ନୂଆଦିଲ୍ଲୀ – ଦି ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ‘ସ୍ମଲ୍‌ ଟିକେଟ୍‌ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ୍‌’ ଅର୍ଥାତ୍‌ ଏସଆଇପି ଉପରେ କନ୍ସଲଟେସନ ପେପର ଜାରି କରି ଲୋକଙ୍କୁ ରାୟ ମାଗିଛନ୍ତି। ଏହି ଅନୁସାରେ, ୨୫୦ ଟଙ୍କାରେ ମଧ୍ୟ ଏସଆଇପି କିଣି ପାରିବେ। ଏହି ପ୍ରସ୍ତାବରେ ଆଶା ରହିଛି କି, ନିବେଶର ଦାଏରରେ ସାଧାରଣ ଆୟ କରୁଥିବା ଲୋକେ ମଧ୍ୟ ସାମିଲ ହୋଇ ପାରିବେ। ଆପଣଙ୍କୁ କହି ରଖୁଛୁ କି , ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନିଜ୍‌ ( ଏଏମସି) ପୂର୍ବରୁ ହିଁ ଛୋଟ ସାଇଡ୍‌ର ଏସଆଇପିର ପ୍ରଦାନ କରିଥାଏ।

ସେବିର କଣ ରହିଛି ପ୍ରସ୍ତାବ 

ନିକଟରେ ସେବିର ଚେୟାରପର୍ସନ ମାଧବୀ ପୁରୀ ବୁଚ କହିଥିଲେ କି, ୨୫୦ଟଙ୍କାର ଏସଆଇପି ଖୁବ୍‌ ଶୀଘ୍ର ଲଞ୍ଚ କରାଯାଇ ପାରେ। ସେବି ପ୍ରସ୍ତାବ ଅନୁସାରେ, ସ୍ମଲ୍‌ ଟିକଟ ଏସଆଇପି ୩ ଆସେଟ୍‌ ମ୍ୟାନେଜମେଣ୍ଟ କମ୍ପାନୀଙ୍କ ମଧ୍ୟରେ ପ୍ରତ୍ୟେକଙ୍କୁ ଗୋଟିଏର ଆଧାରରେ ୩ ପ୍ଲାନରେ ସୀମିତ ରଖି ପାରେ। ସେବି ପ୍ୟାନର ଆବଶ୍ୟକତା ବିନା, ପ୍ରତି ନିବେଶକ ପ୍ରତି ମ୍ୟୁଚୁଆଲ ଫଣ୍ଡ ବାର୍ଷିକ ନିବେଶକୁ ୫୦ ହଜାର ଯାଏ ସୀମିତ କରିବାର ପ୍ରସ୍ତାବ ଦେଇଛି। ହେଲେ ଆଧାର ସତ୍ୟାପନ ଅନିବାର୍ଯ୍ୟ ହେବ। ଏହି ଯୋଜନାରେ ଥିବା ନିବେଶକ, ଅନ୍ୟ ଏସଆଇପି କରିଥିବା ବ୍ୟକ୍ତି ବା ଏକମୁକ୍ତ ନିବେଶ କରୁଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇ ନାହିଁ । ନିବେଶକଙ୍କୁ ୫ ବର୍ଷର କାର୍ଯ୍ୟକାଳ (୬୦ କିସ୍ତି) ପାଇଁ ପ୍ରତିବଦ୍ଧର ଆଶା କରାଯାଏ , କିନ୍ତୁ ଯଦି ସେ ଚାହିଁବେ ତ ସମୟ ପୂର୍ବରୁ ମଧ୍ୟ ଟଙ୍କା ଉଠାଇ ପାରିବେ। 

ମାସିକ ଏସଆଇପିର ପ୍ରସ୍ତାବ –

ଋଣ ଯୋଜନା , କ୍ଷେତ୍ରୀୟ ବା ବିଷୟଗତ ଫଣ୍ଡ ବା ଛୋଟ ଓ ମେଡ୍‌ – କ୍ୟାପ୍ ଯୋଜନା ଗୁଡ଼ିକ ପାଇଁ ଛୋଟ ଟିକେଟ ଏସଆଇପିର ପ୍ରଦାନ କରାଯିବ ନାହିଁ। ଏହାକୁ ମୁଖ୍ୟ ରୂପେ ମାସିକ ଏସଆଇପି ପାଇଁ ଡିଜାଇନ୍‌ କରାଯାଇଛି।