ପ୍ରମୂଖ ଖବର
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଦେଶ ଛାଡ଼ିବା ଭୟରେ ସୀମା ହୈଦର, ଭିଡିଓ ସେୟାର କରି କହିଲେ-‘ମୁଁ ପାକିସ୍ତାନ ଯିବାକୁ ଚାହୁଁନାହିଁ’

Published By : Prameya | April 27, 2025 10:56 AM

ନୂଆଦିଲ୍ଲୀ ୨୭/୦୪: ‘ମୁଁ ପାକିସ୍ତାନର ଝିଅ ଥିଲି । ଏବେ କିନ୍ତୁ ମୁଁ ଭାରତର ବୋହୂ ।’ ଏହା କହିଛନ୍ତି ସୀମା ହୈଦର । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ତତ୍‌କାଳ ଭାରତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଛି ଏବଂ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରିଛି । ଦେଶ ଛାଡ଼ିବା ଭୟରେ ସୀମା ହୈଦର ଏଭଳି କହିଛନ୍ତି । ୨୦୨୩ରେ ସୀମା ନିଜର ଭାରତୀୟ ପ୍ରେମିକ ସଚିନ ମୀଣାଙ୍କୁ ବିବାହ କରିବା ପାଇଁ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ । ସେ ପୂର୍ବରୁ ପାକିସ୍ତାନରେ ବିବାହ କରିଥିଲେ ଏବଂ ନିଜର ୪ ସନ୍ତାନଙ୍କ ସହିତ ନେପାଳ ଦେଇ ଭାରତରେ ପ୍ରବେଶ କରିଥିଲେ । 

ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସୀମା କହିଛନ୍ତି ‘ମୁଁ ପାକିସ୍ତାନ ଯିବାକୁ ଚାହୁଁନାହିଁ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି, ମୁଁ ଏବେ ଆପଣଙ୍କ ଶରଣାର୍ଥୀ । ମୋତେ ଭାରତରେ ରହିବାକୁ ଦିଅନ୍ତୁ ।’ ସଚିନଙ୍କୁ ବିବାହ କରିବା ପରେ ହିନ୍ଦୁ ଧର୍ମ ଗ୍ରହଣ କରିଥିବା ସୀମା ଦାବି କରିଛନ୍ତି । ପାକ୍‌ ନାଗରିକଙ୍କ ପାଇଁ ଲାଗୁ ହୋଇଥିବା ସଦ୍ୟ ନିର୍ଦ୍ଦେଶନାମା ସତ୍ତେ୍ୱ ସୀମାଙ୍କୁ ଭାରତରେ ରହିବାକୁ ଅନୁମତି ମିଳିବ ବୋଲି ତାଙ୍କ ଓକିଲ ଏପି ସିଂହ ଆଶାବ୍ୟକ୍ତ କରିଛନ୍ତି । ଓକିଲ ଏପି ସିଂହ କହିଛନ୍ତି, ସୀମା ଆଉ ପାକିସ୍ତାନୀ ନାଗରିକ ନୁହନ୍ତି । ଗ୍ରେଟର ନୋଇଡ଼ାର ସଚିନଙ୍କୁ ବିବାହ କରିବା ପରେ ସେ ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି, ଯାହାର ନାଁ ଭାରତୀ ମୀଣା । ଝିଅର ନାଗରିକତା ଏବେ ତାଙ୍କ ଭାରତୀୟ ସ୍ୱାମୀଙ୍କ ସହ ଯୋଡ଼ି ହୋଇଛି । ତେଣୁ କେନ୍ଦ୍ରର ନିର୍ଦ୍ଦେଶନାମା ତାଙ୍କ କ୍ଷେତ୍ରରେ ଲାଗୁ ହେବା ଉଚିତ୍‌ ନୁହେଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.