ନୂଆଦିଲ୍ଲୀ, ୧୩/୨ : ପାକିସ୍ତାନରୁ ୪ ଛୁଆଙ୍କ ସହ ନେପାଳ ଦେଇ ଭାରତରେ ପହଞ୍ଚିଥିବା ସୀମା ହାଇଦର ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ସେ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କୁ ଛାଡ଼ି ସଚିନଙ୍କ ପ୍ରେମରେ ଭାରତ ଆସିଥିବା ଖବର ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥିଲା । ତେବେ ଗୁଲାମ-ସୀମାଙ୍କ ମଧ୍ୟରେ ଆଇନଗତ ଲଢ଼େଇ ସହ ସୋସିଆଲ ମିଡିଆରେ ମଧ୍ୟ ଲଢ଼େଇ ଦେଖିବାକୁ ମିଳିଥିଲା । ଭାରତ ଆସିବା ପରେ ୟୁଟ୍ୟୁବ୍ ଖୋଲି ଭଲ ରୋଜଗାର କରି ସଚିନଙ୍କ ପରିବାର ଚଳାଉଛନ୍ତି ସୀମା ।

ସୀମାଙ୍କ ପରି ତାଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ ମଧ୍ୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥିଲେ । ସେ ଲଗାତାର ଭିଡିଓ କରି ଗାଳି କରୁଥିଲେ । ମାତ୍ର ଏବେ ଧିରେ ଧିରେ ସେ ପଛକୁ ଫେରିଛନ୍ତି । ଏବେ ଆଉ ସେ ଏତେ ଆକ୍ଟିଭ୍ ନଥିବା ଭଳି ମନେ ହେଉଛନ୍ତି । ପ୍ରଥମେ ସେ ସୀମାଙ୍କୁ ଗାଳି କରିବା ସହ ପିଲାଙ୍କୁ ଫେରି ପାଇବା ପାଇଁ ନିବେଦନ କରିଥିଲେ । ଏହାସହ ସେ ସୋସିଆଲ ମିଡିଆରେ ଳମ୍ବା ଭିଡିଓ କରି ଭିୟ୍ୟୁ ପାଇଁ ଚେଷ୍ଟା କରି ଶେଷରେ ବିଫଳ ହୋଇଥିଲେ । ଏବେ ଏକପ୍ରକାର ଭିଡିଓ ବନାଇବା ଛାଡି ଦେଇଛନ୍ତି । ସୀମା ଭାରତ ସହ ପାକିସ୍ତାନୀ ୟୁଜର୍ସଙ୍କ ମଧ୍ୟ ପସନ୍ଦ ପାଲଟିଛନ୍ତି । ସେ ବିଭିନ୍ନ ଭିଡିଓ ବନାଇ ଏବେ ଭଲ ରୋଜଗାର କରୁଛନ୍ତି । ମାତ୍ର ସ୍ବାମୀ ଗୁଲାମ ଏବେ ନୀରବ ଅଛନ୍ତି ।

ଏହାସହ ପଢ଼ନ୍ତୁ : ଭୁବନେଶ୍ବରରେ ଅଗ୍ନିକାଣ୍ଡ : ନୀଳପଦ୍ମା ଆପାର୍ଟମେଣ୍ଟରେ ନିଆଁ