କୋଣାର୍କ,୨୪।୩ : ସମରାଭ୍ୟାସ ସାଗରକବଚ-୨୬ର ପ୍ରଥମ ଦିନରେ କୋଣାର୍କ ସୂର୍ଯ୍ୟମନ୍ଦିର ମୁଖ୍ୟ ଦ୍ୱାରରେ କୋଣାର୍କ ପୁଲିସ ପର୍ଯ୍ୟଟକଙ୍କ ବ୍ୟାଗ ଯାଞ୍ଚ କରୁଥିଲେ। ଏହି ସମୟରେ ୨ ଯୁବକଙ୍କ ହାବଭାବରୁ ସନ୍ଦେହ କରି ସଜାଗ ରହିଥିବା କୋଣାର୍କ ପୁଲିସ ଏହି ଦୁଇ ଜଣଙ୍କୁ କାବୁ କରି ନେଇଥଲା। ପରେ ଜଣା ପଡିଲା ଏମାନେ ଛଦ୍ମବେଶୀ ଆତଙ୍କବାଦୀ। ତାଙ୍କ ବ୍ୟାଗରୁ ପରିଚୟ ପତ୍ର ଏବଂ ନକଲି ବୋମା ପ୍ୟାକେଟ ମିଳିଥିଲା। ସମରାଭ୍ୟାସ ସାଗରକବଚରେ ପୁଲିସ ପକ୍ଷରୁ ଏପରି ମକ୍ରଡିଲ କରାଯାଇଥିଲା।

ସୂଚନାଯୋଗ୍ୟ, ସମୁଦ୍ର ଉପକୂଳକୁ ଆତଙ୍କବାଦୀଙ୍କ କବଳରୁ କିଭଳି ସୁରକ୍ଷା ଓ ସୁରକ୍ଷିତ ରହିବ ସେନେଇ ଓଡିଶା ପୋଲିସକୁ ସଶକ୍ତ କରିବା ଲକ୍ଷରେ ପ୍ରତିବର୍ଷ ସମରଭ୍ୟାସ କରାଯାଉଛି। ଛଦ୍ମବେଶୀ ଆତଙ୍କବାଦୀଙ୍କୁ ରେଡ଼ ଫୋର୍ସ ନାମ ଦିଆଯାଇ ବିଭିନ୍ନ ଆଧୁନିକ ମାରଣାସ୍ତ୍ର ନେଇ ଲକ୍ଷ୍ୟ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି । ସେମାନଙ୍କୁ ଧରିବା ନିମନ୍ତେ ଓ ସ୍ଥଳ ପଥକୁ ସୁରକ୍ଷିତ ରଖିବା ନିମନ୍ତେ ନିୟୋଜିତ କରାଯାଇଥିବା ପୁରୀ ଜିଲ୍ଲା ପୋଲିସକୁ "ବ୍ଲୁଫୋର୍ସ" ନାମରେ ନାମିତ କରାଯାଉଛି।