କୋଣାର୍କ,୨୨/୧୦: କୋଣାର୍କ ବଜାରରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ଟାୟାର ଫାଟିବା ଯୋଗୁଁ ବାଟରେ ଅଟକି ରହିଲା ଅଗ୍ନିଶମ ଗାଡ଼ି। ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ବାଇକ୍ରେ ଗଲେ ବାଇକ୍ ଆରୋହୀ।
ସୂଚନା ମୁତାବକ, ବୁଧବାର ପୂର୍ବାହ୍ନରେ କୋଣାର୍କ ଥାନା ବାଲିଦୋକାନ ନିକଟରେ ଏକ ବାଇକ୍ ଦୁର୍ଘଟଣା ହୋଇଥିଲା। ଏଥିରେ ବାଇକ୍ ଚାଳକ ଗୁରୁତର ହୋଇଥିଲେ । ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀର ଗାଡ଼ି ଗୁରୁତର ଚାଳକକୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲା । ହେଲେ କୋଣାର୍କ ଯାତ୍ରୀନିବାସ ସମ୍ମୁଖରେ ଅଗ୍ନିଶମ ଗାଡ଼ିର ଟାୟାର ଫାଟି ଯାଇଥିଲା । ଚିକିତ୍ସା ନିମନ୍ତେ ତୁରନ୍ତ ଗୁରୁତରଙ୍କୁ ଏକ ବାଇକ୍ରେ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଏହି ଅବ୍ୟବସ୍ଥା ପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ହୋଇଛି ।