ମାଲକାନଗିରି/ମାଥିଲି, ୧/୧୦(ଆପ୍ର ) :  ଆଦରକାରି ସାମଗ୍ରୀ ଓ ପ୍ଲାଷ୍ଟିକ ବୋତଲରେ କୃତିମ ହାତୀ କଳାକୃତିର ସେଲ୍ଫି  ପଏଣ୍ଟ ନିର୍ମାଣ କରି   ଅଭିନବ ଉପାୟରେ ସ୍ଵଚ୍ଛତା ହିଁ ସେବାର ବାର୍ତ୍ତା  ଦେଇଛନ୍ତି ମାଥିଲି ପିଇଓ ଅଶୋକ ମହାରଣା ।ଏହି କାର୍ଯ୍ୟକ୍ରମଟି ବାଟୋଇ ଓ ଜନସାଧାରଣଙ୍କ ପାଇଁ  ପ୍ଲାଷ୍ଟିକ ମୁକ୍ତ ଭାରତର ବାର୍ତ୍ତା ଦେଇଛି। ଏହି କୃତିମ ହାତୀ ମାଧ୍ୟମରେ ପ୍ଲାଷ୍ଟିକ ବ୍ୟବହାରକୁ ଯେଭଳି ଲୋକେ ଦୂରେଇ ରହିବେ ସେନେଇ ସଚେତନ କରାଯାଉଛି।

ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀ ଓ ବୋତଲରେ କିଭଳି ଅଭିନବ କଳାକୃତି ତିଆରି କରାଯାଇପାରିବ ତାହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ପିଇଓ ଶ୍ରୀ ମହାରଣା। ଏକ କୃତ୍ରିମ ହାତୀ ଆକୃତି ନିର୍ମାଣ କରି ଅଦରକାରୀ ପ୍ଲାଷ୍ଟିକକୁ ଫୋପାଡି ସେଠାରେ ଏକ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି। ଯାହାକି ମାଥିଲି ଅଞ୍ଚଳରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି।

 ବିଡ଼ିଓ ହିମାଞ୍ଚଳ ମାଝୀ, ସରପଞ୍ଚ କାନାମ ରାଜୁ ନାୟକ, , ମାଥିଲି ବ୍ଲକ ଏଇଇ ହୃଦାନନ୍ଦ ବାଗ, ବି.ଆର. ସି ଦିଲ୍ଲୀପ ଡାକୁଆ ସମେତ କୁନି କୁନି ପିଲା ଓ ସାଧାରଣ ଜନତା ଆସି ଏହି ପ୍ଲାଷ୍ଟିକ ଆବର୍ଜନାରେ ନିଜର ଅଦରକାରୀ ପ୍ଲାଷ୍ଟିକ ପକାଇ ସେଠାରେ ସେଲିଫିର ମଜା ନେଉଛନ୍ତି। ଯାହା ପାଇଁ ମାଥିଲି ପିଇଓ ଅଶୋକ ମହାରଣା ବେଶ୍ ପ୍ରଶଂସା ସାଉଣ୍ଟୁ ଛନ୍ତି।