ନୂଆଦିଲ୍ଲୀ : ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଲୱେରେ ଯାତ୍ରା କରନ୍ତି। ଏଥିରେ କିଛି ତ ବିନା ଟିକେଟ୍‌ରେ ହିଁ ନିଜର ଯାତ୍ରା କରିଥାନ୍ତି, କିନ୍ତୁ ଅନେକ ଧରା ବି ପଡ଼ି ଯାନ୍ତି। ଏହି ସ୍ଥିତିରେ ଅନେକ ଥର ଟିଟିଇ କିଛି ହାତ ଗୁଞ୍ଜା ଲାଞ୍ଚ ନେଇ ଏହି ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦେଇଥାନ୍ତି। ଏହି ସମୟରେ ଜଣେ ଟିଟିଇଙ୍କର ଭିଡ଼ିଓ ଭାଇରାଲ ହେଉଛି , ଯାହାକୁ ନେଇ ଲୋକଙ୍କ ଦାବି କି, ସେ ଲାଞ୍ଚ ନେଉ ଥିଲେ। ଏହି ସମୟରେ ଆଉ ଜଣେ ଯାତ୍ରୀ ତାଙ୍କର ଭିଡ଼ିଓ ରେକର୍ଡ କରି ନେଇ ଥିଲେ, ଯାହା ଉପରେ ଟିଟିଇ ରାଗି ଯାଇ କହିଲେ କି, ଅନ୍‌ ଡ୍ୟୁଟି ଟିଟିଇଙ୍କର ଭିଡ଼ିଓ କଲେ ୭ବର୍ଷର ସଜା ଓ ୭ ହଜାର ଟଙ୍କା ଜୋରିମନା ଅଛି। 

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡ଼ିଓ ଘର୍‌ କେ କଲେଶ  ହ୍ୟାଣ୍ଡେଲ୍‌ ପୋଷ୍ଟ କରିଛନ୍ତି। ଏଥିରେ ଜଣେ ଯୁବକ ଟିଟିଇଙ୍କର ଭିଡ଼ିଓ କରୁଛନ୍ତି। ଏହି ଟିଟିଇଙ୍କ ଉପରେ ଲାଞ୍ଚ ନେଉ ଥିବାର ଅଭିଯୋଗ ହେଉଛି। ଯୁବକଙ୍କୁ ଭିଡ଼ିଓ କରୁଥିବାର ଦେଖି ଟିଟିଇ ପଚାରୁଛନ୍ତି, ଭିଡ଼ିଓ କରୁଛ ? ଏଥିରେ ଯୁବକ ଜଣଙ୍କ କହୁଛନ୍ତି , ହଁ କରୁଛି। ଏହା ଉପରେ ଟିଟିଇ ଜବାବ ଦେଇଛନ୍ତି କି, ମୁଁ ଟିକେଟ୍‌ ଏବେ କରୁ ନାହିଁ , ଏବେ ମୁଁ ତୁମକୁ ଓହ୍ଲାଇ ଦେବି। ଅନ୍‌ ଡ୍ୟୁଟି ଟିଟିଇର ଭିଡ଼ିଓ କଲେ ୭ ବର୍ଷର ସଜା ଓ ୭ହଜାର ଟଙ୍କା ଜରିମନା ରହିଛି। ଏହା ଉପରେ ଯୁବକ ପଚାରିଲେ , ଏହା କେଉଁଠି ଲେଖା ହୋଇଛି , ମୋର ହକ୍‌ ଅଛି ଭିଡ଼ିଓ କରିବାର। ଏହା ଉପରେ ଟିଟିଇ ଯାତ୍ରୀଙ୍କୁ ଟଙ୍କା ଫେରେଇ ଦେଉ ଥିବା ବେଳେ କହୁଛନ୍ତି , ଭିଡ଼ିଓ କରିବା ତୁମର ହକ୍‌ ତ, ମୁଁ ଦେଖାଉଛି କଣ ତୁମ ହକ୍। 


ଉକ୍ତ ପୋଷ୍ଟରେ ଅନେକ ପ୍ରକାରର କମେଣ୍ଟ୍ସ ଆସୁଛି। ବରୁଣ ବନ୍ସଲ ନାମକ ୟୁଜର ଲେଖିଛନ୍ତି କି, ତାଙ୍କୁ ସରକାରୀ ଚାକିରି କେବଳ ଏଥିପାଇଁ ଦରକାର। ଆଉ ଜଣେ ୟୁଜର କହୁଛନ୍ତି, ଏମିତି ଅଶିକ୍ଷିତ ସରକାରୀ ଚାକିରିକୁ କେମିତି ଆସନ୍ତି। ପ୍ରତି ୧୦ବର୍ଷ ପରେ ସରକାରୀ କର୍ମଚାରୀଙ୍କ ପରୀକ୍ଷା ହେବା ଉଚିତ୍‌, ଯେଉଁଥିରେ ଜଣାପଡ଼ିବ କି ସେ ସର୍ଭିସ ପାଇଁ ଫିଟ୍‌ ନା ନାହିଁ। ଆଉ ଜଣେ ଲେଖିଛନ୍ତି, ଲାଞ୍ଚ ଖାଇବା ସରକାରୀ କର୍ମଚାରୀଙ୍କ ହକ୍‌, ଭିଡ଼ିଓ କେମିତି ସେ କଲେ। ଆହୁରି ୟୁଜର୍ ଟିଟିଇଙ୍କ ବିରୋଧରେ ଆକ୍ସନ ନିଆଯିବାକୁ ମଧ୍ୟ ଦାବି କରିଛନ୍ତି।