ଭୁବନେଶ୍ବର, ୨୪ ।୫ : ରାଜ୍ୟରେ ଚାଲିଥିବା ବିଭିନ୍ନ କଲ୍ୟାଣମୂଳକ ଓ ଲୋକାଭିମୁଖୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମେ’ ମାସଠାରୁ ଜୁଲାଇ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ।
ଏ ନେଇ ଯୋଜନା ଓ ସଂଯୋଜନ ବିଭାଗର ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗକୁ ଚିଠି ଲେଖି ସୂଚନା ଦେଇଛନ୍ତି। ଅଧିକାରୀମାନେ ୨ରୁ ୩ ଦିନିଆ ଜିଲ୍ ଗସ୍ତ କରିବେ। ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ସରକାରୀ ଯୋଜନାର କାର୍ଯ୍ୟକାରୀତାକୁ ପରଖିବେ।
କେଉଁ ସଚିବଙ୍କୁ କେଉଁ ଜିଲ୍ଲା ଦାୟିତ୍ୱ?
- ସଂଜୀବ କୁମାର ମିଶ୍ର – କଟକ
- ସଞ୍ଜୟ କୁମାର ସିଂ –ଖୋର୍ଦ୍ଧା
- ସୁରେଶ କୁମାର ବଶିଷ୍ଠ – କେନ୍ଦୁଝର
- ଶୁଭା ଶର୍ମା – ସମ୍ବଲପୁର
- ଏନ.ବି.ଏସ ରାଜପୁତ – ଅନୁଗୁଳ
- ଭାସ୍କର ଜ୍ୟୋତି ଶର୍ମା -ଯାଜପୁର
- ତେମଜେନଓ୍ବାପଙ୍ଗ ଆଓ – ନୟାଗଡ
- ଆର.ଏସ.ଗୋପାଳନ-କୋରାପୁଟ
- ଗିରୀଶ ଏସ.ଏନ. – ଜଗତସିଂହପୁର
- ଡଃ ମୃଣାଳିନୀ ଦର୍ସ୍ବାଲ-ରାୟଗଡା
- ଅଶ୍ବତୀ ଏସ୍. – ଢେଙ୍କାନାଳ
- ରାଜେଶ ପ୍ରଭାକର ପାଟିଲ –କେନ୍ଦ୍ରାପଡା
- ଅରବିନ୍ଦ ଅଗ୍ରଓ୍ବାଲ-ବାଲେଶ୍ବର
- ବଲବନ୍ତ ସିଂହ – ପୁରୀ
- ସଚିନ ରାମଚନ୍ଦ୍ର ଜାଧବ –କଳାହାଣ୍ଡି
- ଭୂପେନ୍ଦ୍ର ସିଂ ପୁନିଆ –ଦେବଗଡ
- ଯାମିନି ଷଡଙ୍ଗୀ-ଭଦ୍ରକ
- ବି.ପରମେଶ୍ବରନ –ବୌଦ୍ଧ
- ଗୁହା ପୁନମ ତାପସ କୁମାର-ସୋନପୁର
- ଡ. ବିଜୟ କେତନ ଉପାଧ୍ୟାୟ-ବରଗଡ
- ଡି. ପ୍ରଶାନ୍ତ କୁମାର ରେଡ୍ଡୀ -ଗଜପତି
- ଡା. ଏନ୍. ତିରୁମାଲା ନାଏକ – ମାଲକାନଗିରି
- ରଶ୍ମିତା ପଣ୍ଡା –କନ୍ଧମାଳ
- ଡଃ ବୃନ୍ଦା ଡି-ଝାରସୁଗୁଡା
- ମହମ୍ମଦ ସାଦିକ ଆଲମ୍ -ବଲାଙ୍ଗୀର
- ମାନସୀ ନିମ୍ଭାଲ – ମୟୂରଭଞ୍ଜ
- ପ୍ରେମ ଚନ୍ଦ୍ର ଚୌଧୁରୀ-ନୂଆପଡା
- ଅରିନ୍ଦମ ଡାକୁଆ – ଗଞ୍ଜାମ
- କେ.ସୁଦର୍ଶନ ଚକ୍ରବର୍ତ୍ତି-ନବରଙ୍ଗପୁର
- ଭିନୀଥ୍ ଭାରଦ୍ବାଜ -ସୁନ୍ଦରଗଡ