ଭୁବନେଶ୍ଵର, ୦୬/୦୬ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜଳୁଛି ପଶ୍ଚିମରୁ ଉପକୂଳ। ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି। ସାଢେ ୧୧ଟା ସୁଦ୍ଧା ଭୁବନେଶ୍ଵର ତାପମାତ୍ରା ୩୮ ଡିଗ୍ରୀ ଓ ଆର୍ଦ୍ରତା ୫୧ % ରେକର୍ଡ ହୋଇଛି। ରାଜଧାନୀରେ ୪୯ ଡିଗ୍ରୀ ପରି ତାତି ଅନୁଭୂତ ହେଉଛି। ସେହିପରି ସମ୍ଵଲପୁରରେ ୩୬.୬, ଝାରସୁଗୁଡ଼ାରେ ୩୬, ହୀରାକୁଦରେ ୩୫.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସକାଳ ସାଢେ  ୮ଟାରେ ଭୁବନେଶ୍ଵରରେ ୪୭ ଡିଗ୍ରୀ ଭଳି ତାତି ଅନୁଭବ ହୋଇଛି । ପାରଦ ୩୩ ଡିଗ୍ରୀ ରହିଛି କିନ୍ତୁ ଆର୍ଦ୍ରତା ୭୭ ପ୍ରତିଶତ ଥିବାରୁ ଅସମ୍ଭାଳ ତାତି ଅନୁଭବ ହେଉଛି। ସକାଳ ସାଢେ ୫ଟାରେ ୪୩ ଡିଗ୍ରୀ ଭଳି ତାତି ଅନୁଭବ ହୋଇଛି। ତାପମାତ୍ରା ୩୦ .୮ଡିଗ୍ରୀ ଥିଲା କିନ୍ତୁ ଆର୍ଦ୍ରତା  ୮୭ ପ୍ରତିଶତ । ତେଣୁ ଭୟଙ୍କର ଗୁଳୁଗୁଳି ଅନୁଭବ ହୋଇଛି। ଗତକାଲି ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିଲା । ତେବେ ନାକେଦମ କରିଥିଲା ଗରୁମ ସହ ଗୁଳୁଗୁଳି । ତାପମାତ୍ରା ଓ ଆର୍ଦ୍ରତାକୁ ନେଇ ୫୦ ଡିଗ୍ରୀ ଭଳି ଅନୁଭବ କରିଥିଲେ ରାଜଧାନୀବାସୀ। 

ଗତକାଲି ବୌଦ୍ଧ ତାପମାତ୍ରା ୪୧ .୭ ଡିଗ୍ରୀ ଥିବାବେଳେ ସମ୍ବଲପୁର ୪୧.୨, ଭୁବନେଶ୍ଵର ଓ ଅନୁଗୁଳ ୪୧.୧,  ଝାରସୁଗୁଡ଼ା, ବଲାଙ୍ଗୀର, ତାଳଚେର ଓ ନୟାଗଡ଼ ୪୧ ଡିଗ୍ରୀ ଛୁଇଁଥିଲା। ହୀରାକୁ ଦ, ପାରଳାଖେମୁଣ୍ଡି, ଟିଟିଲାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା ୪୦ ଡିଗ୍ରୀ ଛୁଇଁଥିଲା ।  ଉପକୂଳରେ ପ୍ରାୟତଃ ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଥିଲା । ଚାନ୍ଦବାଲି ୩୯.୬, କଟକ ୩୯.୪ ଡିଗ୍ରୀ ଥିଲା । ଆସନ୍ତା ୫ରୁ ୬ ଦିନ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆହୁରି ପଢନ୍ତୁବୋର୍ଡ ନିଗମ ନିଯୁକ୍ତି ନେଇ ଫିଟିଲା ବାଟ, ଜୁନ୍ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି

ସେପଟେ ମୌସୁମୀ ବାୟୁର ଗତି ବୃଦ୍ଧି ପାଇଛି। କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ସମଗ୍ର ଉପକୂଳ ଅତିକ୍ରମ କରିବା ପରେ, ଏହା ଠିକ୍ ସମୟରେ ଗୋଆରେ ପହଞ୍ଚିଛି। ଏଠାରେ ମୌସୁମୀ ଆଗମନର ସାଧାରଣ ତାରିଖ ହେଉଛି ଜୁନ୍୫। ମୌସୁମୀ ବାୟୁ ମୁମ୍ବାଇରେ ନିର୍ଦ୍ଧାରିତ ସମୟରେ କିମ୍ବା ଶୀଘ୍ର ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ଏବଂ ପଶ୍ଚିମବଙ୍ଗର କିଛି ଅଂଶରେ ପହଞ୍ଚିପାରେ। ଏହା ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କିଛି ଅଂଶରେ ୧୦ ଦିନ ମଧ୍ୟରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।