ବ୍ରହ୍ମଗିରି,୧୭/୧୦: ପାଟିରେ ପେଟ୍ରୋଲ ପୁରାଇ ଷ୍ଟଣ୍ଟ୍ ଦେଖାଉଥିବାବେଳେ ନିଆଁ ଲାଗି ଛାତ୍ର ଗୁରୁତର । ଏଭଳି ଏକ ଘଟଣା ଘଟିଛି ବ୍ରହ୍ମଗିରି ବ୍ଲକ ଖଜୁରିଆ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠରେ । ମଧ୍ୟାହ୍ନ ଭୋଜନବେଳେ ଏହା ଘଟିଛି ।
ଛାତ୍ରଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛାତ୍ର ଜଣଙ୍କ ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି । ଗୁରୁତର ଛାତ୍ର ହେଲେ ଧର୍ମକୀର୍ତ୍ତି ଗ୍ରାମର ଓଁମ ସତ୍ୟ ପ୍ରକାଶ ସାହୁ। ତାଙ୍କୁ ବର୍ତ୍ତମାନ ପୁରୀରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।