାଆ ଏବଂ ପୁଅ ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟଲୋକ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଫେରାର ଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।