ପ୍ରମୂଖ ଖବର
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସ୍ୱାଭିମାନ ଅଞ୍ଚଳରୁ ମାଓ ଡମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ଜବତ

Published By : Suraj Kumar | November 11, 2024 9:38 PM

ମାଲକାନଗିରି, ୧୧/୧୧ (ଆପ୍ର ) : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ମାଓ ଡମ୍ପ ଠାବ।  ବିପୁଳ ପରିମାଣର ଅତ୍ୟାଧୁନିକ ଡେଟୋନେଟର, ଜିଲୋଟିନ ଷ୍ଟିକ, ବିସ୍ଫୋରକ ଦ୍ରବ୍ୟ ସହିତ ମାଓବାଦୀଙ୍କ ପୁସ୍ତକ ଓ ଅନ୍ୟା ସାମଗ୍ରୀ ଯବାନ ଜବତ କରିଛନ୍ତି।  ଏଥିସହ ମାଓବାଦୀଙ୍କ ବିସ୍ଫୋରଣକୁ ପଣ୍ଡ କରିଦେଇଛନ୍ତି ଯବାନ ।

ରବିବାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ଏବଂ ୧୭୭ ବାଟାଲିୟନ ଯବାନ ମିଳିତ ସର୍ଚ୍ଚ ଅପରେସନ ଚଳାଇଥିଲେ।   ସ୍ୱାଭିମାନ ଅଞ୍ଚଳ ଯୋଡାଆମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ଅରଲିପଦା ଓ ତାବେର ଗାଁକୁ ଯୋଡୁଥିବା ସଡକରେ ସର୍ଚ୍ଚ ଅପରେସନ ସମୟରେ  ଘଞ୍ଚ ଜଙ୍ଗଲ ପାହାଡ଼ ନିକଟରେ ମାଓ ଡମ୍ଫ ଠାବ କରିଥିଲେ। ପ୍ଲାଷ୍ଟିକ ଡ୍ରମ ମଧ୍ୟରୁ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଓ ମାଓ ସାମଗ୍ରୀ ମିଳିଥିଲା । ଜବତ ହୋଇ ଥିବା ବିସ୍ପୋରକ ଦ୍ରବ୍ୟ ମଧ୍ୟରେ ୫୬ଟି ଜିଲେଟିନ ଷ୍ଟିକ,୧୩ଟି ଡିଜିଟାଲ ଡେଟୋନେଟର, କର୍ଡେକ୍ସ ତାର ୩୦ ମିଟର , ବିଦ୍ୟୁତ ତାର ୩୦ ମିଟର , ବଡ଼ ବ୍ୟାଟେରୀ ଗୋଟିଏ , ସିଡି ଗୋଟିଏ ,ଷ୍ଟାମ୍ପ ପ୍ୟାଡ ୨ଟି, ବହୁ ପରିମାଣ ମାଓ ପୁସ୍ତକ, ୮ଟି ଡାଏରୀ, ଆଟାଚି ଓ ଅନ୍ୟାନ ମାଓ ସାମଗ୍ରୀ ଜବତ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.