ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନିର୍ବାଚନ ପୂର୍ବରୁ ରାଞ୍ଚି ଗସ୍ତରେ ଯିବେ ରାହୁଲ ଗାନ୍ଧୀ

Published By : Anindita Ratha | October 19, 2024 12:17 PM

ନୂଆଦିଲ୍ଲୀ,୧୯/୧୦: ଆଜି ରାଞ୍ଚି ଗସ୍ତରେ ଯିବେ ରାହୁଲ ଗାନ୍ଧୀ ।ହରିୟାଣାରେ ପରାଜୟ ପରେ ଝାଡ଼ଖଣ୍ଡରେ ଅଣ୍ଟା ଭିଡୁଛି କଂଗ୍ରେସ । ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ରାଞ୍ଚି ଗସ୍ତରେ ଥିବା ଖବର ସାମ୍ନାକୁ ଆସିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ୮୧ ବିଶିଷ୍ଟ ଆସନରେ ୨ଟି ପର୍ଯ୍ୟାୟରେ ମତଦାନ ହେବ । ନଭେମ୍ଵର ୧୩ ଓ ୨୦ ର ମତଦାନ ପାଇଁ ଶୁକ୍ରବାର ଦିନ ୪୩ ଗୋଟି ଆସନରେ ନାମାଙ୍କନ ଭରିବେ ଆଶାୟୀ । ଆସନ ବୁଝାମଣା ଚୁକ୍ତି ଏବଂ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ଶିବିର ୱାଚ୍ ମୋଡରେ ରହିଛନ୍ତି ।

ଏନେଇ ସେପଟେ ଶାସକ ମିଳିତ ମଞ୍ଚର ଅଂଶ ବିଶେଷ ଥିବା ପୁରୁଣା ଦଳ କଂଗ୍ରେସ ଅକ୍ଟୋବର ୧୯ ପରେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଦଳର ବରିଷ୍ଠ ନେତାମାନେ ମତ ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ହରିୟାଣାରେ ବିପର୍ଯ୍ୟୟ ପରେ ଉତ୍ତର ପ୍ରଦେଶ ଉପ-ନିର୍ବାଚନରେ କଂଗ୍ରେସ ନିଜର ବୁଝାମଣା ଶକ୍ତି ହରାଇବ କି ? ରାହୁଲ ଗାନ୍ଧୀଙ୍କ ବୈଠକ ପୂର୍ବରୁ ପ୍ରସ୍ତୁତି ବିଷୟରେ ଅନୁଧ୍ଯାନ ପାଇଁ ଗୁରୁବାର ଦିନ ରାଞ୍ଚିରେ ପହଞ୍ଚିଥିବା ଝାଡ଼ଖଣ୍ଡ ଆଫେୟାର୍ସର ମୁଖ୍ଯ ଗୁଲାମ ଅହମ୍ମଦ ମୀର କହିଛନ୍ତି । ସେ ାହୁରି ମଧ୍ୟ କହିଛନ୍ତି ଯେ, ଆମର ସହଯୋଗୀ ଦଳମାନଙ୍କ ସହିତ ଆସନ ବୁଝାମଣା ଆଲୋଚନା ଉପରେ ସମାନ୍ଯ ମତ ପ୍ରାର୍ଥକ୍ଯ ରହିଛି । ଅକ୍ଟୋବର ୧୯ ପରେ ପ୍ରାର୍ଥୀ ଘୋଷଣା କରାଯିବ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.