ଭୁବନେଶ୍ବର,୨୮।୧୨ : ଭୁବନେଶ୍ବର ଜାଭିୟର ଛକ ନିକଟରେ ସିରିଜ୍ ଦୁର୍ଘଟଣା। ପଛକୁ ପଛକୁ ପିଟି ହେଲେ ଗାଡି। ଏକ କ୍ରେଟା କାର, ଟାଟା ମ୍ୟାଜିକ ଏବଂ ଅଟୋ ମଧ୍ୟରେ ହୋଇଛି ଦୁର୍ଘଟଣା। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ଜାଭିୟର ଛକରେ ରାସ୍ତା ଜାମ୍ ହୋଇଛି। ଫଳରେ ଯାନାବହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକମାନେ କାର ଡ୍ରାଇଭରଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ମୈତ୍ରୀ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭରଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଛି। ପୋଲିସ ରାସ୍ତାରୁ ଦୁର୍ଘଟଣାଗସ୍ତ ଗାଡିକୁ ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ କରୁଛି।