ନୂଆଦିଲ୍ଲୀ,୧୧।୧୦: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ସେବେଷ୍ଟିଆନ୍ ଲେକୋର୍ନଙ୍କୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ସୋମବାର ଲେକୋର୍ନୁ ନୂଆ ମନ୍ତ୍ରୀମଣ୍ଡଳ ଘୋଷଣାର କିଛି ଘଣ୍ଟା ପରେ ହଠାତ ଇସ୍ତଫା ଦେଇଥିଲେ। ଏହି ଘଟଣାକ୍ରମ ପରେ ମାକ୍ରନ୍ ରାଷ୍ଟ୍ରପତି ପଦରୁ ଇସ୍ତଫା କିମ୍ବା ନ୍ୟାସନାଲ ଆସେମ୍ବଲିକୁ ଭଙ୍ଗ କରିବା ଚାପ ପୁଣିଥରେ ବଢିବାରେ ଲଗିଥିଲା। ତେବେ ସେ ଏଭଳି କିଛି ପଦକ୍ଷେପ ଗ୍ରହଣ କରିବାକୁ ପୁଣିଥରେ ମନା କରିଦେଇଛନ୍ତି। ଭଳି ଭାବରେ କିଛି ଦିନ ଭିତରେ ରାଜନୈତିକ ଅସ୍ଥିରତା ପରେ ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ନିଯୁକ୍ତ କରିଛନ୍ତି। ଏହାକୁ ଆର୍ଥିକ ଚ୍ୟାଲେଞ୍ଜ ଦେଇ ଗତି କରୁଥିବା ଦେଶରେ ଏକ ବର୍ଷରୁ ଅଧିକ ସମୟ ଧରି ରାଜନୈତିକ ଗତିରୋଧକୁ ସମାଧାନ କରିବାର ଏକ ଚେଷ୍ଟା ଭାବରେ ମନେକରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତିକୁ ମାକ୍ରନଙ୍କ ପାଇଁ ନିଜର ଦ୍ବିତୀୟ ରାଷ୍ଟ୍ରପତି କାର୍ଯ୍ୟକାଳରେ ବରଦାନ ଭାବରେ ଦେଖା ଯାଉଛି, ଯାହାକି ୨୦୨୭ରେ ଶେଷ ହେବାକୁ ଯାଉଛି। ମାକ୍ରନ୍ଙ୍କ ପାଖରେ ନିଜ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ନ୍ୟାସନାଲ ଆସେମ୍ବଲିରେ ବହୁମତ ନାହିଁ। ଏହାଛଡା ତାଙ୍କୁ ନା କେବଳ ବିରୋଧି ବଂର ନିଜ ଗୋଷ୍ଠୀର ସଦସ୍ୟଙ୍କୁ ମଧ୍ୟ କଡ଼ା ସମାଲୋଚନାର ସାମାନ କରିବାକୁ ପଡୁଛି। ଗତ ବର୍ଷ ମାକ୍ରନଙ୍କ ନେତୃତ୍ବାଧିକ ସଂଖ୍ୟାଲଘୁ ସରକାର ଲଗାତାର ଅସ୍ତିତ୍ବ ସଙ୍କଟ ଦେଇ ଗତି କରୁଛି। ଯାହାଫଳରେ ୟୁରୋପୀୟ ସଂଘର ଦ୍ବିତୀୟ ସବୁଠାରୁ ବଡ ଅର୍ଥ ବ୍ୟବସ୍ଥା ଫ୍ରାନ୍ସ ରାଜେନୖତିକି ଗତିରୋଧରେ ଫଶି ରହିଯାଇଛି ଓ ତାଙ୍କ ଉପରେ ଋଣ ସଙ୍କଟ ଗମ୍ଭୀର ହେବାରେ ଲାଗିଛି।
ଅର୍ଥମନ୍ତ୍ରୀ ୨୦୨୪-୨୫ର ପ୍ରଥମ ତ୍ରୟମାସିକ ଶେଷରେ ଫ୍ରାନ୍ସର ସାର୍ବଜନିକ ଋଣ ୩୩.୪୬ ଖବର ୟୁରୋ ଥିଲା।ଯାହାକି ତା’ର ଜିଡିପିର ୧୧୪ ପ୍ରତିଶତ। ରାଷ୍ଟ୍ରପତି ସାଂକ୍ଷିକ ସଂସ୍ଥାନର ସଂଖ୍ୟା ଅନୁସାରେ, ଫାନ୍ସରେ ଗରିବ ହାରେ ମଧ୍ୟ ୨୦୨୪ରେ ୧୫.୪% ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା, ଯାହାକି ୧୯୯୬ ରେ ଦସ୍ତାବିଜକରଣ ଆରମ୍ଭ ହେବାପରେ ସର୍ବାଧିକ ରହିଛି। ନୂଆ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ଅନାସ୍ଥା ପ୍ରସ୍ତାବର ସାମନା କରିବାରୁ ରକ୍ଷା ପାଇବା ପାଇଁ କିଛି ଚୁକ୍ତି କରିବାକୁ ପଡିବ। ପ,ରିକି ପେନଶନ୍ ସୁଧାରର ଯୋଜନାକୁ ଘୁଞ୍ଚାଇବା ପାଇଁ ମଧ୍ୟ ବାଧ୍ୟ ହେବାକୁ ପଡି। ଯାହାଫଳରେ ଅବସରର ସମୟସୀମାକୁ ଧିରେ ଧିରେ ୬୨ ରୁ ବଢାଇ ୬୪ କରାଯିବାର ନିୟମ ରହିଛି। ମାକ୍ରନଙ୍କୁ ପ୍ରବଳ ବିରୋଧ ପରେ ବି ୨୦୨୩ରେ ସେ ଏହି ପ୍ରସ୍ତାବକୁ ଆଇନର ରୂପ ଦେବା ନେଇ ମୋହର ଲଗାଇ ଦେଇଥିଲେ।