ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାରିପଦାରେ ସିରିଜ୍ ଦୁର୍ଘଟଣା: ୪ ମୃତ, ୩ ଗୁରୁତର

Published By : Prameya | November 30, 2024 11:34 AM

ରାଇରଙ୍ଗପୁର,୩୦/୧୧: ତିରିଂ ଥାନା ବଡ଼ ଡ଼ାଳିମା ଛକ ଏବଂ ବହଳଦା ଥାନା ଅନ୍ତର୍ଗତ ବାଗଡେଗାରେ ନିକଟରେ ସିରିଜ ଦୁର୍ଘଟଣା। ଗୋଟିଏ ଟ୍ରକ୍‌ ଦୁଇଟି ପୃଥକ୍‌ ସ୍ଥାନରେ ଦେଇଛି ଧକ୍କା। ଦୁର୍ଘଟଣାରେ ୪ ଜଣ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାସ୍ଥଳରୁ ଟ୍ରକ୍ ଡାଇଭର ଫେରାର ହୋଇଥିବା ଜଣାପଡିଛି। 

ସୂଚନା ଅନୁଯାୟୀ, ତିରିଂ ଥାନା ଅନ୍ତର୍ଗତ  ଭଗାଵନ୍ଦି ଗ୍ରାମର ଲଖନ ସୋରେନ(୪୭) ତାଙ୍କ ସ୍ତ୍ରୀ ପାନ ସୋରେନ(୩୨) ଙ୍କ ସହ କଟକରୁ ନିଜ ସ୍ଵାସ୍ଥ୍ୟ ପରୀକ୍ଷା କରାଇ ଭୋରୁ ବସ୍ ଯୋଗେ ବହଳଦାରେ ପହଞ୍ଚି ଥିଲେ । ତାଙ୍କ ସାନଭାଇ ମାଝ ସୋରେନ ଗାଁର ଅଟୋବାଲା ଧନରାମ ମାରାଣ୍ଡିକୁ ନେଇ ବହଳଦାରୁ ନିଜ ଗାଁକୁ ଫେରୁଥିବା ବେଳେ ବାଗଡେଗା ଛକରେ ସାମ୍ନା ପଟୁ ଟ୍ରକ ଧକ୍କା ଦେଇଥିଲା । ସତେ ଯେମିତି ଯମ ରାସ୍ତାର ଛକକୁ ଛକ ଜଗିଥିଲା । ‌ଘଟଣାସ୍ଥଳରେ ଅଟୋ ଡ୍ରାଇଭର ଧନରାମ ମାରାଣ୍ଡି ସମେତ ରୋଗୀ ଦମ୍ପତି ଲଖନ ଓ ପାନ ସୋରେନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ‌ । ମାଝ ଅଟୋରୁ ଛିଟିକି ପଡ଼ି ରାସ୍ତାରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ପରେ ସ୍ଥାନୀୟ ବାସୀଙ୍କ ସହାୟତାରେ ଵହଳଦା ଡାକ୍ତରଖାନାକୁ ନିଆ ଯାଇଥିଲା । ଡାକ୍ତର ଲଖନ ଓ ପାନ ସୋରେନ,ଧନରାମ ମାରାଣ୍ଡିକୁ ମୃତ ଘୋଷଣା କରିଥିଲେ । ଟ୍ରକର ଖଲାସୀ( ଅଜଣା) ଏବଂ ମାଝ ସୋରେନକୁ ଅଧିକ ଚିକିତ୍ସା ପାଇଁ ବାରିପଦାକୁ ସ୍ଥାନାନ୍ତରିତ କରାଯାଇଛି ।ଘଟଣାସ୍ଥଳରେ ତିରିଂପୋଲିସ,ଵହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ଵାଗଡେଗାରେ ଉତେଜିତ ଲୋକ କ୍ଷତିପୂରଣ ଦାବିରେ  ଜାତୀୟ  ରାଜପଥ ଅବରୋଧ କରିଛନ୍ତି । ପୋଲିସ ଓ ପ୍ରଶାସନ ବୁଝାବୁଝି କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.