ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଇମ୍ରାନ ଖାନଙ୍କ ସମର୍ଥକଙ୍କୁ ଡ଼ରିଲେ କି ଶହବାଜ ସରକାର ? ଇସଲାମାବାଦରେ ଦୁଇ ମାସ ପାଇଁ ଲାଗିଲା ଧାରା ୧୪୪

Published By : Prameya | November 19, 2024 4:27 PM

ଇସଲାମାବାଦ : ପାକିସ୍ତାନର ଶହବାଜ ସରକାରର ଅଧିକାରୀମାନେ ଜେଲ୍‌ର ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟିର ପ୍ରଦର୍ଶନର ଯୋଜନାକୁ ନଜରରେ ରଖି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପାଞ୍ଚ ଜଣ କିମ୍ୱା ଏହାଠାରୁ ଅଧିକ ଲୋକଙ୍କ ଜମା ହେବା ଏବଂ ସବୁ ପ୍ରକାରର ସଭା ଉପରେ ଦୁଇ ମାସ ପାଇଁ ରୋକ୍‌ ଲଗେଇଛନ୍ତି। ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ) ଗତ ସପ୍ତାହରେ ଘୋଷଣା କରିଥିଲା ଯେ, ବର୍ଷକରୁ ଅଧିକ ସମୟରୁ ଜେଲରେ ବନ୍ଦୀ ଥିବା ଏହାର ସଂସ୍ଥାପକ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଉପରେ ସରକାରଙ୍କୁ ବାଧ୍ୟ କରିବା ପାଇଁ, ୨୪ ନଭେମ୍ୱରରେ ଇସଲାମାବାଦରେ ବିରୋଧ ପ୍ରଦର୍ଶନ କରାଯିବ।

ସଂଘୀୟ ସରକାର ଏହା ପରେ ଇସଲାମାବାଦରେ ଧାରା ୧୪୪ ଲଗାଇଛି , ଯାହା ଅନୁସାରେ ଲୋକଙ୍କ ଜମା ହେବା ଉପରେ ପ୍ରତିବନ୍ଧକ ରହିଛି। ଇସଲାମାବାଦର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଉସମାନ ଅଶରଫଙ୍କ କାର୍ଯ୍ୟାଳୟ ଦ୍ୱାରା ସୋମବାର ଜାରି ବିଭିନ୍ନ ଅଧିସୂଚନା ଗୁଡ଼ିକର ଅନୁସାରେ, ଧାରା ୧୪୪ ଲାଗୁ କରି ଦିଆ ଯାଇଛି , କାରଣ ସମାଜର କିଛି ତତ୍ତ୍ୱ ବେଆଇନ ଉପାୟରେ ଜମା ହେବାର ଯୋଜନା ଗଠନ କରୁଛନ୍ତି , ଯେଉଁଥିର ସାର୍ବଜନିକ ଶାନ୍ତି ଭଙ୍ଗ ହୋଇପାରେ।

ଅଧିସୂଚନା ଅନୁସାରେ ୫ ଜଣ ବା ଏହାଠାରୁ ଅଧିକ ଲୋକଙ୍କୁ ସାର୍ବଜନିକ ସମାରୋହରେ ପ୍ରତିବନ୍ଧକ ଲାଗିଛି। କାରଣ ସେମାନେ ସାର୍ବଜନିକ ଶାନ୍ତି ଓ ସୌହାର୍ଦ୍ଦକୁ ବିପଦରେ ପକାଇ ପାରନ୍ତି, ମାନବ ଜୀବନ ଓ ସୁରକ୍ଷାକୁ ବିପଦରେ ପକାଇ ପାରନ୍ତି। ସାର୍ବଜନିକ ସଂପତ୍ତି ପାଇଁ ବିପଦ ସୃଷ୍ଟି କରିପାରନ୍ତି ଏବଂ... ଇସଲାମାବାଦ ଜିଲ୍ଲାର ରାଜସ୍ୱ / କ୍ଷେତ୍ରୀୟ ସୀମା ଗୁଡିକ ଭିତରେ ସାଂପ୍ରଦାୟିକ ଦଙ୍ଗା ସହ ଦଙ୍ଗା ବା ମାରିପିଟିର କାରଣ ହୋଇପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.