ଭୁବନେଶ୍ୱର,୧୪/୦୪: ଯାତ୍ରା ଅଭିନେତା ପିୟୁଷ ଏବେ  ଚଳଚ୍ଚିତ୍ରରେ ନଜର ଆସିବେ । ଏହି ଘୋଷଣା କରିଛନ୍ତି ବରିଷ୍ଠ  ପ୍ରଯୋଜକ ଶ୍ରୀଧର ମାର୍ଥା । 

ସେ କହିଛନ୍ତି, ପିୟୁଷ ଜଣେ ଭଲ  କଳାକାର । ଯଦି ସେ ଚାହିଁବେ ତେବେ ତାଙ୍କୁ ଫିଲ୍ମରେ ଅଭିନୟ  କରିବାକୁ ସୁଯୋଗ ମିଳିବ । ତେବେ ଯାତ୍ରା ଜଗତ ଓ ଚଳଚ୍ଚିତ୍ର  ଜଗତ ସମ୍ପୂର୍ଣ୍ଣ ଭିନ୍ନ । ତେଣୁ କୌଣସି ଯାତ୍ରା ମାଲିକ ତାଙ୍କ ସହ  ଏ ବିଷୟରେ ଆଲୋଚନା କରିବେ ନାହିଁ ବୋଲି ସେ ସଫାସଫା  କହିଛନ୍ତି । 

ପ୍ରକାଶ ଥାଉକି, ଯାତ୍ରା ଅଭିନେତା ପିୟୁଷ ବର୍ତ୍ତମାନ  ଚର୍ଚ୍ଚାରେ । ଅପେରା ସୂର୍ଯ୍ୟମନ୍ଦିରରେ ଥାଇ ସେ ଯାତ୍ରା ସିଂହବାହିନୀକୁ  ଯିବେ ବୋଲି ମାଲିକଙ୍କ ଠାରୁ ଅଗ୍ରୀମ ଟଙ୍କା ଆଣିଥିଲେ । ଯାହାକୁ  ନେଇ ବିବାଦ ଦେଖାଦେଇଥିଲା । ବର୍ତ୍ତମାନ ପିୟୁଷ ମାଲିକଙ୍କୁ  ଟଙ୍କା ଫେରାଇ ବର୍ଷେ ପର୍ଯ୍ୟନ୍ତ ଯାତ୍ରାରୁ ବିରତି ନେଇଛନ୍ତି ।