ମୁମ୍ବାଇ,୨୬।୧୧: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ୨୬/୧୧ ଆତଙ୍କୀ ଆକ୍ରମଣର ୧୭ ତମ ବାର୍ଷିକୀ ଅବସରରେ ମୁମ୍ବାଇ ପୁଲିସ ୧ ନଭେମ୍ବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଡ୍ରୋନ୍, ପାରାଗ୍ଲାଇଡର, ହଟ୍ ଏୟାର ବେଲୁନ ଓ ରିମୋଟ କନଟ୍ରୋଲ ମାଇକ୍ରୋଲାଇଟ ଏୟାରକ୍ରାଫ୍ଟ ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଇ ଦେଇଛି। ଏହି ପଦକ୍ଷେପ ୨୬/୧୧ ବାର୍ଷିକୀ ଅବସରରେ ୧୦ ନଭେମ୍ବରରେ ଦିଲ୍ଲୀ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ହୋଇଥିବା ବିସ୍ଫୋରଣ ପରେ ନିଆଯାଇଛି। ଏହି ବିସ୍ଫୋରଣ ପରେ ଗୁଇନ୍ଦା ଏଜେନ୍ସି ଦ୍ବାରା, ଡ୍ରୋନ୍ ଆକ୍ରମଣ ଆଶଙ୍କାକୁ ଦୃଷ୍ଟି ରଖି ପଦକ୍ଷେପ ନିଆଯାଇଛି।
ମୁମ୍ବାଇର ଅତି ସମ୍ବେଦନଶୀଳ ସ୍ଥାନ ଯେପରିକି ତାଜ ମହଲ ପ୍ୟାଲେସ୍,ଗେଟଓ୍ବେ ଅଫ୍ ଇଣ୍ଡିଆ, ସିଏସ୍ଏମଟି ରେଲଓ୍ବେ ଷ୍ଟେସନ୍, ନରିମନ୍ ହାଉସ,ସିଦ୍ଧିବିନାୟକ ମନ୍ଦିର, ହାଜି ଅଲ୍ଲୀ ଦରଘା, ମହିମ ଦରଘା, ଚେମ୍ବୁର ସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍(ଏଚ୍ପିସିଏଲ) ଓ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ) ରିଫାଇନାରୀ, ଭାଭା ପରମାଣୁ ଅନୁସନ୍ଦାନ କେନ୍ଦ୍ର ଆଦି ସ୍ଥାନରେ ପାଟ୍ରୋଲିଂ,ଚେକିଂ ଏବଂ ବ୍ଲକିଂ ଚାଲିଛି। କୌଣସି ଅପ୍ରିୟ ଘଟଣାକୁ ଏଡାଇବା ପାଇଁ ମୁମ୍ବାଇ ପୋଲିସ ପୁରା ସହରରେ ସୁରକ୍ଷା ବ୍ୟବସ୍ଥାକୁ ହାଇ ଆଲର୍ଟରେ ରଖିଛି।ମୁମ୍ବାଇର ଲୋକାଲ ଟ୍ରେନ୍ ପାଇଁ ସବୁଠାରୁ ବ୍ୟସ୍ତ ଷ୍ଟେସନ ହେଉଛି ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ (CSMT। ପ୍ରାୟ ୫ ଲକ୍ଷ ଯାତ୍ରୀ ପ୍ରତିଦିନ ଯାତ୍ରା କରନ୍ତି ଏବଂ ପ୍ରାୟ ୧୮୩୦ ଲୋକାଲ୍ ଟ୍ରେନ୍ ଏବଂ ୨୦୦ ରୁ ଅଧିକ ଦୂରଗାମୀ ଏଭରଗ୍ରେସ ମେଲ୍ ଏଠାରୁ ଛାଡ଼ିଥାଏ। ତଥାପି, ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥା କେବଳ ଏକ ଔପଚାରିକତା। ଅଧିକାଂଶ ଷ୍ଟେସନରେ ସ୍ଥାପିତ ମେଟାଲ୍ ଡିଟେକ୍ଟର ଏବଂ ବ୍ୟାଗେଜ୍ ସ୍କାନରଗୁଡ଼ିକ ଅଚଳ, ନିଖୋଜ କିମ୍ବା ସମ୍ପୂର୍ଣ୍ଣ ଅଦରକାରୀ। ସେପେଟେ ସାମୁଦ୍ରିକ ସୁରକ୍ଷା ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ୨୬/୧୧ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଏବଂ ଜୋରଦାର କରିଛନ୍ତି।
ଉଲ୍ଲେଖନୀୟ ଯେ ୨୦୦୮ ରେ ଆଜିର ଦିନରେ, ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ଏକକାଳୀନ ବିସ୍ଫୋରଣ ଏବଂ ଆଖିବୁଜା ଗୁଳିମାଡ କରିଥିଲେ, ଯେଉଁଥିରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।