ଭୁବନେଶ୍ୱର, ୧୦/୦୪ : ଆସନ୍ତା ୧୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହା ପୂର୍ବରୁ ଭୁବନେଶ୍ଵର ସ୍ଥିତ OUAT ସମ୍ମିଳନୀ କକ୍ଷରେ ଏକାଠି ହେଲେ ବିଜୁ ଲିଗାସୀ ନେତା। ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ରବି ପାଣିଙ୍କ ଭଳି ଅନେକ ବରିଷ୍ଠ ନେତା କାର୍ଯ୍ୟକ୍ରମ ପାଇଁ OUAT ସମ୍ମିଳନୀ କକ୍ଷ ପରିଦର୍ଶନ କରିଛନ୍ତି। ୧୭ରେ ଏହିଠାରେ ବିଜୁ ପ୍ରେମୀ ଏକାଠି ହେବେ। ବିଜେଡିର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସମସ୍ତେ ମିଳିମିଶି ଟକ୍କର ଦେବେ। ଓଡ଼ିଶା ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ସମାବେଶ କରାଯିବ। ଏହି କାର୍ଯ୍ୟକ୍ରମର ଆବାହକ ହେଉଛନ୍ତି ସାଂସଦ ଦିଲ୍ଲିପ ରାୟ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜୟ ମହାପାତ୍ର।
ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପୂର୍ବରୁ ବିଜୁ ଲିଗାସୀ ନେତାଙ୍କ ଘନ ଘନ ବୈଠକ ହେଉଛି। ଏହା ପୂର୍ବରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘରେ ପ୍ରାକ୍ ପ୍ରସ୍ତୁତି ନେଇ ଏକ ବୈଠକ ହୋଇଥିଲା। ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ଅମର ଶତପଥୀ, ପ୍ରଭାତ ତ୍ରିପାଠୀ, ରବି ନାରାୟଣ ପାଣି, ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଏକାଠି ହୋଇଥିଲେ। ବୈଠକରେ ଶ୍ରାଦ୍ଧ ଦିବସ ପାଳନ ନେଇ ଆଲୋଚନା କରିଥିଲେ । ଏହି ବୈଠକ ଲମ୍ବା ସମୟ ଧରି ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହି ସମାବେଶରେ କେଉଁମାନେ ସାମିଲ ହେବେ । କ’ଣ କାର୍ଯ୍ୟକ୍ରମ ରହିବ। କାହାକୁ ସମ୍ମାନିତ କରାଯିବ । ବୈଠକରେ ଏହିଭଳି ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା।
ବିଜୁ ଜନତା ଦଳକୁ ଟକ୍କର ଦେବା ପାଇଁ ଏହି ସମାବେଶର ଆୟୋଜନ କରାଯାଉଛି ବୋଲି ଚର୍ଚ୍ଚା ହେଉଛି। ସେହି ଦିନ ସମାନ୍ତରାଳ ଭାବେ ବିଜୁ ଲିଗାସି ଏହି ଦିବସ ପାଳନ କରିବେ। ଏହିଠୁ ଏକ ନୂଆ ସମୀକରଣ ଆରମ୍ଭ ହୋଇପାରେ ତାର ଏକ ନକ୍ସା ପ୍ରସ୍ତୁତ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କେବଳ ଏହି ବୈଠକ ଓ ଦିବସରେ ସୀମିତ ନହୋଇପାରେ । ଆଗକୁ ନୂଆ ସମୀକରଣ ଦେଖିବାକୁ ମିଳିପାରେ।
ଏହି ଖବରଟିକୁ ପଢନ୍ତୁ- ନୂଆ ସଂସଦୀୟ ଦଳ ନେତାକୁ ନେଇ ବିଜେଡିରେ ସସପେନ୍ସ: ରେସ୍ରେ ସଂତୃପ୍ତ, ସୁଲତା ଓ ମାନସ ମଙ୍ଗରାଜ